ହେଡଲାଇନସ୍:

ସୁଶ୍ରୀ ଶ୍ରୀୟା ଶ୍ରୁତି ଙ୍କ"କୃଷି ବୈଷୟିକ ଇଞ୍ଜିନିୟରିଂ" ରେ ସ୍ବର୍ଣ୍ଣ ପଦକ ଲାଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାୟଗଡା - ରାୟଗଡ ଜିଲ୍ଲା ଗୁଣୁପୁର ସ୍ଥିତ ସ୍ଥାନୀୟ ଗାନ୍ଧୀ ବୈଷୟିକ ବିଶ୍ଵବିଦ୍ୟାଳୟ ରୁ ସୁଶ୍ରୀ ଶ୍ରୀୟା ଶ୍ରୁତି ପାଣିଗ୍ରାହୀ ବିଶ୍ୱବିଦ୍ୟାଳୟର ଦ୍ଵିତୀୟ ସମବର୍ତ୍ତନ ସମାରୋହ ତଥା 14 ଡିସେମ୍ବରରେ ସ୍ନାତକ ଶ୍ରେଣୀ ର କୃଷି ବୈଷୟିକ ଇଞ୍ଜିନିୟରିଙ୍ଗ ପାଇଁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟର ସ୍ନାତକ କୃଷି ବୈଷଷୟିକ ଇଞ୍ଜିନିୟରିଙ୍ଗ ର ସେ ପ୍ରଥମ ବ୍ୟାଚ ତଥା 2020-24 ର ଛାତ୍ରୀ ଥିଲେ। ସେ ଅଧ୍ୟାପକ ଜନାର୍ଦନ ପାଣିଗ୍ରାହୀ ଓ ଶ୍ରୀମତୀ ଶକୁନ୍ତଳା ପାଣିଗ୍ରାହୀ ଙ୍କ ସୁପୁତ୍ରୀ ଅଟନ୍ତି।

ସେ ଏହି ପଦକ ହାସଲ କରି ସହର ପାଇଁ ଗର୍ବ ଆଣିଛନ୍ତି। ତାଙ୍କର ଏହି ସଫଳତା ପଛରେ ତାଙ୍କ ପୂଜ୍ୟ ପିତା, ମାତା ଓ ଗୁରୁଜନଙ୍କ ଆଶୀର୍ବାଦ ରହିଛି ବୋଲି ସୁଶ୍ରୀ ଶ୍ରୀୟା ଶ୍ରୁତି ପ୍ରକାଶ କରିଛନ୍ତି।ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିଛି।

0
0
0
s2sdefault