ଜଗତସିଂହପୁର ସାହିତ୍ୟ ପରିଷଦର ଷୋଡ଼ଶ ବାର୍ଷିକ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 "ସାହିତ୍ୟ ହିଁ ଚରିତ୍ର ଓ ସମାଜ ଗଠନର ଚାବିକାଠି"

ଜଗତସିଂହପୁର,ତା-୨୮.୧୨.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ସାହିତ୍ୟ ପରିଷଦର ଷୋଡଶ ବାର୍ଷିକ ଉତ୍ସବ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠାନର ପ୍ରତିଷ୍ଠାତା କବି ଅଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ନାଟ୍ୟକାର ଡ. ରମେଶ ପ୍ରସାଦ ପାଣିଗ୍ରାହୀ ଯୋଗଦେଇ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ସାହିତ୍ୟ ରଚନାରେ କଳ୍ପନାକୁ ବାସ୍ତବ ସହ ଯୋଡିବା ଦରକାର ଏବଂ ଅମୃତ ସାହିତ୍ୟ ସୃଷ୍ଟି ପାଇଁ ଅମୃତମୟ ଚିନ୍ତନ ଆଣିବା ଦରକାର ବୋଲି ମତବ୍ୟକ୍ତ କରିବା ସହିତ ସାହିତ୍ୟ ସଂସ୍କୃତି, ସଭ୍ୟତା ଓ ସାମ୍ପ୍ରତିକ ସ୍ଥିତିକୁ ନେଇ ପରିପୁଷ୍ଟ ହେବା ସହ ବ୍ୟକ୍ତିତ୍ୱ ଓ ସମାଜ ଗଠନର ଚାବିକାଠି ହେବା ଦରକାର ବୋଲି ଅଭିହିତ କରିଥିଲେ । ଏହି ସଭାରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ପ୍ରାବନ୍ଧିକ ଅଜୟ କୁମାର ମିଶ୍ର, ବରେଣ୍ୟ ଅତିଥି ଭାବେ ବିଶିଷ୍ଟ କଥାଶିଳ୍ପୀ ଇଂ. ବିଷ୍ଣୁ ସାହୁ ଯୋଗଦେଇ ପାଠକ ଓ ସାରସ୍ୱତ ସ୍ରଷ୍ଟାଙ୍କ ମଧ୍ୟରେ ସମନ୍ୱୟ ରହିଲେ ସାହିତ୍ୟ ବଞ୍ଚି ରହିବ ବୋଲି କହିଥିଲେ । ଏଥିରେ ବସନ୍ତ ଦାସଙ୍କୁ ଗୀତିକବିତା ପାଇଁ , ଗଳ୍ପ ପାଇଁ ସୀତେଶ ତ୍ରିପାଠୀ ଓ ଶିଶୁ ସାହିତ୍ୟ ପାଇଁ ଡ. ଲକ୍ଷ୍ମୀକାନ୍ତ ଖୁଣ୍ଟିଆଙ୍କୁ ଅଳକା ପୁରସ୍କାର, ବିଷ୍ଣୁପ୍ରିୟା ଦେବୀ ସ୍ମୃତି ସମ୍ମାନ ପାଇଁ ସତ୍ୟବତୀ ସ୍ଵାଇଁ ଓ ଉମାକାନ୍ତ ପ୍ରଧାନ ସ୍ମୃତି ସମ୍ମାନ ଇନ୍ଦ୍ରମଣି ସାହୁଙ୍କୁ ସମ୍ମାନିତ କରାଯାଇଥିବାବେଳେ ସାହିତ୍ୟର ବିଭିନ୍ନ ବିଭାଗରେ ନିରନ୍ତର ସାଧନା ପାଇଁ ବରିଷ୍ଠ ସାହିତ୍ୟିକ ଓ ପ୍ରାବନ୍ଧିକ ଡ. ଅଜୟ କୁମାର ମିଶ୍ର, ଗୀତିକବି କମଳ ପଟ୍ଟନାୟକ, ଅନୁବାଦ ସାହିତ୍ୟ ପାଇଁ ବ୍ରହ୍ମାନନ୍ଦ ବିଶ୍ୱାଳ, ଶିଶୁ ସାହିତ୍ୟିକ ନୀଳମଣି ଚାନ୍ଦଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା ।
୨୦୨୪ ବର୍ଷ ପାଇଁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ବାଣୀପୀଠ ପୁରସ୍କାର ଡ. ରମେଶ ପ୍ରସାଦ ପାଣିଗ୍ରାହୀଙ୍କୁ ପ୍ରଦାନ କରାଯାଇଥିଲା । କବିତା ପାଇଁ ପିନାକୀ ମିଶ୍ର, ଗଳ୍ପ ପାଇଁ ରବି ପଣ୍ଡା ଓ ଶିଶୁ ସାହିତ୍ୟ ପାଇଁ ପ୍ରଶାନ୍ତ କୁମାର ମଙ୍ଗରାଜଙ୍କୁ ଅଳକା ପୁରସ୍କାର ପ୍ରଦାନ କରାଯାଇଥିଲା । ଶଙ୍ଖଲାଭ ପଣ୍ଡା ଯୁବ ପୁରସ୍କାର ସିପୁନୁ ଜେନା ଓ ଉମାକାନ୍ତ ପ୍ରଧାନ ସ୍ମୃତି ସମ୍ମାନ ଡ. ହରିଶ୍ଚନ୍ଦ୍ର ବେହେରାଙ୍କୁ ପ୍ରଦାନ କରାଯାଇଥିଲା । ପ୍ରାବନ୍ଧିକ ଡ. ଭୁବନାନନ୍ଦ ସାହୁ, ପ୍ରାବନ୍ଧିକ ମହେନ୍ଦ୍ର କୁମାର