ବାସୁଦେବପୁର - ବାସୁଦେବପୁର ରେ ଅନୁଷ୍ଠିତ ହେଉ ଥିବା ସାଂସଦ ଖେଳ ମହୋତ୍ସବ ର ପଞ୍ଚମ ଦିବସ ର ଖେଳ ଉଦ୍ ଜାପାନୀ ହୋଇ ଯାଇଛି। ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ର ଖେଳ ପଡିଆ ରେ ଆୟୋଜିତ ହେଉଥିବା ଏହି ଖେଳ ର ଉଦ୍ ଜାପାନୀ ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାୟ, ଅନ୍ୟ ଅତିଥି ମାନଙ୍କ ମଧ୍ୟ ରେ ବିଡ଼ିଓ ତନ୍ମିତା କର, ଏସ ଡି ପି ଓ ବିଚିତ୍ରା ନନ୍ଦ ସେଠୀ, ଏ ଡି ଇ ଓ ଜଗବନ୍ଧୁ ସାହୁ, ସହ ଶ୍ରମ ଅଧିକାରୀ ମନୋରଞ୍ଜନ ନାୟକ, ପୌର ଅଧିକାରୀ ସୁଧାଂଶୁ ମୋହନ ସ୍ୱାଇଁ, ପଂଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ସମାଜସେବୀ ଉଦୟ ନାରାୟଣ ମଲ୍ଲିକ, ଉମାକାନ୍ତ ଖୁଣ୍ଟିଆ, ମଧୁସୂଦନ ପାଢ଼ୀ , ଭଗବାନ ମହାନ୍ତି ଉପସ୍ଥିତ ରହି ଥିଲେ। ସମାଜସେବୀ ଜୟ ପ୍ରକାଶ ମଲ୍ଲିକ ଙ୍କ ସଂଯୋଜନାରେ ସଭା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା। ଅନ୍ୟ ମାନଙ୍କ ମଧ୍ୟ ରେ ସମାଜ ସେବୀ ରତିକାନ୍ତ ଦଳାଇ,କାଉନସିଲର ଜଗବନ୍ଧୁ ଦାସ, ଆଡଭୋକେଟ ଆଶୁତୋଷ ସାମଲ, ଅମର ଦାସ, ବିଜୟ ମାଝୀ ଉପସ୍ଥିତ ରହି ଥିଲେ।ମୂଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀଯୁକ୍ତ ରାଉତ ରାୟ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ କୃତ କାର୍ଯ୍ୟ ହୋଇ ଥିବା ଖେଳାଳୀ ଓ ଟିମ୍ କୁ ପୁରସ୍କୃତ କରିଥିଲେ। ପରେ ପରେ ଭାଜପା ଜିଲ୍ଲା ସଭାପତି ଭଗବାନ ପଣ୍ଡା ମଧ୍ୟ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ଖେଳ ଶିକ୍ଷକ ମାନଙ୍କୁ ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ। ମଣ୍ଡଳ ଖେଳ ସମ୍ପାଦକ ଗଙ୍ଗାଧର ସେଠୀ ସାତ ଦିବସ ରେ ସମସ୍ତ ଖେଳ କୁ ସଂଯୋଜନା କରିଥିବା ବେଳେ ଖେଳ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯଥା ସୁଶାନ୍ତ କୁମାର ବାରିକ୍, ସୁମନ୍ତ କୁମାର ମହାକୁଡ଼, ସୁକାନ୍ତ ଜେନା, ପ୍ରଭାତ ଜେନା, ଗୀତାଞ୍ଜଳି ରଥ, କଲ୍ୟାଣୀ ବଳ, ଆଶୁତୋଷ ବେହେରା, ଦିବାକର ବେହେରା, ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଖେଳ ପରିଚାଳନାରେ ସମ୍ପୂର୍ଣ ସହଯୋଗ କରିଥିଲେ।
ରାଜ୍ୟ
ଉଦଯାପିତ ହେଲା ସାଂସଦ ଖେଳ ମହୋତ୍ସବ
- Hits: 7











