ହେଡଲାଇନସ୍:

ବିଫଳତା ପରେ ନିଷ୍ଠୁର ହେଲା ପ୍ରେମିକ: ଦଶମ ଶ୍ରେଣୀ ଛାତ୍ରୀଙ୍କୁ ମାରି ନିଜେ କଲା ଆତ୍ମହତ୍ୟା,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ ୧୬।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ଥାନା ମଗରବନ୍ଧ ପଞ୍ଚାୟତକୁ ପାଠପଢି ଆସିଥିବା ନାବାଳିକା ଝିଅକୁ ଯୋର କରି ସାବିଦେଇପୁର ଶିବ ମନ୍ଦିରକୁ ଡାକିନେଇ ଉତକ୍ଷିପ୍ତ ପ୍ରେମିକ ନାବାଳିକା ଝିଅଟିର ମୁଣ୍ଡକୁ ଫୁଙ୍କାନଳାରେ ପିଟି ଲହୁଲୁହାଣ କରି ମାରିବା ପରେ ନିଜେ ବିଷପାନ କରି ମୃତ୍ୟୁବରଣ କରିଥିଲା । ଯୁବକ ଜଣକ ମଗରବନ୍ଧ ଗାଁର ଗୋଲଖ ନାୟକଙ୍କ ପୁଅ ପୂର୍ଣ୍ଣ ଚନ୍ଦ୍ର ନାୟକ(୨୪) ବୋଲି ଜଣାପଡିଛି । ଏନେଇ ନାବାଳିକାର ବାପା ଶରଣକୁଳ ଥାନାରେ ଅଭିଯୋଗ କରିବା ପରେ ଶରଣକୁଳ ପୋଲିସ ୨୬୮/୨୫ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାରୁ ପ୍ରକାଶ ନାବାଳିକା ଜଣକ ସୋମବାର ସକାଳେ ଟିୟୁସନକୁ ଆସୁଥିବା ବେଳେ ପୂର୍ଣ୍ଣଚନ୍ଦ୍ର ନାବାଳିକାକୁ ସାବିଦେଇପୁର ଖଜୁରୀଆ ପୋଖରୀ ପାଖ ଶ୍ରୀଲୋକନାଥଙ୍କ(ଶିବ)ମନ୍ଦିର ଯିବାକୁ ଡାକିଥିଲା । ଏବଂ ଅରାଜି ହେଲେ ବିଷପାନ କରି ମରିବାକୁ କହି ବିଷ ବୋତଲ ଦେଖାଇ ଡରାଇଥିଲା । ତେଣୁ ନାବାଳିକା କିଂ କର୍ତ୍ତବ୍ୟ ହୋଇ ଟିୟୁସନରେ ବ୍ୟାଗ ରଖି ମନ୍ଦିରକୁ ଯାଇଥିଲା । ହେଲେ ନାବାଳିକା ଝିଅ ଟିୟୁସନରୁ ଫେରିବା ଡେରି ହେବାରୁ ଖବର ପାଇ ଘରଲୋକେ ଶିବ ମନ୍ଦିରକୁ ଯାଇଥିଲେ । ଏବଂ ସେଠାରେ ନାବାଳିକାକୁ ନପାଇ ଫେରି ଆସିଥିଲେ । ହେଲେ ନାବାଳିକା ଶିବ ମନ୍ଦିରରେ ପହଞ୍ଚିବା ପରେ ପୂର୍ଣ୍ଣଚନ୍ଦ୍ରଙ୍କ କଥା ଅଥବା କାର୍ଯ୍ୟକଳାପରେ ଅରାଜି ହେବାରୁ ଉତକ୍ଷିପ୍ତ ହୋଇ ନିକଟରେ ଥିବା ଏକ ଲୁହା ଫୁଙ୍କାନଳୀରେ ନାବାଳିକାର ମୁଣ୍ଡକୁ ପିଟି ବାରୁ ଗଭୀର କ୍ଷତ ହୋଇ ଅଧିକ ରକ୍ତସ୍ରାବ କାରଣରୁ ସେଠାରେ ତାର ମୃତ୍ୟୁ ଘଟିଥିଲା । ନାବାଳିକାର ମୃତ୍ୟୁ ନିଶ୍ଚିତ ଜାଣବା ପରେ ପୂର୍ଣ୍ଣଚନ୍ଦ୍ର ତାକୁ ମନ୍ଦିର ପାଚେରୀ ପାଖକୁ ଫିଙ୍ଗି ପରବର୍ତ୍ତୀ ପରିସ୍ଥିତିର ଭୟ ଅଥବା ଅନ୍ୟ କୌଣସି କାରଣରୁ ନିଜ ଜୀବନ ହରାଇବାକୁ ନିଜେ ବିଷପାନ କରି ଘରକୁ ଫୋନକରି ଜଣାଇଥିଲା । ପୂର୍ଣ୍ଣ ଘରଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନାବାଳିକା ଏବଂ ପୂର୍ଣ୍ଣକୁ ସଙ୍ଗେ ସଙ୍ଗେ ନୟାଗଡ଼ ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ନାବାଳିକାକୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଅବସ୍ଥାରେ ପୂର୍ଣ୍ଣକୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାର ଚିକିତ୍ସା ଜାରି ରହିଥିବା ବେଳେ ପରବର୍ତ୍ତୀ ସମୟରେ ମୃତ୍ୟୁ ଘଟିଥିଲା । ତେବେ ଆଧୁନିକତାର ବସବର୍ତ୍ତୀ ହୋଇ ସାମାଜିକ ନୀତି ନୈତିକତାକୁ ଭୁଲି ଏପରି କାର୍ଯ୍ୟରେ ନିବୃତ ହେବାର ପରିଣତି ପାଇଁ ଜଣେ ନାବାଳିକା ସହିତ ପ୍ରେମିକର ଅକାଳ ମୃତ୍ୟୁ ପାଇଁ ଦାୟୀ କିଏ । ତେବେ ଏହାର ପରିଣାମ ବାପା ମାଁ ଙ୍କୁ ଭୋଗିବାକୁ ପଡୁଛି ।

0
0
0
s2sdefault