ଭୁବନେଶ୍ୱର, ୮ ।୧୨: କିଟ୍ ଇଂଟରନ୍ୟାସନାଲ ସ୍କୁଲରେ ସ୍ୱତନ୍ତ୍ର ଛାତ୍ରଛାତ୍ରୀଙ୍କ ପାଇଁ ଥିବା ସ୍ପେଶାଲ୍ ଏଜୁକେସନାଲ୍ ନିଡ୍ସ (ସେନ୍) ଗ୍ଲୋବର ୧୧ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୋବେଲ ପୁରସ୍କାର ବିଜେତା ପ୍ରଫେସର ଅଭିଜିତ ବିନାୟକ ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି କହିଲେ, ଆମେ ସମସ୍ତେ ଭିନ୍ନ । ଆମେ ନିରନ୍ତର ସ୍ଥିର ଉପାୟରେ ନିଜର ସଫଳତାକୁ ଶ୍ରେୟ ଦେବାକୁ ଚେଷ୍ଟା କରୁ । ସେ କହିଲେ, ଶିକ୍ଷକ ଶିକ୍ଷୟିତ୍ରୀ କିମ୍ବା ଅଭିଭାବ ସେମାନଙ୍କ ପିଲାଙ୍କ ଚିନ୍ତାଧାରା, ସର୍ଜନା ଓ ଦୃଷ୍ଟିକୋଣକୁ ଗୁରୁତ୍ୱଦେବା ଉଚିତ । ଅଭିଭାବକମାନେ ସେମାନଙ୍କ ଚିନ୍ତାଧାରା ପିଲାଙ୍କ ଉପରେ ଲଦିଦେବା ଉଚିତ ନୁହେଁ । ପିଲାମାନଙ୍କୁ ସେମାନଙ୍କ ଅନ୍ତର୍ନିହିତ ଦକ୍ଷତା ପରିପ୍ରକାଶ ନିମନ୍ତେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ସେମାନଙ୍କୁ ସୁଯୋଗ ଦେବା ଉଚିତ ।
ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ୍ ଇଂଟରନ୍ୟାସନାଲ୍ ସ୍କୁଲ୍ ସେନ୍ ଗ୍ଲୋବ ଜରିଆରେ ମାନସିକ ଓ ଶାରୀରିକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସାଧାରଣ ଛାତ୍ରଛାତ୍ରୀଙ୍କ ସମକକ୍ଷ କରାଇବା ପାଇଁ ଯେଉଁ ପ୍ରୟାସ ଜାରି ରଖିଛି ତାହା ଭାରତରେ ବିରଳ । ଫଳରେ ଏଠାରେ ପଢ଼ୁଥିବା ଏହି ଛାତ୍ରଛାତ୍ରୀମାନେ ସାଧାରଣ ଛାତ୍ରଛାତ୍ରୀଙ୍କ ଭଳି ଶିକ୍ଷା ତଥା ବିଭିନ୍ନ କ୍ଷେତ୍ରରେ ଆତ୍ମବିଶ୍ୱାସ ସହ ପାରଦର୍ଶିତା ଲାଭ କରୁଛନ୍ତି । ଏଥିପାଇଁ ସେ କିଟ୍ ସେନ୍ ଗ୍ଲୋର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା ସହ କିଟ୍ ଇଂଟରନ୍ୟାସ୍ନାଲ୍ ସ୍କୁଲ୍ର ଚେୟାର ପର୍ସନ ଡ. ମୋନାଲିସା ବଳ, ଅଧ୍ୟକ୍ଷ ଡ ସଞ୍ଜୟ ସୁଆରଙ୍କ ସେମାନଙ୍କ ପ୍ରୟାସ ପାଇଁ ଅଭିନନ୍ଦନ ଜଣାଇଥିଲେ ।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦିନ ତମାମ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଝଲକ ଦେଖିବାକୁ ମିଳିଥିଲା । ଏହା ସହ ବାଲ୍ ଶକ୍ତି ପୁରସ୍କାର ବିଜେତା କୋରୋକ୍ ବିଶ୍ୱାସଙ୍କ ଏକ ସୁନ୍ଦର ଶାସ୍ତ୍ରୀୟ କାର୍ଯ୍ୟକ୍ରମ ପ୍ରଦର୍ଶନ ଦର୍ଶକଙ୍କୁ ବିଶେଷ ଭାବରେ ଆକର୍ଷିତ କରିଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡ. ମୋନାଲିସା ବଳ, ଡ. ସଞ୍ଜୟ ସୁଆର ଓ ଇଂଟରନ୍ୟାସ୍ନାଲ୍ କରିକୁଲମ୍ର ମୁଖ୍ୟ ଡ. ମାର୍କ କୋଲେମନ ପ୍ରମୁଖ ଉପସ୍ଥିତ ଥିଲେ |
ରାଜ୍ୟ
କିଟ ଇଂଟରନ୍ୟାସ୍ନାଲ୍ ସ୍କୁଲ୍ ସେନ୍ ଗ୍ଲୋବ୍ର ୧୧ତମ ପ୍ରତିଷ୍ଠା ଦିବସ
- Hits: 6











