ହେଡଲାଇନସ୍:

ଭଞ୍ଜନଗର ଉପଖଣ୍ଡ ରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ISRD ମିଳିତ ଆନୁକୁଲ୍ୟରେ ଅତିରିକ୍ତ ୱାନ୍ ଷ୍ଟପ୍‌ ସେଣ୍ଟର୍ ର ଉଦ୍ଘାଟନ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: କାର୍ଯ୍ୟକ୍ରମର ଶୁଭାରମ୍ଭ ରେ ମାନ୍ୟବର ମୁଖ୍ୟ ଅତିଥି, ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ କର କମଳ ରେ ଉଦ୍ଘାଟନ କରାଯାଇଥିବା ବେଳେ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି କୀର୍ତ୍ତି ଭାସନ, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାଶଙ୍କର ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦେ, ମେଡିକାଲ ଅଧିକ୍ଷକ ଶ୍ରୀଯୁକ୍ତ ସିତାନ୍ସୁ ଶେଖର ଶତପଥୀ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ବେହେରା,ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ଡି ନାଗୁରତ୍ନମ, ଅତିରିକ୍ତ ଅଧିକ୍ଷକ ଶ୍ରୀଯୁକ୍ତ ଦୀପକ କୁମାର ମିଶ୍ର , ମେଡିକାଲ ପରିଚାଳକ ଶ୍ରୀଯୁକ୍ତ ବିଚିତ୍ର କୁମାର ପାଣିଗ୍ରାହୀ, ସାଂଶଦ ପ୍ରତିନିଧି ଶ୍ରୀଯୁକ୍ତ ସନ୍ତୋଷ ତିଆଡି, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ ଆଦି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ଶୁଭ ଅବସରରେ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା
ଏହି କାର୍ଯ୍ୟକ୍ରମ ଟି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ , ମହୋଦୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଆଇ.ଏସ୍.ଆର୍.ଡି ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଧିର ସାବତ ମହୋଦୟ ସ୍ୱାଗତ ଭାଷଣ ଦେଇ ୱାନ୍‌ ଷ୍ଟପ୍‌ ସେଣ୍ଟର ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ମହିଳା ସୁରକ୍ଷା ଦିଗରେ ଏହାର ଭୂମିକା ବିଷୟରେ ଅବଗତ କରାଇଥିଲେ। ଉଦ୍ଘାଟନ ଅବସରରେ all line department ra କର୍ମଚାରୀ ତଥା GCRP, CRP, MBK, ASHA, ICDS ସୁପରଭାଇଜର, ୱାର୍କାର ସହିତ ଇଲେକ୍ଟ୍ରୋନିକ୍‌ ମିଡିଆ, ପ୍ରିଣ୍ଟ ମିଡିଆ, ଜିଲ୍ଲା ସୁଚନା ଲୋକସମ୍ପର୍କ ବିଭାଗ ପ୍ରତିନିଧିମାନେ ଏବଂ ISRD ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାର୍ଥକ କରିଥିଲେ।
ଏହି ଅବସରରେ ଏକ ଆଲୋଚନା ଓ ସମୀକ୍ଷା ସଭା ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି । ୱାନ୍‌ ଷ୍ଟପ୍‌ ସେଣ୍ଟରର କାର୍ଯ୍ୟକୁ ଅଧିକ ସକ୍ରିୟ ଓ ପ୍ରଭାବଶାଳୀ କରିବା ଉପରେ ଆଲୋଚନା କରାଯାଇଥିଲା।
ମୁଖ୍ୟ ଅତିଥି ତାଙ୍କର ଉଦ୍‌ବୋଧନ ରେ କହିଥିଲେ ଯେ, ଆଜିର ସମାଜରେ ଦୁଃଖୀ, ନିର୍ଯାତିତ ମହିଳା ଓ କନ୍ୟା ଶିଶୁମାନ ଙ୍କ ପାଇଁ ଏପରି ଏକ ସେବାକେନ୍ଦ୍ର ଅତ୍ୟନ୍ତ ଆବଶ୍ୟକ। ଏକ ଛାତ ତଳେ ଚିକିତ୍ସା ସହାୟତା, ମନୋସାମାଜିକ ପରାମର୍ଶ, ପୋଲିସ ସହଯୋଗ, ଆଇନଗତ ସହାୟତା ଓ ଅସ୍ଥାୟୀ ଆଶ୍ରୟ ମିଳିବା ଦ୍ୱାରା ପୀଡ଼ିତା ମାନେ ନୂତନ ଜୀବନର ଆଶା ପାଇ ପାରୁଛନ୍ତି। ଅନ୍ୟାନ୍ୟ ଅତିଥିମାନେ ତାଙ୍କର ଭାଷଣରେ କହିଥିଲେ ଯେ, ଭଞ୍ଜନଗର ଉପଖଣ୍ଡ ଅଞ୍ଚଳରେ ଏହି ୱାନ୍‌ ଷ୍ଟପ୍‌ ସେଣ୍ଟର ଆଗାମୀ ଦିନରେ ମହିଳା ଓ କନ୍ୟା ଶିଶୁମାନଙ୍କ ପାଇଁ ଏକ ଭରସାଯୋଗ୍ୟ ସହାୟତା କେନ୍ଦ୍ର ଭାବେ କାମ କରିବ। ସମସ୍ତ ମହିଳା ଓ କନ୍ୟା ଶିଶୁ ଯେଉଁମାନେ ଶାରୀରିକ, ମାନସିକ, ଯୌନ କିମ୍ବା ଘରୋଇ ହିଂସାରେ ପୀଡ଼ିତ, ସେମାନେ ନିର୍ଭୟରେ ଏହି ସେବା ଗ୍ରହଣ କରିପାରିବେ। ଅତିଥିମାନେ ଆହୁରି ଉଲ୍ଲେଖ କରିଥିଲେ ଯେ, ସମାଜରେ ହିଂସାକୁ ମୂଳରୁ ଶେଷ କରିବା ପାଇଁ ସରକାରୀ ବିଭାଗ, ସ୍ୱେଚ୍ଛାସେବୀ ସଂସ୍ଥା ଓ ସାଧାରଣ ଜନସାଧାରଣଙ୍କ ସାମୂହିକ ପ୍ରୟାସ ଅତ୍ୟାବଶ୍ୟକ। ଏହି ୱାନ୍‌ ଷ୍ଟପ୍‌ ସେଣ୍ଟର ମାଧ୍ୟମରେ ମହିଳାମାନେ ଆତ୍ମ ବିଶ୍ୱାସୀ ହୋଇ ନିଜ ଅଧିକାର ପାଇଁ ଆଗେଇ ଆସିବେ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମଟି ସଫଳ ଭାବେ ସମାପ୍ତ ହୋଇ ଅଞ୍ଚଳରେ ମହିଳା ସୁରକ୍ଷା, ସମର୍ଥନ ଓ ସଶକ୍ତିକରଣ ଦିଗରେ ଏକ ନୂତନ ଆଶାର ସନ୍ଦେଶ ଦେଇଛି ଏବଂ ମହା ପ୍ରାଣାୟମ ଗାଡ଼ି ଉଦ୍ଘାଟନ କରାଯାଇଅଛି।

0
0
0
s2sdefault