ହେଡଲାଇନସ୍:

ସୋଆ ସ୍କୁଲ ଅଫ୍ ଫାର୍ମାସୁ୍ୟଟିକାଲ୍ ସାଇନ୍ସେସ୍ ପକ୍ଷରୁ ୬୪ତମ ଜାତୀୟ ଫାର୍ମାସୀ ସପ୍ତାହ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭୁବନେଶ୍ୱର, ୨୨/ ୧୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ଫାର୍ମାସୁ୍ୟଟିକାଲ୍ ସାଇନ୍ସେସ ୍(ଏସ୍ପିଏସ୍)-୧ ଓ ଇଣ୍ଡିଆନ୍ ଫାର୍ମାସୀ ଗ୍ରାଜୁଏଟ୍ସ୍ ଆସୋସିଏସନ୍ ( ଆଇପିଜିଏ)ର ଓଡିଶା ରାଜ୍ୟ ଶାଖାର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ସୋଆ କ୍ୟାମ୍ପସ-୪ରେ ୬୪ତମ ଜାତୀୟ ଫାର୍ମାସୀ ସପ୍ତାହ ପାଳିତ ହୋଇଯାଇଛି । ଚଳିତ ବର୍ଷର ପ୍ରସଙ୍ଗ ‘ଫାର୍ମାସିଷ୍ଟ ଆଜ୍ ଆଡଭୋକେଟ୍ ଅଫ୍ ଭ୍ୟାକ୍ସିନେସନ୍’କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇପିଜିଏ ଅନୁଷ୍ଠାନର କର୍ମକର୍ତା, ଏସ୍ପିଏସ୍ର ଫ୍ୟାକଲ୍ଟି ଏବଂ କର୍ମକର୍ତାମାନେ ଉପସ୍ଥିତ ଥିଲେ ।
ଏହିି କାର୍ଯ୍ୟକ୍ରମରେ ଓଡ଼ିଶାର ଡ୍ରଗ୍ସ କଂଟ୍ରୋଲର ଶ୍ରୀମତି ମାମିନା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଚଳିତ ବର୍ଷର ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରି ସ୍ୱାସ୍ଥ୍ୟ ପରିଚାଳନା ଏବଂ ଜୀବନର ପ୍ରତ୍ୟେକ ସ୍ତରରେ ଫାର୍ମାସିଷ୍ଟମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।
ଧୈର୍ଯ୍ୟ, କଠିନ ପରିଶ୍ରମ, ଦୃଢ ମନୋବଳ ଓ ସକାରାତ୍ମକ ଚିନ୍ତାଧାରାକୁ ନେଇ କାର୍ଯ୍ୟ କଲେ ସଫଳତା ହାସଲ ହେବ ବୋଲି କହିବା ସହ ବର୍ତମାନର ଯୁବପିଢ଼ି ନିଶା ଠାରୁ ଦୂରେଇ ରହିବା ନେଇ ଛାତ୍ରଛାତ୍ରୀମାନଙ୍କୁ ଶ୍ରୀମତି ପଟ୍ଟନାୟକ ଆହ୍ୱାନ ଦେଇଥିଲେ ।
ବର୍ତମାନ ଓଡିଶାରେ ଫାର୍ମାସୀ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ଉନ୍ନତିମୂଳକ ପଦକ୍ଷେପ ନିଆଯାଉଛି, ଯାହା ଆଗାମୀ ପିଢିର ଫାର୍ମାସିଷ୍ଟମାନଙ୍କ ନିମନ୍ତେ ସହାୟକ ହେବ ବୋଲି ସେ କହିଥିଲେ । କୋଭିଡ୍ ସମୟରେ ଜଣେ ଡାକ୍ତର, ନର୍ସ ଓ ପାରାମେଡିକ୍ସଙ୍କ ଦାୟିତ୍ୱ ଯେତିକି ଗୁରୁତ୍ୱପୂର୍ଣ୍ଣ ଥିଲା ଠିକ୍ ସେହି ମାତ୍ରାରେ ଫାର୍ମାସିଷ୍ଟମାନେ ମଧ୍ୟ ଗୁରୁ ଦାୟିତ୍ୱ ବହନ କରିଥିଲେ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ଏସ୍ପିଏସ୍ – ୧ ର ଡିନ୍ ପ୍ରଫେସର (ଡକ୍ଟର) ଦେବଜ୍ୟୋତି ଦାସ ସ୍ୱାଗତ ଭାଷଣ ପ୍ରଦାନ କରିବା ଅବସରରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ ଏବଂ ଜନସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କ ଭୂମିକା ଅତୁଳନୀୟ ବୋଲି କହିଥିଲେ ।
ଚଳିତ ବର୍ଷର ପ୍ରସଙ୍ଗକୁ ନେଇ ସାଧାରଣ ଲୋକମାନଙ୍କୁ କିପରି ସଚେତନ କରାଯାଇପାରିବ ଓ ଭ୍ୟାକ୍ସିନେସନ୍କୁ ନେଇ ସେମାନଙ୍କ ମଧ୍ୟରେ ଥିବା ଭୟ ଏବଂ ଭୁଲ ଧାରଣାକୁ କିପରି ଦୂର କରାଯିବ ସେ ବିଷୟରେ ପ୍ରଫେସର (ଡକ୍ଟର) ଦାସ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ ।
