ହେଡଲାଇନସ୍:

ଚଇତି ଟେପ ଏଣ୍ଡ ହିଟ ଭଲିବଲ ପ୍ରତିଯୋଗିତା : ଜିଆଇଇଟିୟୁ ଚାମ୍ପିୟାନ, ଏକଲବ୍ୟ ରନର୍ସ ଅପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ୧୬/୧୨() ସ୍ଥାନୀୟ ବ୍ଲକ ଅଫିସ ପଡ଼ିଆରେ ଆୟୋଜିତ ଚଇତି ଟେପ ଏଣ୍ଡ ହିଟ ଭଲିବଲ ପ୍ରତିଯୋଗିତାରେ ଗୁଣପୁର ଗାନ୍ଧୀ ବିଶ୍ଵ ବିଦ୍ୟାଳୟ ଦଳ ବିକ୍ରମପୁର ଏକଲବ୍ୟ ଆଦର୍ଶ ବିଦ୍ୟାଳୟ କୁ ପରାସ୍ତ କରି ଚମ୍ପିୟାନ ହୋଇଛି। ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ଫାଇନା ପ୍ରଥମେ ମ୍ୟାଚରେ ଏକଲବ୍ୟ ଦଳ ୨୫-୧୯ ପଏଣ୍ଟରେ ବିଜୟ ହାସଲ କରିଥିଲେ। ଦ୍ବିତୀୟ ମ୍ୟାଚରେ ଗାନ୍ଧୀ ବିଶ୍ଵ ବିଦ୍ୟାଳୟ ଦଳ ସୁନ୍ଦର ଭାବରେ ଖେଳି ୨୫-୧୫ ପଏଣ୍ଟରେ ବିଜୟ ହୋଇ ସ୍ଥିତି ବରାବର କରିଥିଲା। ଚୂଡ଼ାନ୍ତ ତୃତୀୟ ମ୍ୟାଚରେ ଗାନ୍ଧୀ ବିଶ୍ଵ ବିଦ୍ୟାଳୟ ଦଳ ବିକ୍ରମପୁର ଏକଲବ୍ୟ ଦଳକୁ ୧୫-୧୦ ସ୍କୋରରେ ପରାସ୍ତ କରି ଚାମ୍ପିୟାନ ହୋଇଥିଲେ। ପୂର୍ବରୁ ଅନୁଷ୍ଠିତ ସେମିଫାଇନଲ ମ୍ୟାଚରେ ଏକଲବ୍ୟ ଦଳ ଗାନ୍ଧୀ ପବ୍ଲିକ ସ୍କୁଲ ଏବଂ ଗାନ୍ଧୀ ବିଶ୍ଵ ବିଦ୍ୟାଳୟ ଦଳ ଭାରସିଂ ଉଚ୍ଚ ବିଦ୍ୟାଳୟ ଦଳକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ଗୁଣପୁର ବିଦ୍ୟାନିକେତନ ପବ୍ଲିକ ସ୍କୁଲ,ଜଗନ୍ନାଥ ପବ୍ଲିକ ସ୍କୁଲ,ଉଚ୍ଚ ବାଳକ ବିଦ୍ୟାଳୟ ସମେତ ମୋଟ ୭ଟି ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ମ୍ୟାଚ ଗୁଡିକୁ ରେଫେରି ଭାବେ କ୍ରୀଡା ଶିକ୍ଷକ ରମାକାନ୍ତ ମିଶ୍ର,ଜୟ ପ୍ରକାଶ ସାହୁ, ରବୀନ୍ଦ୍ର ପଣ୍ଡା ଦାୟିତ୍ୱ ତୁଲାଇଥିବା ବେଳେ ଗୁଣପୁର ବନ୍ଧନ ବ୍ୟାଙ୍କ ପ୍ରଯୋଜନାରେ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଆଜି ସକାଳେ ଏହି ପ୍ରତିଯୋଗିତାକୁ ଚଇତି କମିଟି ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଅଭିଷେକ ଦିଲ୍ଲୀପ ଦୁଧାଲ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିଲେ। ଉଦଘାଟନ ସମାରୋହରେ ଗାନ୍ଧୀ ବିଶ୍ଵ ବିଦ୍ୟାଳୟର ଉପ ସଭାପତି ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା, ଚଇତି କ୍ରୀଡା କମିଟିର ଅଧ୍ୟକ୍ଷ ସ୍ବସ୍ତିକ ଜମାଦାର, ଆମ୍ବୁସମ୍ୟାନ ଅକ୍ଷୟ କୁମାର ଦାଶ, ସାମ୍ବାଦିକ ତ୍ରିନାଥ ଖାଡ଼ଙ୍ଗା,କ୍ରୀଡ଼ା କମିଟିର ଆବାହାକ ତଥା ବ୍ଲକ ମଙ୍ଗଳ ଅଧିକାରୀ ଗଙ୍ଗାଧର ବେହେରା, ବିଜେପି ରାଷ୍ଟ୍ରୀୟ ପରିଷଦ ସଭ୍ୟ ୱାଇ ଗଣପତି , ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ରାଜ୍ୟ ଯୁବ ବିଜେଡି ଉପ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା, ରାମ ଚନ୍ଦ୍ର ପଣ୍ଡା , ବନ୍ଧନ ବ୍ୟାଙ୍କ ପରିଚାଳକ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। ରାଜ୍ୟ ଓ ଜାତୀୟ ସ୍ତରରେ ଟେପ ଏଣ୍ଡ ହିଟ ଭଲିବଲ ଖେଳକୁ କେବଳ ମାନ୍ୟତା ଦିଆଯାଇଥିବାରୁ ଚଳିତ ଥର ପ୍ରଥମ କରି ଟେପ ଏଣ୍ଡ ହିଟ ଭଲି ପ୍ରତିଯୋଗିତାକୁ ଆୟୋଜନ କରାଯାଇଥିଲା ବୋଲି କ୍ରୀଡ଼ା କମିଟି ଅଧ୍ୟକ୍ଷ ଶ୍ରୀ ଜମାଦାର ସୂଚନା ଦେଇଥିଲେ। ଏଣିକି ସ୍କୁଲ ,କଲେଜ ଗୁଡିକରେ ଏହି ଖେଳକୁ ବହୁଳ ମାତ୍ରାରେ ଅଭ୍ୟାସ କରିବା ନିମନ୍ତେ ଆୟୋଜକ ମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ସେହିପରି ପ୍ରତିଯୋଗିତାକୁ କ୍ରୀଡ଼ା କମିଟିର ସଦସ୍ୟ ସପନ ଦାଶ,ରବୀନ୍ଦ୍ର କୁମାର ପଣ୍ଡା,କିରଣ ପାଣିଗ୍ରାହୀ , କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ ନମିତା ରଥ,ଅଲିଭା ଜ୍ୟୋତି ଦେ, ନନ୍ଦିନୀ ପଣ୍ଡା, ଜୟକୃଷ୍ଣ ପାତ୍ର,ଶଙ୍କର୍ଷଣ ମହାନ୍ତି, ଗଣେଶ ମହାପାତ୍ର, ରମାକାନ୍ତ ମିଶ୍ର, କୈଳାଶ ପାଣିଗ୍ରାହୀ, ଦିଲ୍ଲୀପ ପଣ୍ଡା, ମନୋଜ କୁମାର ତୁଳ , ଗୌତମ ମୁଦୁଲି, ଶୁସାନ୍ତ କୁମାର ବିଷୋୟୀ, ରାମ ଶଙ୍କର ପାଳ, ଶିଶୁ ସାଗର ପ୍ରଧାନ, ନାରାୟଣ ପ୍ରସାଦ ପାଳ, ଉମାକାନ୍ତ ଶବର, ହରେକୃଷ୍ଣ ଗୌଡ଼,କମଳାକାନ୍ତ ଖୁଣ୍ଟିଆ, ପଞ୍ଚାନନ ଶତପଥି ପ୍ରମୁଖ ଉପସ୍ଥିତ ରହି ଶୃଙ୍ଖଳାର ସହ ପରିଚାଳନା କରଥିଲେ।

0
0
0
s2sdefault