ସୂଚନା ଅଧିକାର ଆଇନ ୨୦ ବର୍ଷ ପୂର୍ତ୍ତିପାଳନ: ଦୁଇ ଦିନିଆ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ
ଭୁବନେଶ୍ୱର/ସୁଶାନ୍ତ ସାହୁ : ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ବୁଦ୍ଧ ମନ୍ଦିର ପ୍ରାଙ୍ଗଣରେ ସୂଚନା ଅଧିକାର ଆଇନ (RTI Act, 2005) ର ସଫଳ ୨୦ ବର୍ଷ ପୂର୍ତ୍ତିପାଳନ ଅନୁଷ୍ଠିତ ହୋଇଯାଇଛି। ସଚେତନ ନାଗରିକ, ସାମାଜିକ କର୍ମୀ, ସାମ୍ବାଦିକ, ଆଇନଜୀବୀ ଓ ବିଭିନ୍ନ ସଂଗଠନର ପ୍ରତିନିଧିମାନେ ଏକତ୍ରିତ ହୋଇ ସୂଚନା ଅଧିକାର ଆଇନର ସଫଳତା, ସମସ୍ୟା, ଚାଲେଞ୍ଜ ଓ ଭବିଷ୍ୟତ ଦିଗକୁ ନେଇ ଗଭୀର ଆଲୋଚନା କରିଥିଲେ କାର୍ଯ୍ୟକ୍ରମରେ ଆଗ୍ରଣୀ ସମାଜସେବୀ ଓ ସୂଚନା ଅଧିକାର ଆନ୍ଦୋଳନର ଅମ୍ରିତା ଯୋହରି, ଜଣାଶୁଣା ସାମ୍ବାଦିକ ସତ୍ୟପ୍ରକାଶ ନାୟକ, ଅନୁସନ୍ଧାନମୂଳକ ସାମ୍ବାଦିକ ରବି ଦାଶ,ଶିବାନନ୍ଦ ରାୟ, ଆରଟିଆଇ ଅଭିଯାନ ଆଜାଦିନ ପାଣିଗ୍ରାହୀ ଓ ସୂଚନା ଅଧିକାର ଆଇନର ରାଜ୍ୟ ସଙ୍ଗଠକ ପ୍ରଦୀପ ପଧାନ ମଞ୍ଚାସିନ ଥିଲେ। ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଅଞ୍ଜଳି ଭାରଦ୍ୱାଜ NCPRI ମେମ୍ବର ଦିଲ୍ଲୀ ଯୋଗ ଦେଇଥିଲେ ସୂଚନା ଅଧିକାର ଆଇନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ lସମସ୍ତ ଅତିଥିମାନେ ଆଇନର ଉପକାରିତା, ନାଗରିକ ସଶକ୍ତିକରଣରେ ଏହାର ଭୂମିକା ଏବଂ କାହିଁକି ଆଜି ଅଧିକ ସଚେତନତାର ପ୍ରୟୋଜନ ଅଛି ସେ ସମସ୍ତ ମୁଦ୍ଦାକୁ ଉଠାଇଥିଲେ ସୂଚନା ଅଧିକାର ଆଇନ 2005, ଭାରତୀୟ ଲୋକତନ୍ତ୍ରରେ ଏକ କ୍ରାନ୍ତିକାରୀ ପଦକ୍ଷେପ। ବିଗତ ୨୦ ବର୍ଷ ଧରି ଏହି ଆଇନ ସାଧାରଣ ନାଗରିକଙ୍କୁ ରାଜ୍ୟସତ୍ତାର କାର୍ଯ୍ୟପ୍ରଣାଳୀ ପ୍ରତି ସଚେତନ ଓ ସବଳ କରିଆସିଛି। ଯେଉଁଠି ଅନ୍ୟ ଆଇନ ଅନେକ ସମୟରେ ଦାବୀ ଓ ଅଭିଯୋଗରେ କେନ୍ଦ୍ରିତ, RTI ହେଉଛି ସିଧାସଳଖ ତଥ୍ୟ ପ୍ରାପ୍ତିର ଅଧିକାର ଏହା ନାଗରିକଙ୍କୁ ସଶକ୍ତ କରେ।