ହେଡଲାଇନସ୍:

ରାଉତପୁର ରେ ପ୍ରି -ଖ୍ରୀଷ୍ଟ ମାସ ମହୋତ୍ସବ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଭୂ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରି -ଖ୍ରୀଷ୍ଟ ମାସ ମହୋତ୍ସବ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ରାଉତପୁର ଖେଳ ପଡ଼ିଆ ନିକଟ ରେ ଥିବା ଜିହବା ନିଶି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି I
ମହୋତ୍ସବଟି ବିଶ୍ଵ ସଂଖ୍ୟା ଲଘୁ ପରିଷଦ କର୍ମ କର୍ତ୍ତାଙ୍କ ନେତୃତ୍ୱରେ ଆୟୋଜକ ମଣ୍ଡଳୀ ରାମ ଦଳବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି I ମହୋତ୍ସବରେ ଗଞ୍ଜାମ , ଗଜପତି କନ୍ଧମାଳ , ରାୟଗଡା ଜିଲ୍ଲା ରୁ ବିଭିନ୍ନ ବର୍ଗର ଖ୍ରୀଷ୍ଟ ଧର୍ମାଲମ୍ବି ମାନେ ଆଜି ସକାଳେ ରାଉତପୁର ଗ୍ରାମରେ ପହଞ୍ଚି ଗ୍ରାମ ମୁଁହ ଠାରୁ ଏକ ନୃତ୍ୟ ମାଧ୍ୟମରେ ଶୁଭାଯାତ୍ରାରେ ବାହାରି ରାଉତପୁର ଖେଳ ପଡ଼ିଆରେ ଜିହବା ନିଶି ଭବନ ଠାରେ ପହଞ୍ଚିଥିଲେ I
ଉତ୍ସବରେ ପାରଳାଖେମୁଣ୍ଡି ବିଧାୟୟକ ରୁପେଶ ପାଣିଗ୍ରାହୀ ଉପସ୍ଥିତ ହୋଇ ଅଞ୍ଚଳର ଖ୍ରୀଷ୍ଟୀୟ ଭାଇ ଓ ଭଉଣୀ କାର୍ଯ୍ୟରେ ଯୋଗଦାନ କରି ସଂଖ୍ୟା ଲଘୁଙ୍କ ଏକତା , ଶୃ୍ଖଳିତ କାର୍ଯ୍ୟକୁ ପ୍ରଶଂସା ଦେବା ସହିତ ଆସୁଥିବା ଖ୍ରୀଷ୍ଟମାସ ଓ ନୂଆ ବର୍ଷ ର ଅଭିନନ୍ଦନ ଜଣାଇଥିଲେ । ଶେଷ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମଧୁର ସଙ୍ଗୀତ ସ୍ୱରକୁ ସାତ ହଜାର ଶ୍ରଦ୍ଧାଳୁ ଙ୍କୁ ଆକର୍ଷିତ କରିଥିଲା।

0
0
0
s2sdefault