ହେଡଲାଇନସ୍:

ନୂତନ ପେଟ୍ରୋଲ ପମ୍ପ ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାକଟପୁର/ପ୍ରକାଶ ଦାଶ - କାକଟପୁର କୋଣାର୍କ ରାସ୍ତାର ଶଙ୍କରେଶ୍ଵର ଶୈବ ପୀଠ ନିକଟରେ ଏଚପି ପକ୍ଷରୁ ଏକ ନୂତନ ପେଟ୍ରୋଲ ପମ୍ପ ଉଦ୍ଘାଟିତ ହୋଇ ଯାଇଛି |ଏହି ପେଟ୍ରୋଲ ପମ୍ପ ଟି ଅସ୍ତରଙ୍ଗ ,କାକଟପୁର ଅଞ୍ଚଳରୁ ପୁରୀ ଯାଉଥିବା ଯାନ ବାହାନ ଗୁଡିକୁ ଶୁଦ୍ଧ ଇନ୍ଧନ ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ | ଏହି ପେଟ୍ରୋଲ ପମ୍ପ ରେ ଯାନବାହାନ ଗୁଡିକ ପାଇଁ ବିଭିର୍ନ ସେବା ଉପଲବ୍ଧ ହୋଇଛି , ,ଯାତ୍ରୀ ମାନଙ୍କ ପାଇଁ ପାନୀୟ ଜଳ ,ଶୌଚାଳୟ ର ସୁବିଧା ରହିଛି | ଆଜି ଏହି ପେଟ୍ରୋଲ ପମ୍ପ ଟି ଉଦ୍ଘାଟନ ହୋଇଥିବା ବେଳେ ଏହାକୁ ଉଦ୍ଘାଟନ କରିଥିଲେ କାକଟପୁର ଅଞ୍ଚଳର ସୁନାମଧନ୍ୟ ପଣ୍ଡିତ ଚିତରଞ୍ଜନ ମିଶ୍ର | ପେଟ୍ରୋଲପମ୍ପ ଉଦ୍ଘାଟନ ହେବାପରେ ପ୍ରଥମ ଦିନରେ ଏଠାରୁ ପେଟ୍ରୋଲ ଏବଂ ଡିଜେଲ ନିଜ ଗାଡିରେ ଭରୁଥିବା ଗ୍ରାହକ ମାନଙ୍କୁ ମିଷ୍ଟାନ ପ୍ରଦାନ କରାଯାଇଥିଲା | ଆଗାମୀ ଦିନରେ ଗ୍ଯାସ ଦ୍ବାରା ଚାଲୁଥିବା ଯାନ ଗୁଡିକ ପାଇଁ ଏଠାରେ ସି ଏନ ଜି ଗ୍ଯାସ ର ସୁବିଧା ଉପଲବ୍ଧ ହେବ ବୋଲି ପେଟ୍ରୋଲ ପମ୍ପ ପକ୍ଷରୁ କୁହାଯାଇଛି |

0
0
0
s2sdefault