ନବରଙ୍ଗପୁର : ତା ୦୬.୦୧.୨୦୨୬ -ଅଶୋକ ସାହୁ,ଜିଲ୍ଲା ସଦର ମହକୁମା ନବରଙ୍ଗପୁରଠାରେ ଆସନ୍ତା ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ( ସାଧାରଣ) ତପନ କୁମାର ଖୁଣ୍ଟିଆ,ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ ) ବିଶ୍ଵଜିତ ବର୍ମନ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ଡି ଏସ ପି ସରୋଜ ପୁନମ୍ କୀସ୍ପୋଟା ଙ୍କ ସମେତ ଆମନ୍ତ୍ରିତ ବିଭିନ୍ନ ଶିକ୍ଷାନଷ୍ଠାନର କର୍ମକର୍ତ୍ତା, ଦିବସ ପାଳନ ସହ ସଂପୃକ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ,ସହରର ବୁଦ୍ଧିଜୀବୀ ତଥା ଗଣମାଧ୍ୟମ ପ୍ରତନିଧି ଉପସ୍ଥିତ ଥିଲେ । ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ ପୂର୍ବକ ଆସନ୍ତା ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ସୁଚିନ୍ତିତ ମତାମତ ,ଶାନ୍ତି ଶୃଙ୍ଖଳା ଓ ଉତ୍ସାହ ର ସହ ପାଳନ ଓ ସହଯୋଗ କୁ ଗୁରୁତ୍ବ ଦେଇଥିଲେ।ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା ଦିବସ ପାଳନର କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିଲେ।
ସାଧାରଣତନ୍ତ୍ର ଦିବସରେ ସକାଳ ୪.୩୦ ମି ସମୟରେ ରାମଧୂନ୍, ସକାଳ ୭.୩୦ ମି ସମୟରେ ସହର ସ୍ଥିତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ସକାଳ ୭.୩୦ ମି. ସମୟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ ଏବଂ ସକାଳ ୦୮. ୩୦ ମି. ସମୟରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ ସହ ଉଦବୋଧନ କାର୍ଯ୍ୟକ୍ରମ ରହିଛି । ବ୍ୟାରିକେଡିଂ, ରାସ୍ତା ଓ ନାଳନର୍ଦ୍ଦମା ସଫା ସୁତୁରା, ଟ୍ରାଫିକ ନିୟନ୍ତ୍ରଣ , ଶାନ୍ତି ଶୃଙ୍ଖଳା,ପ୍ୟାରେଡ ଅଭ୍ୟାସ,ସାମୁହିକ ପ୍ୟାରେଡ୍, ଫଳ ଓ ମିଷ୍ଟାନ୍ନ ବଣ୍ଟନ, ବିଭିନ୍ନ ପ୍ରତିଯୋଗିତା, ବିଭିନ୍ନ ବିଭାଗୀୟ ପ୍ରଜ୍ଞାପନ ମେଢ ପ୍ରଦର୍ଶନ,ଅଗ୍ନି ନିର୍ବାପନ, ୨୦ ଓଭର ସୀମିତ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ , ପିଇବା ପାଣି, ଆମ୍ବୁଲାନ୍ସ, ରକ୍ତଦାନ ଶିବିର, କ୍ରୀଡ଼ା, ଶିକ୍ଷା ଓ ଅନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ଜିଲ୍ଲା ର ଗୌରବ ଆଣିଥିବା ବ୍ୟକ୍ତିବିଶେଷ ଙ୍କୁ ସମ୍ବର୍ଦ୍ଧନା, ସହର ର ସରକାରୀ କୋଠାବାଡ଼ି, ରାସ୍ତାଘାଟ ଆଲୋକମାଳା ରେ ସୁସଜ୍ଜିତ,ଅସ୍ଥାୟୀ ବିଦ୍ୟୁତ ଯୋଗାଣ,ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସୂଚାରୁରୂପେ ନିର୍ବାହ କରିବା ପାଇଁ ସଂପୃକ୍ତ ପୂର୍ତ୍ତ, ପୌର ପରିଷଦ, ସ୍ବାସ୍ଥ୍ୟ ବିଭାଗ, ପୋଲିସ୍, ଉଦ୍ୟାନ ବିଭାଗ, କ୍ରୀଡା ବିଭାଗ, ପି.ଏଚ୍. ଡି. ,ସୁଚନା ଓ ଲୋକ ସମ୍ପର୍କ,ଯୋଗାଣ ବିଭାଗ, ଶିକ୍ଷା ବିଭାଗ, ସମାଜ କଲ୍ୟାଣ , ସଂସ୍କୃତି ବିଭାଗ,ଜିଲ୍ଲା ପରିବହନ, ସ୍ଵମନୀତ ଆଦିବାସୀ ଉନ୍ନୟନ ସଂସ୍ଥା,କୃଷି,ଶ୍ରମ,ସମାଜ କଲ୍ୟାଣ, ଶିଶୁ ସୁରକ୍ଷା,ଜଳ ବିଭାଜିକା,ବସ ମାଲିକ ସଂଘ,ବଣିକ ସଂଘ କର୍ମକର୍ତ୍ତାଙ୍କୁ ଦାୟିତ୍ଵ ଦିଆଗଲ। ଚଳିତ ବର୍ଷ ବିଭିନ୍ନ ସ୍କୁଲ୍ କଲେଜ୍ ରୁ ୨୮ ଟି ପ୍ଲାଟୁନ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ୟାରେଡ୍ ଅଭ୍ୟାସ ପାଇଁ ପ୍ରତ୍ୟେକ ପ୍ଲାଟୁନ୍ ୨୨/୦୧,ଏବଂ ୨୩/୦୧ ଏବଂ ୨୪/୦୧/୨୦୨୬ସକାଳ ୦୮.୦୦ ଘ: ସମୟରେ ନବରଙ୍ଗପୁର ଷ୍ଟାଡିୟମରେ ଉପସ୍ଥିତ ରହି ପ୍ୟାରେଡ ଅଭ୍ୟାସ କରିବେ । ପୌରପାଳିକା ଅଧ୍ୟକ୍ଷ ସମସ୍ତଙ୍କ ସହଯୋଗରେ ଦିବସର କାର୍ଯ୍ୟକ୍ରମ କୁ ଅତି ସୁନ୍ଦର,ମନୋରମ ଓ ଶାନ୍ତି ଶୃଙ୍ଖଳା ସହ ପାଳନ କରିବାକୁ କହିଥିଲେ। ଶେଷରେ ଡି.ଆଇ.ପି.ଆର୍.ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ରାଜ୍ୟ
ନବରଙ୍ଗପୁର ଠାରେ ଜିଲ୍ଲାସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
- Hits: 135











