ହେଡଲାଇନସ୍:

କେନ୍ଦ୍ରାପଡ଼ା ତହସିଲରେ ଜିଲ୍ଲାପାଳଙ୍କ ରାଜସ୍ବ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ତହସିଲରେ ଆଜି ଜିଲ୍ଲାପାଳ ରଘୁରାମ ଆୟର ରାଜସ୍ବ ସଂକ୍ରାନ୍ତୀୟ ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣି କରିଛନ୍ତି | ଆଜି ମୋଟ ୨୧ ଟି ଅଭିଯୋଗ ମଧ୍ୟରୁ ୨୦ ଟି ବ୍ୟକ୍ତିଗତ ଏବଂ ଗୋଟିଏ ସାମୂହିକ ରାଜସ୍ବ ଅଭିଯୋଗ ଅଭିଯୋଗ ପଞ୍ଜିକୃତ ହୋଇଥିଲା |ପ୍ରକାଶଥାଉ କି ୨୦ ତାରିଖରେ ପଟ୍ଟାମୁଣ୍ଡାଇ ତହସିଲ ୨୪ ତାରିଖରେ ଡେରାବିଶ ଏବଂ ୨୬ ତାରିଖ ଦିନ ମାର୍ଶାଘାଇ ତହସିଲରେ ପୂର୍ବାହ୍ନ ୧୦.୩୦ ରୁ ଦିନ ୧ ଘଟିକା ପର୍ଯ୍ୟନ୍ତ ରାଜସ୍ବ ଜନଶୁଣାଣି ଶିବିର ଅନୁଷ୍ଠିତ ହେବ | ଯଦି କୌଣସି ଜନସାଧାରଣଙ୍କ ରାଜସ୍ବ ସଂକ୍ରାନ୍ତୀୟ କୌଣସି ଵି ଅଭିଯୋଗ ଥିଲେ ଧାର୍ଯ୍ୟ ଦିନ ଏବଂ ସମୟରେ ତହସିଲରେ ଉପସ୍ଥିତ ରହି ଅଭିଯୋଗ କରିପାରିବେ | ଅଭିଯୋଗ ଶୁଣାଣିରେ ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର କୁଇନି ଜେନାଙ୍କ ସମେତ ତହସିଲ କର୍ମଚାରୀ ପ୍ରଦୀପ କୁମାର ଦାସ, ସୌଭାଗ୍ୟ ଦାସ, ଉମେଶ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ |

0
0
0
s2sdefault