ହେଡଲାଇନସ୍:

ପବିତ୍ର ବଡଦିନ ଅବସରରେ ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଅଞ୍ଚଳ ଅତ୍ଯୁନୁ ଚଳଚଞ୍ଚଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର ବଡଦିନ ତଥା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମହାନ ଜନ୍ମଦିନ ଅବସରରେ ଗୁରୁବାର ଦିନ ଗଜପତି ଜିଲ୍ଲା ସଦର ମହାକୁମା ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଅଞ୍ଚଳ ଅତ୍ଯୁନ୍ତ ଚଳଚଞ୍ଚଳ ହୋଇପଡିଛି।
ସହରର ଓ ଆଖପାଖ ଅଞ୍ଚଳରେ ଥିବା ସମସ୍ତ କେଥାଲିକ ଚର୍ଚ୍ଚ, ସେଣ୍ଟନରି ବାପଟିଷ୍ଟ ଚର୍ଚ୍ଚ ପ୍ରଭୃତି ଠାରେ ବଡ଼ଦିନ ପର୍ବ ଆଡମ୍ବରରେ ପାଳିତ ହୋଇଛି।
ଖ୍ରୀଷ୍ଟଧର୍ମୀ ମାନେ ଆଜିର ଦିନରେ ର ସମସ୍ତେ ନୂଆବସ୍ତୁ ପରିଧାନ କରି ବିଭିନ୍ନ ଚର୍ଚ୍ଚ ଯାଇଥିଲେ ।
ଚର୍ଚ୍ଚରେ ଜୀବନୀ-ପ୍ରବନ୍ଧ, ପ୍ରଭୁ ଯୀଶୁଙ୍କ ଜନ୍ମ-ବୃତ୍ତାନ୍ତ ସ୍ମରଣ ପ୍ରବଚନ, ପ୍ରାର୍ଥନା ଓ ଗରିବଙ୍କ ବସ୍ତ୍ରଦାନ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ପ୍ରଭୁ ଯୀଶୁଙ୍କ ପ୍ରାର୍ଥନା କରାଯିବା ସହ ଆମ ଦେଶ ଓ ରାଜ୍ୟର ସମସ୍ତଙ୍କ ସବୁପ୍ରକାର କଲ୍ୟାଣ କାମନା କରି ପ୍ରଭୁଙ୍କ ଠାରେ ପ୍ରାର୍ଥନା କରି ପର୍ବର ପାଳନ କରାଯାଇଥାଏ। ଉଜ୍ଵଳ ଆଲୋକ ସାଜସଜ୍ଜା ରେ ଝଲକୁ ଥିଲା ସମସ୍ତ ଚର୍ଚ୍ଚ।

0
0
0
s2sdefault