କ୍ରୀଡ଼ା ମାଧ୍ୟମରେ ମାନସିକ ଏବଂ ବୌଦ୍ଧିକ ବିକାଶ ହୋଇଥାଏ
ଓଡ଼ଗାଁ,୮।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ଗ୍ରାମ ପଞ୍ଚାୟତ ମଶାବାରୀ ଗାୟତ୍ରୀ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୫ ସୋମବାର ଉଦଘାଟିତ ହୋଇଯାଇଛି। ବିଦ୍ୟା ମନ୍ଦିର ଛାତ୍ର ଛାତ୍ରୀମାନେ କୈବଲ୍ୟପୁର ରାମେଶ୍ବର, ମଶାବାରୀ ନୀଳକଣ୍ଠେଶ୍ଵର, ରଙ୍ଗଣୀପାଟଣା ରାଧାକାନ୍ତ ଏବଂ ପନ୍ତିଖାରୀ ଶାସନ ନୀଳକଣ୍ଠେଶ୍ଵର ମନ୍ଦିରେ ପୂଜାର୍ଚ୍ଚନା କରି ମଶାଲ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ବିଦ୍ୟାମନ୍ଦିରରେ ପହଞ୍ଚିଥିଲେ। ପନ୍ତିଖାରୀ ସରପଞ୍ଚ ସୁଶ୍ରୀ ଶ୍ରାବଣୀ ବିଶ୍ବାଳ ଏବଂ ସମିତି ସଭ୍ୟ ବୁଲୁ ଯେନା ରଙ୍ଗଣୀପାଟଣା ପଞ୍ଚାୟତ ସରପଞ୍ଚ ସସ୍ମିତା ପାତ୍ର ମଶାଲ ଗ୍ରହଣ କରିଥିଲେ । ପରେ କ୍ରୀଡ଼ା ପତାକା ଉତ୍ତୋଳନ କରି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଦ୍ୟାମନ୍ଦିର ପ୍ରାଣ ପ୍ରତିଷ୍ଠାତା ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଗାୟତ୍ରୀ ବିଦ୍ୟାମନ୍ଦିରର ଟିକି ଟିକି ଛାତ୍ରଛାତ୍ରୀ ମାନଙ୍କୁ ନେଇ ପରିଚାଳିତ ଶିକ୍ଷା ଅନୁଷ୍ଠାନ ବିଭିନ୍ନ କ୍ଷେତ୍ରରେ ତାର ସଫଳତା ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିଦ୍ୟାମନ୍ଦିର ଅଧ୍ୟକ୍ଷ ବିରେନ୍ଦ୍ର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ ବେଳେ କେବଳ ଶିକ୍ଷା ନୁହେଁ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ବିଦ୍ୟାମନ୍ଦିରର ଅଗ୍ରଣୀ ଭୂମିକା ସମ୍ପର୍କରେ ଆଲୋଚନା ରଖିଥିଲେ। ବରିଷ୍ଠ ଶିକ୍ଷକ ଭେଙ୍କଟସ୍ବାମୀଙ୍କ ନେତୃତ୍ୱରେ ଖେଳ ପଡ଼ିଆରେ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା। ଅମିତା ଦାଶ, ପ୍ରଭାତୀ ତ୍ରିପାଠୀ, ମଞ୍ଜୁଲତା ମିଶ୍ର, ପ୍ରଭାତୀ ଖଣ୍ଡା, ସନ୍ତୋଷିନୀ ସାହୁ, ଝରଣା ସେଠୀ, ନାରାୟଣ ଯେନା ଏବଂ ଦିବ୍ୟ ଲୋଚନ ପଣ୍ଡା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିବା ବେଳେ ୩ ଦିନ ଧରି ବାର୍ଷିକ କ୍ରୀଡ଼ା ଉତ୍ସବ ଚାଲୁ ରହିବ।











