-
- ଜିଲ୍ଲାରେ ମତଦାନ କେନ୍ଦ୍ର ସଂଖ୍ୟା ୧୭୨୩ ରୁ ୧୯୧୫କୁ ବୃଦ୍ଧି
-
- ୪ଟି କେନ୍ଦ୍ରର ନାମ ସଂଶୋଧନ ଓ ୧୭ଟି କେନ୍ଦ୍ରର ସ୍ଥାନ ପରିବର୍ତ୍ତନକୁ ମଧ୍ୟ ଅନୁମୋଦନ
କେନ୍ଦୁଝର, ୧୭/୧୨/୨୦୨୫: କେନ୍ଦୁଝର ଜିଲ୍ଲାରେ ମତଦାତାଙ୍କ ବହୁବିଧ ସୁବିଧା ପାଇଁ ୧୯୨ଟି ନୂତନ ମତଦାନ କେନ୍ଦ୍ର ଗଠନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଭାରତ ନିର୍ବାଚନ ଆୟୋଗ (ECI) ଅନୁମୋଦନ କରିଛନ୍ତି । ଏହି ପଦକ୍ଷେପ ଦ୍ୱାରା ମତଦାନ ସମୟର ଲୋକମାନଙ୍କର ଭିଡ଼ କମିବା ସହିତ ଭୋଟଦାନ କେନ୍ଦ୍ରର ଦୂରତା ବହୁମାତ୍ରାରେ ହ୍ରାସ ପାଇବ ଯାହାଦ୍ୱାରା ଜ଼ିଲ୍ଲାବାସୀ ବିଶେଷ ଭାବରେ ଉପକୃତ ହେଇପାରିବେ ବୋଲି ଆଶା କରାଯାଉଛି।
ଏନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ କ୍ଷୁଦ୍ର ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନୂତନ ମତଦାନ କେନ୍ଦ୍ରର ଲିଷ୍ଟ ପ୍ରଦାନ କରାଯାଇଥିଲା। ଏହି ବୈଠକରେ ଡେପୁଟି କଲେକ୍ଟର ଶ୍ରୀମତୀ ରୁପାଲି ହାଁସଦା, ସହକାରୀ ଜିଲ୍ଲାପାଳ ସନ୍ତୋଷ ପରିଡ଼ା ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ଥିଲେ।
ସୂଚନା ଯୋଗ୍ୟ ଯେ, ଜିଲ୍ଲାରେ ପୂର୍ବରୁ ୧୭୨୩ଟି ମତଦାନ କେନ୍ଦ୍ର ରହିଥିଲା। ତେବେ ଏହି ୧୯୨ଟି ନୂତନ କେନ୍ଦ୍ର ବୃଦ୍ଧି ପରେ ଜିଲ୍ଲାର ମୋଟ ମତଦାନ କେନ୍ଦ୍ର ସଂଖ୍ୟା ୧୯୧୫କୁ ବୃଦ୍ଧି ପାଇଛି । ନିର୍ବାଚନ ଆୟୋଗ ଏହା ସହିତ ୪ଟି ମତଦାନ କେନ୍ଦ୍ରର ନାମ ସଂଶୋଧନ ଏବଂ ୧୭ଟି ମତଦାନ କେନ୍ଦ୍ରର ସ୍ଥାନ ପରିବର୍ତ୍ତନ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ପ୍ରଦାନ କରିଛନ୍ତି ।
ତେଲକୋଇ, ଘଷିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର ଓ ଚମ୍ପୁଆ ବିଧାନସଭା ନିର୍ବାଚନମଣ୍ଡଳୀରେ ଯଥାକ୍ରମେ ୪୩,୨୯,୨୪,୨୨,୨୬ ଓ ୪୮ ଗୋଟି ଏହିଭଳି ଭାବେ ମୋଟ ଉପରେ ୧୯୨ଟି ନୂତନ ମତଦାନ କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଇଛି।











