ଓଡଗାଁ, ୧୦।୧୨(ଶ୍ରୀକାନ୍ତ କୁମାର ମିଶ୍ର) ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜିଉଙ୍କ ପବିତ୍ର ପିଠ ପରିସରରେ ଜୟ ଶ୍ରୀରାମ ସେବା ସମିତି ଆନୁକୂଲ୍ୟରେ ୨୮ ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୩ୟ ଶ୍ରୀରାମତାରକ ଯଜ୍ଞ ମହୋତ୍ସବ ନିମନ୍ତେ ବୁଧବାର ଶୁଭ ଖୁଣ୍ଟି ସ୍ଥାପନ ହୋଇଛି । ଏଥି ନିମନ୍ତେ ପୂର୍ବ ପ୍ରସ୍ତୁତି ଅନୁସାରେ ସ୍ଥାନୀୟ ହନୁମାନ ଛକରୁ ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ବାହାରି ଶ୍ରୀଜୀଉଙ୍କୁ ନିମନ୍ତ୍ରଣ ପ୍ରଦାନ କରାଯାଇଥିଲା । ଏବଂ ବୁଧବାର ଆୟୋଜିତ ଶୁଭଖୁଣ୍ଟି ସ୍ଥାପନ ଅବସରରେ ପଣ୍ଡିତ ଶାନ୍ତନୁ କୁମାର ଦାଶଙ୍କ ଦ୍ୱାରା ପୂଜାର୍ଚନା ପୂର୍ବକ ଜୟ ଶ୍ରୀରାମ ଧ୍ୱନୀ ସହିତ ଶ୍ରଦ୍ଧାଳୁଙ୍କ ଗହଣରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଏଥିରେ କର୍ତ୍ତା ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସତ୍ୟ ନାରାୟଣ ନାୟକ, ଜୟ ଶ୍ରୀରାମ ସେବା ସମିତି କର୍ମକର୍ତା ସୁଶାନ୍ତ କୁମାର ସାହୁ, ଅଚ୍ୟୁତାନନ୍ଦ ପଣ୍ଡା, ଶ୍ରୀମନ୍ତ ମହାରଣା, ସୁରେଶ କୁମାର ସାମନ୍ତରାୟ ରାଜେଶ ସେଠି, ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର, ପୂଜକ ଓ ସୁଆର ପରିଷଦ କର୍ମକର୍ତ୍ତାଙ୍କ ସହିତ ଅନେକ ଶ୍ରଦ୍ଧାଳଙ୍କ ସମାଗମ ହୋଇଥିଲା ।
ରାଜ୍ୟ
ଶ୍ରୀରଘୁନାଥଜିଉଙ୍କ ପୀଠରେ ଶ୍ରୀରାମତାରକ ମହାଜଯଜ୍ଞର ଶୁଭ ଖୁଣ୍ଟି ସ୍ଥାପନ
- Hits: 80











