ହେଡଲାଇନସ୍:

୫ ଦାଦନ ଶ୍ରମିକ ସହ ୨ଶିଶୁ ଉଦ୍ଧାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ )-ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ପୋଲିସ ରବିବାର ବିଳମ୍ବିତ ରାତିରେ ଲାଠୋରସ୍ଥିତ ହରିଶଙ୍କର ରୋଡ଼ ରେଲଷ୍ଟେସନ ନିକଟରୁ ୫ ଜଣ ମହିଳା ପୁରୁଷ ଦାଦନ ଶ୍ରମିକ ସହ ଦୁଇଜଣ ଶିଶୁଙ୍କୁ ଉଦ୍ଧାର କରିଛି।ପ୍ରକାଶ ଥାଉକି ଏଥିରେ ସମ୍ପୃକ୍ତ ଥିବା ସର୍ଦ୍ଦାର ଜଣକୁ ଗିରଫ କରି ପାଟଣାଗଡ଼ କୋର୍ଟକୁ ଚାଲାଣ କରାଯାଇଛି। ସୂଚନା ମୂତାବକ,ଖପ୍ରାଖୋଲ ଥାନା ଅଧିନସ୍ଥ କିନ୍ଦ୍ରିଟାଲ ଗ୍ରାମର ଦାଦନ ସର୍ଦ୍ଦାର ନୃପ ବାଗ (୩୫)ରବିବାର ରାତିରେ ୫ଜଣ ଦାଦନ ଶ୍ରମିକ ପୁରୁଷ ମହିଳା ଓ ଦୁଇଜଣ ଶିଶୁଙ୍କୁ ବେଆଇନ ଭାବେ ଟ୍ରେନ ଯୋଗେ ବାହାର ରାଜ୍ୟକୁ ଚାଲାଣ ପାଇଁ ନେଉଥିବା ବେଳେ କୌଣସି ସୂତ୍ରରୁ ଲାଠୋର ପୋଲିସ ଖବର ପାଇ ଏମାନଙ୍କୁ ଉଦ୍ଧାର କରି ଥାନାକୁ ଆଣି ପଚରା ଉଚରା କରିଥିଲା। ପରେ ଘଟଣାରେ ସମ୍ପୃକ୍ତ ଥିବା ଦାଦନ ସର୍ଦ୍ଦାର ନୃପ ବାଗକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି।

0
0
0
s2sdefault