-
. ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଶୁଭାରମ୍ଭ
-
. ସିଏସଆର୍ ପଦକ୍ଷେପରେ ସତମୂଖ ଗ୍ରାମବାସୀ
କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ, ସିଏସଆର ତରଫରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦୁର୍ଗମ ମୁନୁସପଦର ଗାଁରେ କରାଯାଇଅଛି। କାଶୀପୁର ବ୍ଲକ ଅଧୀନ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ମୁନୁସପଦର୍ ଗାଁରେ ଗତ ଅକ୍ଟୋବର ମାସରେ ଚର୍ମ ରୋଗ ବ୍ୟାପୁଥିବା ସୂଚନା ପାଇବା ପରେ ଉତ୍କଳ ଆଲୁମିନା ସିଏସଆର କର୍ମକର୍ତ୍ତାଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଉତ୍କଳ ଆଲୁମିନା ପକ୍ଷରୁ ତ୍ୱରିତ ପଦକ୍ଷେପ ସ୍ୱରୂପ ଦୀର୍ଘଚାରି କିମି ପାହାଡିଆ, ଜଙ୍ଗଲ ଓ ଝରଣା ରାସ୍ତା ଅତିକ୍ରମ କରି ଉକ୍ତ ଗାଁରେ ପହଞ୍ଚି ଲୋକଙ୍କୁ ସ୍ବାସ୍ଥ୍ୟ ଶିବିର ଆୟୋଜନ କରି ଚିକିତ୍ସା ସେବା ଯୋଗାଇଥିଲେ । ଏଥିସହ ଗାଁରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି କ୍ରମରେ ଜିଲ୍ଲା ପ୍ରଶାସନିକ ତଥା ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ ପରିଦର୍ଶନରେ ଯାଇ ଗାଁର ସ୍ଥିତି ଅନୁଧ୍ୟାନ କରିବା ସହିତ ଉତ୍କଳ ଆଲୁମିନାର ପଦକ୍ଷେପ ସ୍ୱରୂପ ସ୍ବାସ୍ଥ୍ୟ ଶିବିର ଆୟୋଜନ, ଶୁଦ୍ଧ ପାନୀୟ ଜଳ ଯୋଗାଣ ଆଦି ବ୍ୟବସ୍ଥାକୁ ଭୂୟୁସି ପ୍ରଶଂସା କରିଥିଲେ। ଏହି ପରିପ୍ରେକ୍ଷୀରେ ଗାଁକୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଉତ୍କଳ ଆଲୁମିନା ସିଏସଆର୍ ପକ୍ଷରୁ ବିଭିନ୍ନ ଲୋକାଭିମୁଖୀ ପଦକ୍ଷେପ ଗ୍ରହଣ କରାଯାଇଅଛି। ଯଥା ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସକାଶେ ଝରଣା ପାଣିକୁ ଯାନ୍ତ୍ରିକ ଉପକରଣ ଜରିଆରେ ବିଶୁଦ୍ଧ କରି ଗାଁରେ ଟାପ ଯୋଗେ ଯୋଗାଣ କରାଯାଇଛି। ସେହିପରି ଗାଁକୁ ପାଞ୍ଚଗୋଟି ସୋଲାର ଚାଳିତ ଲାଇଟ୍ ପ୍ରଦାନ ସହ ମୋବାଇଲ୍ ସ୍ବାସ୍ଥ୍ୟ ଟିମ୍ ଦ୍ଵାରା ଗାଁରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର, ଶୀତରୁ ରକ୍ଷା ପାଇଁ ୬୦ଜଣ ଗ୍ରାମବାସୀଙ୍କୁ କମଳ ବିତରଣ କରାଯାଇଅଛି। ଏବଂ ସିଏସଆର ଅନ୍ତର୍ଗତ ପରିଚାଳିତ ଉର୍ମୀ ପ୍ରକଳ୍ପ ଜରିଆରେ ଗାଁରେ କିଶୋରୀମାନଙ୍କୁ ସାନିଟାରୀ ନାପକିନ ବିତରଣ କରାଯାଇଥିଲା। ତେବେ ବିଗତ ଦିନରେ ଗାଁ ଲୋକେ ସ୍ବାସ୍ଥ୍ୟ ସେବା, ପାନୀୟ ଜଳ ଓ ବିଦ୍ୟୁତ୍ ସେବା ପାଇବା ପାଇଁ ମୌଳିକ ସମସ୍ୟାରେ ଜର୍ଜରିତ ହୋଇଥିବା ବେଳେ ଉତ୍କଳ ଆଲୁମିନା ପକ୍ଷରୁ ଗାଁରେ ବିଭିନ୍ନ ଉନ୍ନିମୂଳକ କାର୍ଯ୍ୟ କରାଯାଇଥିବାରୁ ଲୋକେ କମ୍ପାନୀର ଏଭଳି ପଦକ୍ଷେପ ପାଇଁ ସତମୁଖ ହୋଇଛନ୍ତି ।











