ବଲାଙ୍ଗିର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ) :- ବଲାଙ୍ଗିର ସହର ସନ୍ନିହିତ ଶାନ୍ତିପଡ଼ା ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଦୀର୍ଘ ପାଞ୍ଚ ଦିନ ଧରି ନିଖୋଜ ଥିବା ମୁଟୁ ଓରଫ ପ୍ରବୀଣ ମହାଲିଙ୍ଗଙ୍କ ମୃତଦେହ ପଥର ଚେପା ଗାଁର ପୋଖରୀରୁ ଉଦ୍ଧାର ହୋଇଛି। ମୃତକଙ୍କ ସ୍ତ୍ରୀ ବଲାଙ୍ଗୀର ସଦର ଥାନାରେ ନିଖୋଜ ସମ୍ପର୍କିତ ଅଭିଯୋଗ କରିଥିଲେ। ହେଲେ ଆଜି ତାଙ୍କ ମୃତଦେହ ପୋଖରୀରୁ ମିଳିବା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ମୃତଦେହଟି ପଥର ଚେପା ପୋଖରୀରୁ ଉଦ୍ଧାର କରାଯାଇଛି। ବଲାଙ୍ଗିର ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ରାଜକୁମାର ବିଶ୍ୱାଳଙ୍କ ନେତୃତ୍ୱରେ ପୋଲିସ ବାହିନୀ ଏବଂ ଓଡ୍ରାଫ୍ଟ ଟିମ୍ ର ସହଯୋଗରେ ଶବ ଉଦ୍ଧାର କରାଯାଇଛି। ମୃତକଙ୍କ ପରିବାର ଲୋକେ ଏହାକୁ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଥିବା ବେଳେ, ପୋଲିସ ଘଟଣାର ସମସ୍ତ ଦିଗରୁ ତଦନ୍ତ ଆରମ୍ଭ କରିଛି। ଶବକୁ ମୟନାତଦନ୍ତ ପାଇଁ ପଠାଯାଇଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ଶାନ୍ତିପଡ଼ା ଓ ଆସପାସ ଅଞ୍ଚଳରେ ଭୟ ଓ ଅସନ୍ତୋଷର ପରିବେଶ ଦେଖାଦେଇଛି। ଜିଲ୍ଲା ପ୍ରଶାସନ ଏହି ଘଟଣାର ନିଷ୍ପକ୍ଷ ତଦନ୍ତ କରି ଦୋଷୀ ଙ୍କୁ ଚିହ୍ନଟ କରନ୍ତୁ ଏବଂ ଦୋଷୀ ବିରୋଧ ରେ କଡା କାର୍ଯ୍ୟାନୁଷ୍ଠାନ କରିବାକୁ ପଡ଼ାବାସୀ ଦୃଢ ଦାବି କରିଛନ୍ତି।
ରାଜ୍ୟ
ପୋଖରୀରୁ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ ଶବ: ଶାନ୍ତିପଡ଼ାରେ ଚାଞ୍ଚଳ୍ୟ, ଯୋଜନାବଦ୍ଧ ହତ୍ୟା ସନ୍ଦେହ
- Hits: 44