ଏହି ଅବସରରେ ଏସ୍ପିଏସ୍ର ଉପଦେଷ୍ଟା ପ୍ରଫେସର (ଡକ୍ଟର) ସୁଦାମ ଚରଣ ସି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ଦିବସର ଉଦେ୍ଧଶ୍ୟ ବିଷୟରେ ଆଲୋକପାତ କରିଥିବାବେଳେ ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ ଫାର୍ମାସିଷ୍ଟ ବେଶ୍ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିଥାଏ ବୋଲି କହିଥିଲେ ।
ବର୍ତମାନ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ (ଏଆଇ) ମାଧ୍ୟମରେ ରୋବୋଟିକ୍ ଚିକିତ୍ସା ସ୍ୱାସ୍ଥ୍ୟ କ୍ଷେତ୍ରରେ ଉପଲବ୍ଧ ହୋଇପାରିଛି । ଏହା ଦ୍ୱାରା ଫାର୍ମାସିଷ୍ଟମାନେ ବେଶ ଉପକୃତ ହେବା ସହିତ ବିଭିନ୍ନ ଉନ୍ନତମାନର ପଦ୍ଧତି ବିଷୟରେ ଅବଗତ ହେଲେଣି ବୋଲି ପ୍ରଫେସର (ଡକ୍ଟର) ସି କହିଥିଲେ ।
ଏହି ଅବସରରେ ଓଡିଶାର ଡେପୁଟି ଡ୍ରଗସ୍ କଂଟୋଲର ତଥା ଆଇପିଜିଏ ଓଡିଶା ରାଜ୍ୟ ଶାଖାର ସଭାପତି ଡକ୍ଟର ଲଳିତ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କ କଥା ଚିନ୍ତା କରିବାକୁ ପଡ଼ିବ କାରଣ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଠିକ୍ ଅନୁପାତର ଔଷଧ ହିଁ ରୋଗ ଉପଶମ କରିବାରେ ସହାୟକ ହୋଇଥାଏ । ଏକ ଫାର୍ମାସିଷ୍ଟ ୨୪ ଘଂଟିଆ ଜରୁରୀକାଳୀନ ସେବା ସହିତ ଜଟିଳ ଚିକିତ୍ସା କ୍ଷେତ୍ରରେ ଭୂମିକା ଗ୍ରହଣ କରିଥାଏ ।
ସେହିପରି ଓଡିଶାର ଆସିଷ୍ଟାଂଟ ଡ୍ରଗସ୍ କଂଟୋଲର ତଥା ଆଇପିଜିଏ ଇଷ୍ଟର୍ଣ୍ଣ ଜୋନ୍ ଓଡିଶା ରାଜ୍ୟ ଶାଖାର ଯୁଗ୍ମ ସଚିବ ଡକ୍ଟର ସୁଦର୍ଶନ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆପିଜିଏର ମୁଖ୍ୟ ଉଦେ୍ଧଶ୍ୟ ତଥା ଏହି ଦିବସର ଗୁରୁତ୍ୱ ବିଷୟରେ ବକ୍ତବ୍ୟ ରଖିବା ସହ କେବଳ ସ୍ୱାସ୍ଥ୍ୟକ୍ଷେତ୍ର ନୁହେଁ ଏଥି ସହିତ ସମାଜର ହିତସାଧନ ପାଇଁ ଫାର୍ମାସିଷ୍ଟମାନେ ସଦାସର୍ବଦା କାର୍ଯ୍ୟରତ ଥାଆନ୍ତି ବୋଲି କହିଥିଲେ । ଏକ ସୁସ୍ଥ ସମାଜ ଗଠନ କରିବା ନିମନ୍ତେ ଫାର୍ମାସିଷ୍ଟମାନଙ୍କୁ ଏକତ୍ରିତ ହେବାକୁ ପଡିବ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ଆଇପିଜିଏ (ଓଡିଶା ରାଜ୍ୟ ଶାଖା) ପକ୍ଷରୁ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନିତ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏସ୍ପିଏସ୍ର ପ୍ରଫେସର ଗୋ÷ତମ ରଥ, ପ୍ରଫେସର ଅମିତ କୁମାର ନାୟକ ଓ ଡଃ ବିନୀତ କୁମାର ରାୟଙ୍କ ସମେତ ଶ୍ରେଷ୍ଠ ଯୁବ ରିସର୍ଚ୍ଚ ସ୍କଲାର ମାନଙ୍କୁ ସମ୍ମାନିତ କରାଯାଇଥିଲା ।
ଫାର୍ମାସିଷ୍ଟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଆସିଷ୍ଟାଂଟ ପ୍ରଫେସର (ଡକ୍ଟର) ମୁନମୁନ୍ ଧର ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହିତ କାଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଆସୋସିଏଟ୍ ପ୍ରଫେସର (ଡକ୍ଟର) ଶକ୍ତିକେତନ ପୃଷ୍ଟି ଧନ୍ୟବାଦ ପ୍ରଦାନ କରିଥିଲେ ।

0
0
0
s2sdefault