ବାଲିକୁଦା, ଶାସକ ପ୍ରଶାସକ ( ବିଚିତ୍ର ରଞ୍ଜନ ସାହୁ) : ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ସଂଗ୍ରାମପୁର ପଞ୍ଚାୟତ ର ବୁଦ୍ଧିସାହି ଗ୍ରାମର ପ୍ରେମାନନ୍ଦ ବେହୁରାଙ୍କ ପୁଅ ପ୍ରଳୟ ବେଉରା ରାଜ୍ୟସ୍ତରୀୟ ବଧିର କ୍ରିକେଟ୍ ଟିମ୍ ପାଇଁ ମନୋନୀତ ହୋଇଛନ୍ତି। ଶେଷ ପର୍ଯ୍ୟାୟର ଟ୍ରାୟାଲରେ ଉତ୍ତମ ବ୍ୟାଟିଙ୍ଗ ଓ ବୋଲିଂ କୌଶଳ ପ୍ରଦର୍ଶନ କରିବା ପରେ ଚୟନ କମିଟି ତାଙ୍କ ନାମକୁ ରାଜ୍ୟ ଟିମ୍ ପାଇଁ ମନୋନୀତ କରିଛନ୍ତି । ଆସନ୍ତା ଜାନୁଆରୀ ୮ ରୁ ୧୧ ପର୍ଯ୍ୟନ୍ତ ଅନୁଗୁଳ ଠାରେ ଦିନିକିଆ ତ୍ରିଦିବସୀୟ ମ୍ୟାଚ୍ ପାଇଁ ଓଡ଼ିଶା , ଆନ୍ଧ୍ର ପ୍ରଦେଶ ଓ ଉତ୍ତରପ୍ରଦେଶ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ l
ପ୍ରଳୟଙ୍କ ଏହି ଉପଲବ୍ଧିରେ ତାଙ୍କ ପରିବାର, ଅଞ୍ଚଳବାସୀ ଓ କ୍ରିକେଟ୍ ପ୍ରଶିକ୍ଷକମାନେ ଖୁସି ପ୍ରକାଶ କରିଛନ୍ତି। ବ୍ଲକ୍ ତଥା ଜିଲ୍ଲା ପାଇଁ ଗର୍ବିତ ମୁହୂର୍ତ୍ତ ।
ରାଜ୍ୟସ୍ତରରେ ଆଗାମୀ ମ୍ୟାଚମାନଙ୍କୁ ନଜରରେ ରଖି ପ୍ରଳୟ ଏବେ ଗୁରୁତ୍ୱପୂର୍ଣ୍ଣ ଅଭ୍ୟାସରେ ବ୍ୟସ୍ତ ରହିଛନ୍ତି। କ୍ରିକେଟ୍ ଜଗତରେ ଏକ ଉଜ୍ଜ୍ୱଳ ତାରା ହେବେ ବୋଲି ଅନେକଙ୍କ ଆଶା।
ରାଜ୍ୟ
ରାଜ୍ୟସ୍ତରୟ ବଧିର କ୍ରିକେଟ୍ ଟିମକୁ ମନୋନୀତ ହେଲେ ପ୍ରଳୟ
- Hits: 8