ଆଚାର୍ଯ୍ୟ, ଗୀତିକବି ଲକ୍ଷ୍ମୀନାରାୟଣ ମହାନ୍ତି, ଗୀତିକବି ମୋହିତ କୁମାର ଚକ୍ରବର୍ତ୍ତୀ, କବି ବଂଶୀଧର ବେହେରାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରଯାଇଥିଲା । ଏହି ସଭାରେ ପରିଷଦର ମୁଖପତ୍ର ତ୍ରୈମାସିକ ସାହିତ୍ୟ ପତ୍ରିକା "ମକର"ର ବାର୍ଷିକ ବିଶେଷାଙ୍କ, ବିଜୟଲକ୍ଷ୍ମୀ ଆଚାର୍ଯ୍ୟଙ୍କ କବିତା ସଙ୍କଳନ 'ସ୍ଫୁଲିଙ୍ଗ', ସଚ୍ଚିଦାନନ୍ଦ ମିଶ୍ରଙ୍କ କବିତା ସଂକଳନ 'ଜହ୍ନ ଯାତ୍ରା', ପଞ୍ଚାନନ ପୋଲାଇଙ୍କ କବିତା ସଂକଳନ 'ବ୍ରହ୍ମ କମଳ', ବୈଷ୍ଣବ ଚରଣ ଗ୍ରହାଚାର୍ଯ୍ୟଙ୍କ ଭକ୍ତିଗୀତି ସଂକଳନ 'ଦତ୍ତାପହାରୀ', ସଂଗୀତା ପଣ୍ଡାଙ୍କ ଗଳ୍ପ ସଙ୍କଳନ 'ଅସରନ୍ତି ଅପରାହ୍ନ' ଓ ନିରଞ୍ଜନ ପଣ୍ଡାଙ୍କ ପୁସ୍ତକ 'ଦିବ୍ୟସନ୍ଥ ମହିମା',ଡ. ସରୋଜ କୁମାର ମିଶ୍ରଙ୍କ ପୁସ୍ତଜ
'ଭକ୍ତି ପୁଷ୍ପାଞ୍ଜଳି, ଅମ୍ବୁଜା ମହାନ୍ତିଙ୍କ ପୁସ୍ତକ 'ଶୂନ୍ୟତାର ନିନାଦ' ବାଲେଶ୍ୱର ରୁ ପ୍ରକାଶିତ ପତ୍ରିକା 'ଭଞ୍ଜବୀର'' ଓ ଝୁନୁବାଳା ସାହୁଙ୍କ କବିତା 'କଳା ନାଉରୀ' ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସଭା ପ୍ରାରମ୍ଭରେ ଗତ ବାର୍ଷିକ ଉତ୍ସବ ଠାରୁ ଦିବଙ୍ଗତ ସାହିତ୍ୟିକମାନଙ୍କ ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା ।କାର୍ଯ୍ୟକ୍ରମରେ ଉମାକାନ୍ତ ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ, କୋଷାଧ୍ୟକ୍ଷ ପୂର୍ଣ୍ଣ ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହିତ ସଙ୍ଗଠନ ସମ୍ପାଦକ ରମେଶ ଚନ୍ଦ୍ର ବହିରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ପ୍ରାତଃ କବିତା ଆସର ଡ଼ ଜ୍ୟୋତିର୍ମୟୀ ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ କବିତା ଆସରରେ, ନାଟ୍ୟକାର କୈଳାସ ମଲ୍ଲିକ, ଗାଳ୍ପିକା ସଙ୍ଗୀତା ପଣ୍ଡା ଓ ସାହିତ୍ୟିକା ଅନସୂୟା ଷଡଙ୍ଗୀ ଓ ପ୍ରଭାତୀ ମାଝିଙ୍କ ସଂଯୋଜନାରେ ଉପସ୍ଥିତ କବିମାନେ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଅଧିବେଶନ ଶେଷରେ ପରୀକ୍ଷିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଅପରାହ୍ନ ଅଧିବେଶନରେ ମନୋରମା ଶତପଥୀଙ୍କ ପରିଚାଳନାରେ ଅତିଥି ରୂପେ ନାଟ୍ୟକାର ଗଣେଶ ମହାନ୍ତି, ସାହିତ୍ୟିକ ନିରଞ୍ଜନ ପଣ୍ଡା ଓ କବି ପଞ୍ଚାନନ ପୋଲାଇ ଯୋଗ ଦେଇଥିଲେ , ସିତାଂଶୁ ଜେନା , ସଙ୍ଗୀତା ଦାସ, ମୋନାଲିସା ମୁଦୁଲି ଓ ସନ୍ତୋଷୀ ସାହୁଙ୍କ ସଂଯୋଜନାରେ କବିମାନେ କବିତା ପାଠ କରିଥିଲେ ।
ସବ୍ୟସାଚୀ ତ୍ରିପାଠୀ, ସତ୍ୟବ୍ରତ ଦୁବେ, ଉଲ୍ଲାସ ମହାନ୍ତି, ଦୁର୍ଗା ପ୍ରସାଦ ମହାନ୍ତି, ବାବାଜୀ ଚରଣ ସାହୁ, ତିଳୋତ୍ତମା ଦାଶ, ଜ୍ଞାନଦୀପ ଛାଟୋଇ ଏବଂ କ୍ରୀଷ୍ଣା କଲଚରାଲ ଗ୍ରୁପ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault