ତହସିଲଦାର ସବୁ ଜାଣି ସାଜିଛନ୍ତି ନୀରବଦ୍ରଷ୍ଟା
ରାଜଗାଙ୍ଗପୁର, ୨୧/୧୨-୨୬: ପଥରଖାଦାନରେ ବେଆଇନ ବିସ୍ପୋରଣ ଥମୁବାର ନା ନାହୁ ନାହିଁ । ବିସ୍ପୋରଣରେ ପାହାଡ଼ରୁ ଫାଟି ବଡ଼ ବଡ଼ ପଥର ଖଣ୍ଡ । ପାଳ ଘୋଡ଼ାଇ ସାରାରାତି ରାତି ଡମ୍ପର ଯୋଗେ ପଥର ହେଉଛି ଚୋରା ଚାଲାଣ । ଇ ରାତିରେ ଅତି କମରେ ୫୦ ଡମ୍ପର , ରାଜଗାଙ୍ଗପୁର ତହସିଲ କାର୍ଯ୍ୟାଳୟ , ପଛ ପଟ ପଥର ଖାଦାନରୁ ବଡ଼ ଇ ବଡ଼ ବଡ଼ ପଥର ଚାଲାଣ ହେଉଛି। ଏହି ପଥର ଖାଦାନରେ ଗତ ଏକ = ମାସ ଧରି ନିୟମିତ ଭାବରେ ଙ୍କ ବେଆଇନ ବିସ୍ପୋରଣ ହେଉଛି = ବିସ୍ଫୋରଣ । ବିସ୍ଫୋରଣ ଯୋଗୁ 5 ପ୍ରାୟ ୫ କିମି ପର୍ଯ୍ୟନ୍ତ ପ୍ରଭାବିତ ହେଉଛି । ଘର ଦୋହଲି କାନ୍ଥରେ ବ୍ଦ ଫାଟ ସୃଷ୍ଟି ହେଉଛି । ପଥର ଖଣିରେ । ବିସ୍ଫୋରଣ କରିବା ପାଇଁ ସ୍ୱୀକୃତି 1, ନଥିବାବେଳେ ଏହି ଖଣିରେ ବେଆଇନ ଭାବରେ ରେ ନିୟମିତ ଭାବରେ ବିସ୍ପୋରଣ ରଣ କରାଯାଉଛି ଓ ବଡ଼ ବଡ଼ ପଥର ଡମ୍ପର ମାଧ୍ୟମରେ ବୋଝେଇ କରି ରାତିରେ ଜନବସତି ଦେଇ ପରିବହନ କରି ପଦା ଜାମୁ ପାଲି ଓ ଝାରବେଡ଼ା ସହିତ ଆଖପାଖରେ ଥୁବା କ୍ରସରକୁ ନିଆଯାଉଛି ବୋଲି ଅଭିଯୋଗ ହେଉଛି । ଗତଦିନରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ମଧ୍ୟ ତହସିଲଦାର, ପୁଲିସ ଓ ଖଣି ବିଭାଗ ହାତଗଣତି କିଛି ଡମ୍ପର ମାଟିଗେଟ ଓ ସୁଭାଷ ଛକରେ ଜବତ କରି ଜୋରିମାନା ଆଦାୟ କରି ଛାଡ଼ି ଦେଇଥିଲା । ମାତ୍ର ଗତ ପ୍ରତିଦିନ ହେଉଥିବା ପଥର ମାଫିଆ ଙ୍କୁ ଧରିବା ପାଇଁ ସାହସ କରୁନାହାନ୍ତି ପ୍ରଶାସନ । ଏହି ଖାଦାନରେ ବିସ୍ପୋରଣ ବୃଦ୍ଧି ପାଇଛି । ତା' ସହିତ ତାଳ ଦେଇ ରାତିରେ ପଥର ଚାଲାଣ ମଧ୍ୟ ବୃଦ୍ଧି ପାଇଛି। ଗତ ମାସ ପଥର ବୋଝେଇ ଡମ୍ପର ଧରା ପଡ଼ିବା ପରେ ଖଣି ବିଭାଗ ଏହାର ତଦନ୍ତ କରିବାକୁ ସୂଚନା ଦିଆଯାଇଛି । ଏ ସଂକ୍ରାନ୍ତରେ ଖଣି ବିଭାଗର ଜଣେ ଅଧିକାରୀ, କହିଛନ୍ତି ଯେ ବିସ୍ପୋରଣ ଅନୁମତି ପାଇଁ ଦୁଇଟି ଦରଖାସ୍ତ ପଡ଼ିଛି । ମାତ୍ର ବର୍ତମାନ ସୁଦ୍ଧା କାହାକୁ ପଥର ଖାଦାନରେ ବିସ୍ପୋରଣ ପାଇଁ ଅନୁମତି ଦିଆ ଯାଇନାହିଁ । ତଦନ୍ତ କଲାବେଳେ ଯେଉଁ ଜାଗାରେ ବିସ୍ପୋରଣ ହୋଇଛି ବୋଲି ଜଣାପଡ଼ିଥିଲା, ସେ ଜାଗା ଖଣି ପାଇଁ ଲିଜ ଦିଆଯାଇନାହିଁ । ଯଦି ଏହା ସତ, ତହସିଲଦାରଙ୍କ କାର୍ଯ୍ୟାଳୟର ପିଠି ଆଡ଼େ ଗତ ଏକ ମାସ ଧରି ବିସ୍ପୋରଣ କରି ବଡ଼ ବଡ଼ ପଥର ? ଖଣ୍ଡ ବିଳମ୍ବିତ ରାତିରେ ଚାଲାଣ ହେଉଛି, ଅଥଚ ତହସିଲଦାର ଜାଣି ପାରୁନାହାନ୍ତି କିପରି ? ବିସ୍ପୋରଣ ପାଇଁ ବିସ୍ପୋରକ କେଉଁଠୁ ଆସୁଛି, କିଏ ଦେଉଛି ତାହା ମଧ୍ୟ ତଦନ୍ତ ସା ପେକ୍ଷ । ଏହି ବିସ୍ପୋରକ କୌଣସି ଅପରାଧୀ ହାତରେ ପଡ଼ିଲେ ଏହାର ଅପବ୍ୟବହାର କରିବ ନାହିଁ ବୋଲି କିଏ କହିପାରିବ ? ଜିଲାପାଳ, ଏସପି ଓ ଖଣି ବିଭାଗ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟା ଗ୍ରହଣ କରିବାକୁ ଦାବି ହେଉଛି ।











