
ଓଡଗାଁ,୨୬।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରାବରା ଗ୍ରାମର ଜଣେ ଯୁବକଙ୍କ ବୁଧବାର ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ ନୟାଗଡ଼-ଭଞ୍ଜନଗର ରାଜ୍ୟ ରାଜପଥ ଅରଖପଲ୍ଲୀ ଗ୍ରାମ ନିକଟରେ ବାଇକ୍ ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିଥିଲେ । ଗୁରୁତର ଯୁବକ ଜଣକ ହେଲେ ପୁରସ୍ତମ ପ୍ରଧାନ (୪୨) । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଘଟଣା ସ୍ଥଳରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଓଡ଼ଗାଁ ଡାକ୍ତରଖାନାକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ନୟାଗଡ଼ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ପୁରସ୍ତମ ବାଇକ୍ ଚଳାଇ ରାବରା ଗ୍ରାମରୁ କେନାଲଛକ ଦେଇ କୌଣସି କାର୍ଯ୍ୟରେ ନନ୍ଦିଘୋର ଅଭିମୁଖେ ଯାଉଥିବା ସମୟରେ ଅରଖପଲ୍ଲୀ ନିକଟରେ ହଠାତ୍ କୁକୁର ପସି ଯିବାରୁ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ତେବେ ବାଇକର ଗତି ଦୃତ ରହିଥିବାରୁ ଚାଳକ ପୁରସ୍ତମ ନୟାଗଡ଼ - ଭଞ୍ଜନଗର ରାଜ୍ୟ ସଡ଼କ ଉପରେ ଛିଟିକି ପଡି ଥିଲା । ଫଳରେ ପୁରସ୍ତମର ମୁହଁ ସହିତ ଗୋଡ଼ରେ ଗଭିର ଆଘାତ ସୃଷ୍ଟି ଲାଗିଥିଲା । ଏବଂ ଗୋଡ଼, ଆଖି, କାନ ଓ ମୁହଁରେ ଖଣ୍ଡିଆ ହୋଇଥିବା ବେଳେ ବାମ ଆଖି ଗଭିର କ୍ଷତି ହୋଇଥିବା ଜଣାପଡିଛି । ପ୍ରାଥମିକ ଚିକିତ୍ସା ପରେ ତାକୁ ନୟାଗଡ଼ ସ୍ଥାନାନ୍ତର କରାଯାଇଛି ।
ରାଜ୍ୟ
୨୧ ନମ୍ବର ରାଜ୍ୟ ସଡ଼କ ପଥରେ ବାଇକ୍ ଦୁର୍ଘଟଣା,ଯୁବକ ଗୁରୁତର
- Hits: 8