ଅମ୍ରିତା ଯୋହରି ତାଙ୍କ ଉଦ୍ବୋଧନରେ କହିଥିଲେ: “RTI ହେଉଛି ସରକାର ଓ ଜନତାଙ୍କ ମଧ୍ୟରେ ବିଶ୍ବାସର ସେତୁ। ଯେଉଁଠି ତଥ୍ୟ ଅଛି, ସେଠି ଦୂର୍ନୀତି କମେ; ଯେଉଁଠି ସଚେତନତା ଅଛି, ସେଠି ଲୋକତନ୍ତ୍ର ଶକ୍ତିଶାଳୀ ହୁଏ।”ସତ୍ୟପ୍ରକାଶ ନାୟକ କହିଥିଲେ ଯେ, ଗତ ଦଶକରେ ନାଗରିକମାନେ ସଚେତନ ହୋଇଛନ୍ତି, କିନ୍ତୁ ଅନେକ ସମୟରେ ଶାସନ ସମ୍ପୃକ୍ତ ବିଭାଗମାନେ ସମୟରେ ସୂଚନା ଦେଇନାହାନ୍ତି। ପିଆଇଓମାନଙ୍କ ତାଲିମ ଅଭାବ, ମାମଲା ଜମା ହେବା ଓ ଆପିଲରେ ବିଳମ୍ବ ଏସବୁ ଅବସ୍ଥା RTI ର ଲକ୍ଷ୍ୟକୁ ପ୍ରଭାବିତ କରୁଛି।ରବି ଦାଶ, ଯିଏ ଦୂର୍ନୀତି ଓ ଅନିୟମିତତା ଉପରେ ତାଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ଖବର ଦ୍ୱାରା ଲୋକମନଙ୍କ ମନରେ ସ୍ଥାନ କରିଥିବ RTI ଅନେକ ଅନିୟମିତତାକୁ ଉଦ୍ଘାଟନ କରିଛି। ପ୍ରଶାସନ ଭୟ କରେ, ଯେତେବେଳେ ଜନତା ପ୍ରଶ୍ନ କରେ। ସେଇଥିପାଇଁ ଆମେ ଅଧିକରେ RTI ବ୍ୟବହାର କରିବା ଆବଶ୍ୟକ।ବରିଷ୍ଠ ଓକିଲ ଆଜାଦହିନ୍ଦ ପାଣିଗ୍ରାହୀ, ଜଣେ ଜଣାଶୁଣା RTI ଆନ୍ଦୋଳନକାରୀ, ନାଗରିକଙ୍କ ସୁରକ୍ଷା ବିଷୟକ ଚିନ୍ତା ଉଠାଇଥିଲେ। ଦେଶର ବିଭିନ୍ନ ସ୍ଥାନରେ RTI ଆନ୍ଦୋଳନକାରୀମାନେ ଜଣେ ଜଣେ ହିଂସାର ସମ୍ମୁଖୀନ ହେଉଛନ୍ତି ଏହା ଆଇନର ପ୍ରୟୋଗକୁ ଦୁର୍ବଳ କରୁଛି।ପ୍ରଦୀପ ପଧାନ ପରିବେଶ, ଖଣି ଓ ଜମି ଅନିୟମିତତାରେ RTI ର ବ୍ୟବହାର ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଗରେ ଆଣିଥିଲେ। ସେ କହିଲେ ଯେଉଁଠି ବଡ଼ ପ୍ରକଳ୍ପ ରହିଛି, ସେଠି RTI ବହୁତ ଶକ୍ତିଶାଳୀ ଅସ୍ତ୍ର। ଜନତା ଚୁପ୍ପ ରହିଲେ ଅନିୟମିତତା ବଢ଼େ।ସେମାନେ RTI ବ୍ୟବହାର, ଆପିଲ ପ୍ରକ୍ରିୟା, ଅନଲାଇନ୍ ସୂଚନା ପ୍ରାପ୍ତି ଓ ଜିଲ୍ଲାସ୍ତରୀୟ ସୂଚନା ପ୍ରାଧିକାରୀଙ୍କ ଭୂମିକା ବିଷୟରେ ଚିନ୍ତା ଓ ପ୍ରସ୍ତାବ ଦେଇଥିଲେ।











