ହେଡଲାଇନସ୍:

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା “ଶିଶୁ ବିବାହ ନୁହେଁ, ଶିକ୍ଷା ହିଁ ଭବିଷ୍ୟତ”, “ମାଦକକୁ ନା- ଜୀବନକୁ ହଁ” ଉପରେ ଆଇନ ସଚେତନତା ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା:  ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା-୦୬.୦୧.୨୦୨୬ ରିଖ ମଙ୍ଗଳବାର ଦିନ ସକାଳ ଘ.୧୦.୩୦ମି ରେ ସ୍ଥାନୀୟ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା କାର୍ଯ୍ୟାଳୟ ପରିସରରେ “ଶିଶୁ ବିବାହ ନୁହେଁ, ଶିକ୍ଷା ହିଁ ଭବିଷ୍ୟତ”, “ମାଦକକୁ ନା, ଜୀବନକୁ ହଁ” ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି୤ I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ଶକ୍ତି ଅନୁଷ୍ଠାନର ଡାଇରେକ୍ଟର ଶ୍ରୀ ରମେଶ ନାଏକ, ପ୍ରୋଟେକ୍ସନ ଅଫିସର ପ୍ରତିମା ଦାସ, ଓ.ଏଲ୍.ଏମ୍ ର ଜିଲ୍ଲା କୋଡିନେଟର ଶ୍ରୀମତି ଶିବାନି ପାଣିଗ୍ରାହି, ରାୟଗଡା, କାଶିପୁର ଓ କୋଲନରା ବ୍ଲକର ସମସ୍ତ ଜେଣ୍ଡର ସି.ଆର୍.ପି ଓ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପାନେଲ ଓକିଲ ଓ ପି.ଏଲ୍.ଭି ପ୍ରମୁଖ ଉପସ୍ଥିତ ଥିଲେ I ଉପସ୍ଥିତ ଥିବା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ନିଜର ବକ୍ତବ୍ୟରେ ବାଲ୍ୟ ବିବାହକୁ କିପରି ରୋକିବା, ବାଲ୍ୟ ବିବାହ ଅଟେ ଏକ ଅପରାଧ ଏହାକୁ କିପରି ସମାଜରୁ ଉଚ୍ଛେଦ କରିବା ସେ ବିଷୟରେ ଅଂଶଗ୍ରହଣକାରୀ ମାନଙ୍କୁ ବିସୃତ ଭାବରେ ଆଲୋକପାତ କରିଥିଲେ୤ I ସେହିପରି ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ବାଲ୍ୟ ବିବାହ ନିଷେଧ ଆଇନ ଓ ବାଲ୍ୟ ବିବାହ କରୁଥିଲେ କିମ୍ବା କରିବା ପାଇ ସହଯୋଗ କରୁଥିଲେ ଜେଲ, ଆର୍ଥିକ ଦଣ୍ଡ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ ହେବାର ଆଇନରେ ବ୍ୟବସ୍ଥା ଅଛି ବୋଲି ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ସଚେତନ କରାଇଥିଲେ I ପରିଶେଷରେ ସମସ୍ତ ଅଂଶଗ୍ରହଣକାରୀମାନଙ୍କ ଦ୍ୱାରା ଶିଶୁ ବିବାହ ବିରୋଧରେ ଏକ ଶପଥପାଠ କାର୍ଯ୍ୟକ୍ରମ କରାଯିବା ସହିତ “ମାଦକକୁ ନା ଜୀବନକୁ ହଁ” ଉପରେ ଏକ ପ୍ରଭାତ ଫେରୀ କାର୍ଯ୍ୟକ୍ରମ କରାଯାଇଥିଲା I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ରାୟଗଡା, କାଶିପୁର ଓ କୋଲନରା ବ୍ଲକର ସମସ୍ତ ଜେଣ୍ଡର ସି.ଆର୍.ପି ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି l

0
0
0
s2sdefault