ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଆଚାର୍ଯ୍ୟ ଅକ୍ଷୟ କୁମାର ପାଣିଗ୍ରାହୀ ଙ୍କ ସଂଯୋଜନା ରେ ଆୟୋଜିତ ହୋଇ ଯାଇଛି କ୍ରୀଡ଼ା ଉତ୍ସବ। ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ର ସଭାପତି ତାରା କାନ୍ତ ଡାଙ୍ଗୁଆ, ବିଶିଷ୍ଟ ଅତିଥି ଭାବେ ସମାଜସେବୀ କମଳା କାନ୍ତ ପଣ୍ଡା, ଙ୍କ ସହ ବିଦ୍ୟାଳୟ ର ସମ୍ପାଦକ ସୁକାନ୍ତ କୁମାର ବାରିକ୍ ଓ ସହ ପ୍ରଧାନ ଆଚାର୍ଯ୍ୟ ଇପସିତା ମହାନ୍ତି ଉପସ୍ଥିତ ରହି ଥିଲେ। ଏହି ଅବସର ରେ ଅତିଥି ମାନେ ଖେଳ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ବିଦ୍ୟାଳୟ ପକ୍ଷ ରୁ ଆୟୋଜିତ ବିଭିନ୍ନ ଖେଳ ର ପ୍ରଥମ, ଦ୍ୱିତୀୟ, ତୃତୀୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି। ଶେଷ ରେ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି।
ରାଜ୍ୟ
ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ।
- Hits: 7











