ହେଡଲାଇନସ୍:

ଗଜପତି ଜିଲ୍ଲାରେ ଅଣୁ , କ୍ଷୁଦ୍ର ଏଵଂ ମଧ୍ୟମ ଉଦ୍ୟୋଗର ସହଜ ବ୍ୟବସାୟ ନିମନ୍ତେ ଦିନିକିଆ କର୍ମଶାଳା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିଳ୍ପ କେନ୍ଦ୍ର ବିଭାଗ ତରଫରୁ ଆୟୋଜିତ ହୋଇଯାଇଛି।
ଜିଲ୍ଲାର ଅଣୁ , କ୍ଷୁଦ୍ର ଏଵଂ ମଧ୍ୟମ ଉଦ୍ୟୋଗର ସହଜ ବ୍ୟବସାୟ ନିମନ୍ତେ ଦିନିକିଆ କର୍ମଶାଳା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନିନ୍ଦ୍ର ହନେନାଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଅଣୁ , କ୍ଷୁଦ୍ର ଏଵଂ ମଧ୍ୟମ ଉଦ୍ୟୋଗର ବ୍ୟବସାୟ କ୍ଷେତ୍ରରେ ଜିଲ୍ଲାର ବିଭିନ୍ନ ଦ୍ରବ୍ଯ ଗୁଡିକୁ କିପରି ସହଜ ବ୍ୟବସାୟ ହୋଇପାରିବ ସେଥି ନିମନ୍ତେ (CAG) ଦଳର ପର୍ଯ୍ୟବେକ୍ଷ ଶ୍ରୀଯୁକ୍ତ ଅତୁଲ ପ୍ରକାଶ , ଆକାଉଣ୍ଟାଣ୍ଟ ଜେନେରାଲ , ଓଡ଼ିଶା , ଶ୍ରୀଯୁକ୍ତ ସଞ୍ଜୟ କୁମାର , ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲ , ଓଡ଼ିଶା ଯୋଗ ଦେଇଥିବା ବେଳେ ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା , ସହାୟକ ଜିଲ୍ଲା ଶିଳ୍ପ ଅଧିକାରୀ ଗଜପତି ଶ୍ରୀ ବିଭୁ ରଞ୍ଜନ ସ୍ୱାଇଁ ଓ ଶ୍ରୀ ଆକର୍ଷ ରଞ୍ଜନ ପ୍ରଧାନ , ଜିଲ୍ଲା ନିବେଶ ପ୍ରୋତ୍ସାହନ ସଂସ୍ଥା ଗଜପତି ପ୍ରମୁଖ ଉପସ୍ଥିତ ଥିଲେ।
ଜିଲ୍ଲାରେ ଅଣୁ , କ୍ଷୁଦ୍ର ଏଵଂ ମଧ୍ୟମ ଉଦ୍ୟୋଗଙ୍କୁ (MSME) ସୁବିଧାଜନକ ପରିବେଶ ଦେବା , ନିବେଶ ପ୍ରକ୍ରିୟାକୁ ସରଳ କରିବା ଓ ବିଭିନ୍ନ ବିଭାଗର ତଥ୍ୟ ସଂଗ୍ରହ ବିଷୟରେ ବିସ୍ତୃତ ମତବିନିମୟ ହୋଇଥିଲା।
ଜିଲ୍ଲାର ସମସ୍ତ ତହସିଲଦାର ଉପସ୍ଥିତ ରହି ଅଣୁ , କ୍ଷୁଦ୍ର ଏଵଂ ମଧ୍ୟମ ଉଦ୍ୟୋଗର (MSME) କ୍ଷେତ୍ରର ସୁବିଧା , ଭୂମି ବ୍ୟବସ୍ଥାପନ , ଅନୁମତି ପ୍ରକ୍ରିୟା ଓ ସମନ୍ୱୟ ବିଷୟ ରେ ଦଳ ସ‌ହିତ ଆଲୋଚନା ହୋଇଥିଲା।
ଉକ୍ତ କର୍ମଶାଳାରେ କାଜୁ ଶିଳ୍ପ , ଗ୍ରାନାଇଟ ଶିଳ୍ପ , ଧାନ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସହିତ ଅନ୍ୟାନ୍ୟ ଛୋଟ ଉଦ୍ୟୋଗୀମାନେ ଉପସ୍ଥିତ ରହି ନିଜ ସମସ୍ୟା ପ୍ରସ୍ତାବ ଓ ଆବଶ୍ୟକତାଗୁଡ଼ିକ ଉପସ୍ଥାପନ କରିଥିଲେ।
ଗଜପତି ଜିଲ୍ଲାର ଅଣୁ , କ୍ଷୁଦ୍ର ଏଵଂ ମଧ୍ୟମ ଉଦ୍ୟୋଗ (MSME) କ୍ଷେତ୍ରକୁ ଅଧିକ ସୁବିଧା ଜନକ ଓ ଉଦ୍ୟମୀ ମିତ୍ର ହେବା ସହିତ ବାହାର ନିବେଶକଙ୍କୁ ଆକର୍ଷଣ କରି ଜିଲ୍ଲାର ବ୍ୟବସାୟକୁ ବ୍ୟାପକ ଭାବେ ବିକାଶ ହୋଇପାରିବ ବୋଲି ପର୍ଯ୍ୟବେକ୍ଷକମାନେ କହିଥିଲେ।

0
0
0
s2sdefault