(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣୁପୁର ତା ୨୨.୧୧.୨୫- ପ୍ରେତ୍ୟକ୍ ବର୍ଷ ନଭେମ୍ବର ମାସ ତୃତୀୟ ସପ୍ତାହ ରେ ଜାତୀୟ ଫାର୍ମାସି ସପ୍ତାହ ପାଳିତ ହୁଏ।ଏହି ଅବସରରେ ଚଳିତ ବର୍ଷ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ ଫାର୍ମାସୀ ପକ୍ଷ ରୁ ୬୪ତମ ଜାତୀୟ ଫାର୍ମାସି ସପ୍ତାହ ବିଶ୍ଵବିଦ୍ୟାଳୟ ପରିସରରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଟ ଡାକ୍ତର ଡା. ପ୍ରଦୀପ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନକୁ ଟୀକାକରଣ, ଫାର୍ମାସିଷ୍ଟ ମାନଙ୍କ ଭୂମିକା ଓ ଦାୟିତ୍ଵ ବିଷୟ ରେ ଅବଗତ କରାଇଥିଲେ। ବିଶ୍ଵବିଦ୍ୟାଳୟର କୁଳପତି ଡ. ଏ ଭି ଏନ ଏ ଲ ଶର୍ମା ଯୋଗ ଦେଇଥିଲେ।ସ୍କୁଲ୍ ଅଫ ଫାର୍ମାସୀର ଅଧ୍ୟକ୍ଷ ଡ ପ୍ରଫୁଲ୍ଲ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହକାରୀ ଅଧ୍ୟାପକ ପ୍ରବୀଣ କୁମାର ମିଶାଲ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି ସଭାରେ ବି ଏସ ହେଚ ର ମୁଖ୍ୟ ଡ ପ୍ରତିଭା କର ସମେତ ସ୍କୁଲ ଅଫ ଫାର୍ମାସୀର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।
ରାଜ୍ୟ
ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ରେ ୬୪ତମ ଜାତୀୟ ଫାର୍ମାସି ସପ୍ତାହ ପାଳିତ l
- Hits: 7











