ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲାରେ ଦୀନକୁ ଦୃଘଟଣା ଘଟୁଥିବା ବେଳେ ଆଜି ସନ୍ଧ୍ୟା ପ୍ରାୟ ପାଞ୍ଚଟା ସମୟରେ ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ଅନ୍ୟ ଏକ ଟ୍ରକକୁ ସାଇଡ ଦେବାକୁ ଯାଇ ଗୋଟିଏ ଗ୍ୟାସ ଟ୍ୟାଙ୍କର ରାସ୍ତା ଉପରେ ସଂପୂର୍ଣ୍ଣ ଓଲଟି ପଡ଼ିଛି। ଦୁର୍ଘଟଣା ଏତେ ଜୋର ହୋଇଥିଲା ଯେ, ଗ୍ୟାସ ଟ୍ୟାଙ୍କଟ ର କିଛି ମିଟର ଘୋଷାଡ଼ି ହୋଇ ଯିବା ସହ ଇଞ୍ଜିନ ଚୂରମ ଚୂରମାର ହୋଇଯାଇଛି। ଗୁରୁତର ପିକଅପ ଡ୍ରାଇଭରକୁ ଉଦ୍ଧାର କରି ଆମ୍ବୁଲାନ୍ସ ନମିଳିବାରୁ ଏକ ଯୋଗେ ଡାକ୍ତରଖାନା ପଠାଯାଇଛି। ଏହି ଟ୍ୟାଙ୍କରଟି ବିଶାଖାପାଟଣାରୁ ଗ୍ୟାସ ବୋଝେଇ କରି ରି ବଲାଙ୍ଗୀର ର ଯାଉଥିଲା । ତେବେ ଟ୍ୟାଙ୍କର ଓଲଟି ପଡ଼ିଥିବାବେଳେ ଗ୍ୟାସ ନିର୍ଗତ ହେବା ଆଶଙ୍କା ହେବାରୁ ନର୍ଲା ଅଗ୍ନିଶମ ବିଭାଗ, ନର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣା ସମ୍ବେଦନଶୀଳ ଥିବାରୁ ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା ମଧ୍ଯ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେହିପରି ନର୍ଲା ତହସିଲଦାର, ଗ୍ୟାସ ସେଫଟି ବିଭାଗ ଓ ଜିଲ୍ଲା ପରିବହନ ବିଭାଗ ମଧ୍ୟ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି ରହିଛନ୍ତି। ତେବେ ଟ୍ୟାଙ୍କରରେ ଅତି ଦହନଶୀଳ ଏଲପିଜି ଗ୍ୟାସ ଥୂବା ଓ ଏହା ନିର୍ଗତ ହେ ହେବା ଆଶଙ୍କା ଥୂବାରୁ ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହନ ଚଳାଚଳ ଉପରେ ରୋକ ଲଗାଇଛି ପ୍ରଶାସନ। ଫଳରେ ଭବାନୀପାଟଣା-ରାୟଗଡା ୬ ନମ୍ବ ନମ୍ବର ରାଜ୍ୟ ରାଜପଥର ଛତିକୁଡ଼ାରୁ-ସିକେରକୁପା ଯାନବାହନ ଚଳାଚଳ ଠପ ହୋଇଯାଇଛି। ଘଟଣା ସମ୍ପର୍କରେ ପୁଲିସ ଓ ପ୍ରଶାସନ ତୀକ୍ଷଣ ନଜର ରଖୁଥିବାବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ ବନ୍ଦ ରହିଛି। ସେହିପରି ର୍ଗତ ହେଉଥିବା ସମ୍ପର୍କରେ ଦୁର୍ଘଟଣା ଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ ନିର୍ଗତ ପର୍ଯ୍ୟନ୍ତ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି।











