(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି ):ଗୁଣପୁର୨୦/୧୨/୨୦୨୫ ଚଇତି ଇଡ଼ତାଲ ମହୋତ୍ସବ ପାଳନ ଅଵ୍ୟବହିତ ପୂର୍ବରୁ ଆଜି ମିନି ମାରଥନ ମହା ଆଡମ୍ବରରେ ଆୟୋଜନ କରାଯାଇଥିଲା। ସ୍ଥାନୀୟ ଜିଆଇସିଏମଏସ ଗାୟତ୍ରୀ ଶିକ୍ଷାନୁଷ୍ଠାନ ଠାରୁ ବାଇପାସ ଛକ ପର୍ଯ୍ୟନ୍ତ ୬ କିମି ମାରଥନ ଅନୁଷ୍ଠିତ ହୋଇଥିଲା। ଏହାକୁ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଓ ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦୀଲିପ ସବୁଜ ପତାକା ଦେଖାଇ ଆରମ୍ଭ କରିଥିଲେ। ଶତାଧିକ ପୁରୁଷ, ମହିଳା, ଛାତ୍ରଛାତ୍ରୀ ଉତ୍ସାହର ସହିତ ଅଂଶ ଗ୍ରହଣ କରିଥିଲେ। ଆୟୋଜକଙ୍କ ପକ୍ଷରୁ ଅଂଶଗ୍ରହଣ କାରୀଙ୍କ ସୁରକ୍ଷା ନିମନ୍ତେ ଆନୁସାଙ୍ଗିକ ଵ୍ୟଵସ୍ଥା ସହ ବ୍ୟାପକ ବନ୍ଦୋବସ୍ତ କରିଥିବା ଦେଖିବାକୁ ମିଳିଥିଲା। ମିନି ମାରଥନ ପ୍ରତିଯୋଗିତାରେ ପୁରୁଷ ବର୍ଗରେ ଚିଣ୍ଟୁ ଶବର-ପ୍ରଥମ,ଇମାନୁଏଲ ଶବର-ଦ୍ବିତୀୟ, ଈଶ୍ଵର ଶବର-ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ମହିଳା ବର୍ଗରେ ସୋନି ଶବର-ପ୍ରଥମ,ମୋନିସା ଶବର-ଦ୍ବିତୀୟ, ସୁଭଦ୍ରା ଶବର-ତୃତୀୟ ସ୍ଥାନ ହାସଲ କରିଥିଲେ। ଏହି ଅଵସରରେ ଗୁଣପୁର ସୋସିୟାଲ ସର୍ଭିସ ଏଣ୍ଡ ସ୍ପୋଟିଙ୍ଗ କ୍ଲବର ସଭାପତି ତଥା ଗାନ୍ଧୀ ବିଶ୍ଵ ବିଦ୍ୟାଳୟର ଉପ ସଭାପତି ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା, ଆମ୍ବୁସମ୍ୟନ ଅକ୍ଷୟ କୁମାର ଦାଶ, ଚଇତି କ୍ରୀଡା କମିଟି ଅଧ୍ୟକ୍ଷ ତଥା ବିଡ଼ିଓ ସ୍ବସ୍ତିକ ଜମାଦାର, ଆବାହକ ବ୍ଲକ ମଙ୍ଗଳ ଅଧିକାରୀ ଗଙ୍ଗାଧର ବେହେରା, ଓକିଲ ସଂଘ ସଭାପତି ଗୌରୀ ଦାସ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରି ଥିଲେ। ସେହିପରି ଶୁକ୍ରବାର ଦିନ ଇଣ୍ଡୋର ଷ୍ଟାଡିୟମ ପ୍ରାଙ୍ଗଣରେ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାକୁ ଗୁଣପୁର ସୋସିୟାଲ ସର୍ଭିସ ଏଣ୍ଡ ସ୍ପୋଟିଙ୍ଗ କ୍ଲବର ସଭାପତି ତଥା ଗାନ୍ଧୀ ବିଶ୍ଵ ବିଦ୍ୟାଳୟର ଉପ ସଭାପତି ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ଆମ୍ବୁସମ୍ୟନ ଅକ୍ଷୟ କୁମାର ଦାଶ, ଚଇତି କ୍ରୀଡା କମିଟି ଅଧ୍ୟକ୍ଷ ତଥା ବିଡ଼ିଓ ସ୍ବସ୍ତିକ ଜମାଦାର, ପୋୖର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଓ ଆବାହକ ବ୍ଲକ ମଙ୍ଗଳ ଅଧିକାରୀ ଗଙ୍ଗାଧର ବେହେରା ଯୋଗ ଦେଇଥିଲେ। ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ବରିଷ୍ଠ ମହିଳା ବର୍ଗରେ ଦେବଜାନୀ କୌଶଲ୍ୟା -ପ୍ରଥମ, ନିର୍ମଳା ଘୋଷ-ଦ୍ବିତୀୟ, ସୁମନ୍ତି ଶବର-ତୃତୀୟ , କନିଷ୍ଠ ମହିଳା ବର୍ଗରେ ସସ୍ମିତା ମହାଙ୍କୁଡ -ପ୍ରଥମ ,ସନ୍ତୋଷନି ସାହୁକାର-ଦ୍ବିତୀୟ, ଖୁସୁବୁ ଶବର-ତୃତୀୟ, କନିଷ୍ଠ ପୁରୁଷ ବର୍ଗରେ ବିଶ୍ଵ ରଞ୍ଜନ ପାଣି-ପ୍ରଥମ,ସମେନ୍ଦ୍ର କୁମାର ସେନାପତି-ଦ୍ବିତୀୟ, କେ ରାମଦାଶ -ତୃତୀୟ, କନିଷ୍ଠ-୨ ବର୍ଗରେ ୱାସା ଶବର-ପ୍ରଥମ, ଦେବାଶିଷ କର-ଦ୍ବିତୀୟ,ଏସ ରାକେଶ-ତୃତୀୟ, ସବ ଜୁନିୟର ବର୍ଗରେ ନିମାଲପୁରୀ ତରୁଣ-ପ୍ରଥମ, ଏସ ଦିଲ୍ଲୀପ-ଦ୍ବିତୀୟ, ଏଲ ଭାରସିତ-ତୃତୀୟ, ବରିଷ୍ଠ ପୁରୁଷ ବିଭାଗରେ ଆଶୁତୋଷ ବାଗ-ପ୍ରଥମ, ସାନ ଗୌଡ଼-ଦ୍ବିତୀୟ, ରାଜେଶ ଶବର-ତୃତୀୟ,ବରିଷ୍ଠ-୨ ରେ ଜଗନ୍ନାଥ ଶବର -ପ୍ରଥମ,ଜଗଦୀଶ ମାଣ୍ଡାଙ୍ଗୀ-ଦ୍ବିତୀୟ, ସୂର୍ଯ୍ୟ ପାତ୍ର-ତୃତୀୟ, ଯୁବ ବର୍ଗରେ ରାଜୁ ଶବର - ପ୍ରଥମ,ଜଗନ୍ନାଥ ଶବର-ଦ୍ବିତୀୟ, ବନ୍ତିଆଲ ଶବର-ତୃତୀୟ, ମାଷ୍ଟର ବର୍ଗରେ ଗୋପାଳ ସାହୁ,ରାଧାରମଣ ମହାନ୍ତି, ଅଜୟ କୁମାର ନାହାକ ଯଥାକ୍ରମେ ପ୍ରଥମ,ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ପୁରୁଷ ଵର୍ଗରେ ଷ୍ଟ୍ରୋଙ୍ଗ ମ୍ୟାନ ରୂପେ ନିମାଲପୁରୀ ତରୁଣ ଏବଂ ଷ୍ଟ୍ରୋଙ୍ଗ ଉମେନ ଭାବେ ଦେବଜାନୀ କୌଶଲ୍ୟା ମନୋନୀତ ହୋଇଥିଲେ। ଏହି ପ୍ରତିଯୋଗିତାରେ ଜାତୀୟସ୍ତର ରେଫେରି ରାୟଗଡାର ଦୋରା କଣ୍ଡାଗିରି,ରବି କୁମାର ଦାୟିତ୍ୱ ତୁଲାଉଥିବା ବେଳେ ଡ଼ଃ ପଦ୍ମ ଚରଣ ପଣ୍ଡା, ଭି ଟି ରାବଣା, ହାଡ଼ିଆ ଶବର ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ଚଇତି ଇଡତାଲ ମୋହତ୍ସବର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦୀଲିପ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଜେତା ମାନଙ୍କୁ ସ୍ଵର୍ଣ,ରୋପ୍ୟ, ବ୍ରନଜ ପଦକ ଓ ମାନପତ୍ର ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ।। ପ୍ରତିଯୋଗିତା ଗୁଡିକୁ କ୍ରୀଡ଼ା କମିଟିର ସଦସ୍ୟ ସପନ ଦାଶ,ରବୀନ୍ଦ୍ର କୁମାର ପଣ୍ଡା, କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ ନମିତା ରଥ,ଅଲିଭା ଜ୍ୟୋତି ଦେ, ନନ୍ଦିନୀ ପଣ୍ଡା, ଜୟକୃଷ୍ଣ ପାତ୍ର,ଶଙ୍କର୍ଷଣ ମହାନ୍ତି, ଗଣେଶ ମହାପାତ୍ର, ରମାକାନ୍ତ ମିଶ୍ର, କୈଳାଶ ପାଣିଗ୍ରାହୀ, ଦିଲ୍ଲୀପ ପଣ୍ଡା, ମନୋଜ କୁମାର ତୁଳ , ଗୌତମ ମାଦେଲି, ଶୁସାନ୍ତ କୁମାର ବିଷୋୟୀ, ରାମ ଶଙ୍କର ପାଳ, ଶିଶୁ ସାଗର ପ୍ରଧାନ, ନାରାୟଣ ପ୍ରସାଦ ପାଳ, ଉମାକାନ୍ତ ଶବର, ହରେକୃଷ୍ଣ ଗୌଡ଼, କମଳାକାନ୍ତ ଖୁଣ୍ଟିଆ, ପଞ୍ଚାନନ ଶତପଥି, ଅନନ୍ତ ପାତ୍ର ପ୍ରମୁଖ ପରିଚାଳନା କରଥିଲେ।
ରାଜ୍ୟ
ଚଇତି ମିନି ମାରଥନ ଓ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା , ଷ୍ଟ୍ରୋଙ୍ଗ ମ୍ୟାନ ତରୁଣ ଏବଂ ଷ୍ଟ୍ରୋଙ୍ଗ ଉମେନ ଦେବଜାନୀ ବିବେଚିତ।
- Hits: 4











