ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ବହୁ ପ୍ରତିକ୍ଷିତ ଶ୍ରୀଶ୍ରୀ ମାଁ ଉଗ୍ରତାରା ମନ୍ଦିର ର ନିର୍ମାଣ କାର୍ଯ୍ୟ ଭଞ୍ଜନଗର ଘୁ ; ନୁଆଗାଁ ଧୁମୁଛାଇ ଛକ ନିକଟରେ ଖୁବ୍ ଜୋର୍ ସୋର୍ ରେ ଚାଲିଛି। ଯାହାକି ଭଞ୍ଜନଗର ସହର ଠାରୁ ମାତ୍ର ଦୁଇ କିଲୋମିଟର ଦୁରରେ ଅବସ୍ଥିତ। ଦୀର୍ଘ ବର୍ଷ ହେବ ମାଁ ଏଠାରେ ଏକ ବୃକ୍ଷ ମୂଳେ କଷ୍ଟେ ମଷ୍ଟେ ଶିତ,ଖରା କାକର ରେ ପୂଜା ପାଇ ଆସୁଥିଲେ। ଲୋକଙ୍କ କହିବା କଥା ହେଲା, ଏହି ସ୍ଥାନରେ ପୂର୍ବରୁ ବହୁ ଘଟଣା ଦୁର୍ଘଟଣା ପ୍ରାୟ ହୋଇ ଆସୁଥିଲା। ତେଣୁ ଶ୍ରଦ୍ଧାଳୁ ବାଟୋଇ ଜନସାଧାରଣ ଏହି ବାଟ ଦେଇ ଗଲାବେଳେ ଭାବ ଭକ୍ତି ରେ ମାଁ ଙ୍କୁ ସ୍ମରଣ କରିବା ଦ୍ଵାରା ଅନେକ ବାଧା ବିଘ୍ନ ରୁ ରକ୍ଷା ମିଳୁଥିଲା। ସେଥି ସକାଶେ କେତେକ ନେତୃ ସ୍ଥାନୀୟ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଉତ୍ସାହ ଓ ଆଗ୍ରହ ଫଳରେ ଆଖପାଖ ଗ୍ରାମର ଅନେକ ଯୁବକ ଓ ଶ୍ରଦ୍ଧାଳୁ ଜନସାଧାରଣ ଙ୍କ ସହଯୋଗ ରେ ଏଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରା ଯାଉଛି। ଆଜି ଅର୍ଥାତ୍ ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଡିସେମ୍ବର ମାସ ୧୬ ତାରିଖ ମଙ୍ଗଳ ବାର ୨୦୨୫ ଦିନ ଶ୍ରୀଶ୍ରୀ ଶ୍ରୀ ମାଁ ଉଗ୍ରତାରା ଙ୍କ ନିର୍ମାଣ ଧିନ ପିଠ ପରିସରରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଘୁ ; ନୁଆଗାଁ,ଧୁମୁଛାଇ, କୁରୁଳାଇ, ଡିମିରିପଲ୍ଲୀ,ଓ ତନରଡା ଗ୍ରାମର ଅନେକ ଭଦ୍ର ବ୍ୟକ୍ତି ଉପସ୍ଥିତ ଥିଲେ। ନୁଆଗାଁ ର ଶ୍ରୀ ପାଣ୍ଡବ ସାହୁ ଆଜିର ପ୍ରଥମ ବୈଠକ ରେ ସଭାପତିତ୍ୱ କରି ସଭା କାର୍ଯ୍ୟ କୁ ତୁଲାଇଥିଲେ। ମାଁ ଉଗ୍ରତାରା ଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଆଜିର ବୈଠକରେ ଗୁରୁତ୍ୱ ପୂର୍ଣ୍ଣ ଆଲୋଚନା କରାଯାଇଥିଲା। ଏବଂ ଏହି ବୈଠକରେ ମାଁ ଉଗ୍ରତାରା ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ସନାତନ ହିନ୍ଦୁ ଧର୍ମ ଗ୍ରନ୍ଥ ପରମ୍ପରା ରିତି ନିତି ଶାସ୍ତ୍ରାନୁମୋଦିତ ଓ ତନ୍ତ୍ର ସାଧନ ପ୍ରକାରେ ବହୁ ଆଡମ୍ବର ସହକାରେ ପାଳନ କରିବା ପାଇଁ ସ୍ଥିର ହୋଇଛି। ଆସନ୍ତା ମାର୍ଚ୍ଚ ମାସ ରେ ହେବାକୁ ଥିବା ମନ୍ଦିର ପ୍ରତିଷ୍ଠା ଉତ୍ସବ ଦୀର୍ଘ ୫ ଦୀନ ଧରି ବହୁ ଆଡମ୍ବର ସହକାରେ ପାଳନ ହେବାକୁ ଦିନ ବାର ଧାର୍ଯ୍ୟ ହୋଇଛି। ସେଥିନିମିତ୍ତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ କୁ ଶାନ୍ତି ଶୃଙ୍ଖଳାର ସହିତ ସମ୍ପାଦନ କରିବା ପାଇଁ ଏକ ୨୧ ଜଣିଆ କମିଟି ଓ ୧୪ ଜଣିଆ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଛି। ଯେଉଁଥିରେ କାର୍ଯ୍ୟକାରୀ କମିଟି ରେ କେଦାର ସ୍ୱ।ଇଁ, ସତ୍ୟନାରାୟଣ ଲେଙ୍କା, ସରୋଜ ପ୍ରଧାନ,ଶିବରାମ ସ୍ୱ।ଇଁ,ବୁଲୁ ଜେନା ଓ ଅନ୍ୟମାନେ। ସେହିପରି ଉପଦେଷ୍ଟା ମଣ୍ଡଳୀ ରେ ପାଣ୍ଡବ ସାହୁ, ସତ୍ୟବାନ୍ ବିଶ୍ଵାଳ, ସିମାଞ୍ଚଳ ସାହୁ ଓ ଅନ୍ୟମାନେ ଅଛନ୍ତି।
ଶେଷରେ ଆଜିର ପ୍ରଥମ ବୈଠକ ରେ ଉପସ୍ଥିତ ଥିବା ଶତାଧିକ ଭକ୍ତ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ଅନ୍ନପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ପରେ ପରେ ଓଡ଼ିଶା ରାଜ୍ୟର ଭୂଷଣ୍ଡପୁର ଯାହାକି ମାଁ ଉଗ୍ରତାରା ଙ୍କ ପ୍ରମୁଖ ତନ୍ତ୍ରପୀଠ ରୂପେ ବିଦିତ। ସେଠାରୁ ମାଁ ଉଗ୍ରତାରା ଙ୍କ ପୂଜକ ଶ୍ରୀ ରଘୁନାଥ ସାମନ୍ତରା ଓ ତାଙ୍କ ଦୁଇ ସହଯୋଗୀ ସୁଧିର ରଞ୍ଜନ ଦାସ ଓ ପ୍ରଦୀପ କୁମାର ଅଧିକାରୀ ଆସି ଉପସ୍ଥିତ ହୋଇ ମନ୍ଦିର ପ୍ରତିଷ୍ଠା ଉତ୍ସବ ର ନୀତି ନିର୍ଘଣ୍ଟ ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ।











