ହେଡଲାଇନସ୍:

ବସ ଧକ୍କାରେ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ସହ ୧ ମୃତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପିପିଲି, ପୁରୀ: ବସ ଧକା ରେ ଜଣେ ମହିଳା ସାମ୍ବାଦିକାଙ୍କ ସହ ଅନ୍ୟ ଜଣେ ସାଥୀ  ପ୍ରାଣ ହରାଇଛନ୍ତି । ମଙ୍ଗଳବାର ସକାଳେ ସ୍ଥାନୀୟ ପିପିଲି ବାଇପାସ୍ ରୋଡ ମଙ୍ଗଳପୁର ଛକଠାରେ ଘଟିଛି ଏହି ସଡକ ଦୁର୍ଘଟଣା । ମୃତ ସାମ୍ବାଦିକାଙ୍କ ନାମ ଶିଲା ପଟ୍ଟନାୟକ ବୋଲି ଜଣାପଡିଛି । ସେ ନିଉଜ୍୭ ଚ୍ୟାନେଲ ରେ କାର୍ଯ୍ୟ କରୁଥିବା ଜଣାପଡିଛି ।

ସୂଚନା ମୁତାବକ ସାମ୍ବାଦିକା ଶିଲା, ଭୁବନେଶ୍ୱରରୁ ପୁରୀ ଆଡ଼କୁ ଯିବା ବାଟରେ ବାଇପାସ୍ ରୋଡ ରେ ସାରଳା ନାମକ ଏକ ଘରୋଇ ବସ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଶିଲା ସମେତ ଅନ୍ୟ ଜଣେ ବାନ୍ଧବିଙ୍କର ମଧ୍ୟ ଦୁର୍ଘଟଣା ର ଶିକାର ହୋଇଥିଲେ । ବସ ଟି ସ୍କୁଟି କୁ ଧକ୍କା ଦେବା ସହ କିଛି ବାଟ ଘୋଷାଡି ନେଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି । ଫଳରେ ଶିଲା ସହ ତାଙ୍କ ବାନ୍ଧାବିଙ୍କର ସେହିଠାରେ ମୃତ୍ୟୁ ହୋଇଥିବା କୁହାଯାଉଛି । ଖବର ପାଇ ପିପିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଡ୍ରାଇଭର ଏବଂ ହେଲପରଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ଶିଲାଙ୍କ ମୃତ୍ୟୁରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।

0
0
0
s2sdefault