ବାଣପୁର:(ସେକ କୌସର ):ଖୋର୍ଦ୍ଧା ଜିଲ୍ଲା ବାଣପୁର (ଏନ ଏ ସି ) ୯ ନମ୍ବର ୱାର୍ଡର ମୁସଲମାନ ସାହିରେ ଥିବା ମଦରସା ଇସ୍ଲାମିୟା କଥା ଦୀର୍ଘ ତିରିଶ ବର୍ଷ ଧରି ବିଜୁଳି ଚୋରି କରି ଜଳାଉଥିବା ଘଟଣା ନଜରକୁ ଆସିଛି, ମଦ୍ରାସା ଗୋଟିଏ ସରକାରୀ ଶିକ୍ଷାନୁଷ୍ଠାନ ହୋଇଥିବାରୁ ଏହା କେମିତି ସମ୍ଭବ ହୋଇପାରିଲା ତାହା ସନ୍ଦେହ ଘେରରେ ?
ମଦ୍ରାସା କୁ ଲାଗି ତିନୋଟି ଦୋକାନ ଗୃହ ଥିବାରୁ ସେ ଗୁଡିକ ସରକାରୀ ଗୃହ ନା ବେସରକାରୀ ଗୃହ ତାହାବି ସନ୍ଦେହ ଘେରରେ, ଆଜକୁ ତିରିଶି ବର୍ଷ ପୂର୍ବରୁ ମଦ୍ରାସା ଇସ୍ଲାମିୟା ଶିକ୍ଷାନୁଷ୍ଠାନ ରୁ ତିନୋଟି ଦୋକାନ ଗୃହକୁ ବିଜୁଳି ସଂଯୋଗ ହୋଇଥିବାରୁ ହଟାତ ବିଜୁଳି ବିଭାଗର ନଜର ପଡିଥିଲା ମଦ୍ରାସା ଉପରେ, ବାଣପୁର ସେକ୍ସନ ୧ ନମ୍ବର କମର୍ଷିଆଲ ଯେଇ ସ୍ମୃତିରଞ୍ଜନ ଙ୍କ ସହିତ MRT ଟିମ ଅଚାନକ ମଦ୍ରାସାରେ ଚଢ଼ାଉ କରିଥିଲେ ସେଠାରେ କୌଣସି ମିଟର ନଥିବା ଦେଖି ଓ ମଦ୍ରାସା ରୁ ତିନୋଟି ଦୋକାନ କୁ ବିଜୁଳି ସଂଯୋଗ ହୋଇଥିବା ନଜରକୁ ଆସିଥିଲା, ବିଜୁଳି ବିଭାଗର କର୍ମଚାରି ସାଙ୍ଗେ ସାଙ୍ଗେ ବିଜୁଳି ବିଛିନ୍ନ କରିଥିଲେ lଏଠି ପ୍ରଶ୍ନ ମଦ୍ରାସା ରେ ଲାଗିଥିବା ବିଜୁଳି କାହା ନାମରେ ଅଛି ଜଦି ମଦ୍ରାସା ନାମରେ ଅଛି ତେବେ ମିଟର କୁଆଡେ ଗଲା ଓ ତିନୋଟି ଦୋକାନ ଗୃହକୁ ବିଜୁଳି କିଏ ଦେଲା ଯେଉଁ ତିନୋଟି ଦୋକାନ କୁ ବିଜୁଳି ସଂଯୋଗ ହୋଇ ଥିଲା ତାହା ଶିକ୍ଷାନୁଷ୍ଠାନର କି ନା କାହା ବ୍ୟକ୍ତିଗତ ଗୃହ.ଏହି ତିନୋଟି ଦୋକାନ ରୁ ଭଡ଼ା ସରକାର ଙ୍କ ପାଣ୍ଠିକୁ ଯାଉଥିଲା ନା କୌଣସି ଅନୁଷ୍ଠାନ କୁ ଯାଉଥିଲା ତାହା ସନ୍ଦେହ ଘେରରେ ?ମଦ୍ରାସା ରୁ ବିଛିନ୍ନ ହୋଇଥିବା ବିଜୁଳି କନେକ୍ସନ ଟି କାହା ନାମରେ ଅଛି ଓ ତାହାର ମାଲିକାନା କିଏ ଜାହିର କରୁଛି ତାହା ଆଘକୁ ଦେଖିବାକୁ ବାକି ରହିଲା l
ରାଜ୍ୟ
ଅଭିଯୋଗ: ମଦ୍ରାସା ଇସ୍ଲାମିୟା ନିଜେ ବିଜୁଳି ଚୋରିକରି ଅନ୍ୟକୁ ବିକୁଥିଲା ବିଜୁଳି
- Hits: 5











