(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାଜ୍ଯ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପାଣି ପଞ୍ଚାୟତ କାର୍ଯ୍ୟକ୍ରମ ପାଳିତ ହୁଏ । ପ୍ରତିଟି ପଞ୍ଚାୟତ ର କିଛି ସଦସ୍ୟ, ସଦସ୍ୟା ଓ କୃଷକ ମାନଙ୍କୁ ନେଇ ଗଠିତ ହୋଇଛି ପ୍ରତିଟି ପଞ୍ଚାୟତ ରେ ପାଣି ପଞ୍ଚାୟତ। ପାଣି ପଞ୍ଚାୟତ ପକ୍ଷ ଜଳ ପରିଚାଳନା, ଭାଗୀଦାରୀ ଜଳ ସେଚନ ପରିଚାଳନା ଓ ତୃଣମୂଳ ସ୍ତରରେ, ସମାନତା ପ୍ରଦାନକୁ ସୁନିଶ୍ଚିତ କରିବାର ଗୁରୁତ୍ଵକୁ ସ୍ୱୀକାର କରାଯାଇ ପ୍ରତ୍ୟେକ ବର୍ଷ ଏହି ପକ୍ଷ ପାଳନ କରାଯାଉଛି। ଜଳ ସେଚନ ପ୍ରଣାଳୀ ରେ ପରିବର୍ତ୍ତନ ଆଣିବା ଏବଂ ସମଗ୍ର ଦେଶରେ ଜଳର ବ୍ୟବହାରିକ ଦକ୍ଷତାକୁ ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ଏପ୍ରିଲ ୨୦୨୫ ରେ "ପ୍ରଧାନ ମନ୍ତ୍ରୀ କୃଷି ସିଂଚାଇ ଯୋଜନା" ର ଏକ ଉପ ଯୋଜନା " ସେଚାଞ୍ଚଳ ଉନ୍ନୟନର ଆଧୁନିକରଣ" ଆରମ୍ଭ କରିଛନ୍ତି। ସେଭଳି ଭାବେ ଜଗନ୍ନାଥପୁର୍ ପଞ୍ଚାୟତ ରେ ମଧ୍ୟ ଏଭଳି ପାଣି ପଞ୍ଚାୟତ ଗଠନ କରାଯାଇଛି। ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ଜଗନ୍ନାଥପୁର୍ ପଞ୍ଚାୟତ ର ଚିନ୍ତାଲଗୁଡା ଗ୍ରାମ ର ଗାଦିଆଖଳା - ୨ ପମ୍ପ ଗୃହ ନିକଟ ରେ ବୃହତ ଉଠା ଜଳସେଚନ ପ୍ରକଳ୍ପ ବିଭାଜନ, ପାରଳାଖେମୁଣ୍ଡି ପକ୍ଷରୁ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ର ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିଥି ବୃନ୍ଦ ଜଗତରନାଥ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ସହ ଦୀପ ପ୍ରଜ୍ଜ୍ଵଳନ କରିବା ପରେ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜୋନ୍ - ଖ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ କୁନି ନିମାଲୁ, ସମ୍ମାନିତ ଅତିଥି ଭାବେ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସୋଜେଶ ନାୟକ , ସାଇରାମ଼୍ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ର ମ୍ୟାନେଜର ଶ୍ରୀ ସାଇ ରାମ୍, ଉଦ୍ୟାନ ବିଭାଗ ଅଧିକାରୀ ଶ୍ରୀ ଶ୍ରିନିବାସ ଆଚାରୀ, ଭିମପୁର୍ ପାଣି ପଞ୍ଚାୟତ ସଭାପତି ଶ୍ରୀ ଅଶ୍ଵିନୀ ଗମାଙ୍ଗ , ମାଁ କାଳ ଭୈରବୀ ପାଣି ପଞ୍ଚାୟତ ର ସଭାପତି ଶ୍ରୀମତୀ ଗୌରୀ ଗମାଙ୍ଗ, ମାଁ ମଙ୍ଗଳା ପାଣି ପଞ୍ଚାୟତ ର ସଭାପତି ଶ୍ରୀମତୀ ଗଙ୍ଗା ଶବର ଙ୍କ ସମେତ ମାଁ କାଳ ଭୈରବୀ ପାଣି ପଞ୍ଚାୟତ ର ମୁଖ୍ୟ ଚାଷୀ ତଥା ଓକିଲ ସଂଘ ସଭାପତି ଶ୍ରୀ ଗୌରୀ ଶଙ୍କର ଦାଶ, ସମସ୍ତ ପାଣି ପଞ୍ଚାୟତ ସଭ୍ଯ, ସଭ୍ୟା ଓ ଅନେକ୍ କୃଷକ ବନ୍ଧୁ ମାନେ ଉପାସ୍ଥିତ ଥିଲେ । ଶ୍ରୀ ଗୌରୀ ଦାଶ ପ୍ରକଳ୍ପ ଓ ପାଣି ପଞ୍ଚାୟତ ର ସାମୁହିକ ବିବରଣୀ ପାଠ କରିବା ସହ ପାଣି ପଞ୍ଚାୟତ କଣ ଏନେଇ ଉପସ୍ଥିତ ଚାଷୀ ଙ୍କୁ ବିସ୍ତ୍ରୁତ କରି ବୁଝାଇ ଥିଲେ। କାର୍ଯ୍ଯକ୍ରମ ପ୍ରାରମ୍ଭ ରେ ଚାଷୀ ସମ୍ପର୍କ ଅଧିକାରୀ ଶ୍ରି ସୁନୀଲ କୁମାର ପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ୍ ଭାଷଣ ପ୍ରଦାନ କରିଥିଲେ ଏବଂ କାର୍ଯ୍ୟକ୍ରମ ଶେଷରେ ପାଣି ପ୍ରକଳ୍ପ ଯନ୍ତ୍ରି ଶ୍ରୀମତୀ ଡି. ଟେକଲି ଧନ୍ଯବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପାଣି ପଞ୍ଚାୟତ ସମ୍ପର୍କୈ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
ରାଜ୍ୟ
ରାଜ୍ୟ ସରକାର ନିର୍ଦ୍ଦେଶ କ୍ରମେ ଜଗନ୍ନାଥପୁର୍ ପଞ୍ଚାୟତରେ ପାଣି ପଞ୍ଚାୟତ କାର୍ଯ୍ୟକ୍ରମ ପାଳନ
- Hits: 90












