( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ବେଲଗାଁ ଥା
ନା ଅଞ୍ଚଳର ସାହାପୁର ଖାଜିପଲୀ ରାସ୍ତା କଡ଼ ଏକ ବିଲ ମାଳରୁ ଉଲଗ୍ନ ଅବସ୍ଥାରେ ଥିବା ଜଣେ ଯୁବକ ର ମରଶରୀରକୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଏକ ଅପମୃତ୍ୟୁ ମାମଲା ନଂ ୧/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ମୁଖ୍ୟ ରାସ୍ତା ଦେଇ ଯାଉଥିବା କିଛି ଲୋକ ଉକ୍ତ ଶବକୁ ଦେଖି ପୋଲିସକୁ ଖବର ଦେଇଥିଲେ ଓ ପୋଲିସ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଆବଶ୍ୟକ ପଦକ୍ଷେପ ନେଇଛନ୍ତି ବୋଲି ଥାନା ଅଧିକାରୀ ଙ୍କ ଠାରୁ ପ୍ରକାଶ। ଅନ୍ୟ ପକ୍ଷରେ ପାଖାପାଖି ୪୦ ବର୍ଷ ର ଉକ୍ତ ଯୁବକ କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ଅଞ୍ଚଳବାସୀଙ୍କ ଠାରୁ ଶୁଣିବାକୁ ମିଳୁଛି।
ରାଜ୍ୟ
ଅଚିହ୍ନା ଯୁବକ ର ଉଲଗ୍ନ ଶବ ଉଦ୍ଧାର।
- Hits: 11











