ରାଜଗାଙ୍ଗପୁର,୧୮୦୧୧ (ବିଷ୍ଣୁ ଭୋମିକ):ରାଜଗାଙ୍ଗପୁର ଉଚ୍ଚ ଗୋପବନ୍ଧୁ ବିଦ୍ୟାଳୟରେ ମଙ୍ଗଳବାର ବ୍ଲକ୍ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହାକୁ ରାଜଗାଙ୍ଗପୁର ବିଡିଓ ଅକ୍ଷୟ ବାଘ ଉଦ୍ଘାଟନ କରିଥିବା ବେଳେ ଉପନଗରପାଳ ମହମ୍ମଦ ଇର୍ଫାନ ଓ ବ୍ଲକ ବିଇଓ ସରିତା ସରୋନିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥ୍ ଭାବେ ରାଜଗାଙ୍ଗପୁର ପୌରାଧ୍ଯକ୍ଷା ମାଧୁରୀ ଲୁଗୁନ ଓ ମୁଖ୍ୟବକ୍ତା ଡ. ସରୋଜିନୀ ସାହୁ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବ୍ଲକ ତଥା ପୌରାଞ୍ଚଳ ସ୍ତରର ୩୯୦ ଛାତ୍ରୀଛାତ୍ର ଯୋଗଦେଇଥିଲେ। ପ୍ରତିଯୋଗିତାରେ ମୁଖ୍ୟତଃ ସେମିନାର, ଇକୋ କ୍ଲବ୍ ପ୍ରଦର୍ଶନୀ ଓ ବିଜ୍ଞାନ ପ୍ରଦର୍ଶନୀ (ହିଥିଲା। ସେମିନାରରେ ଜ୍ଞାନରଞ୍ଜନ ଦାସ ରାଷ୍ଟ୍ରୀୟ ବିଦ୍ୟାଳୟ, ଇକୋ କ୍ଲବ ପ୍ରଦର୍ଶନୀରେ ଖୁସ୍ନୁମା ପରବିନ ପ୍ରଥମ ସ୍ଥାନ ଅଧ୍କାର କରିଥିଲେ। ବିଜ୍ଞାନ ପ୍ରଦର୍ଶନୀରେ ବିଭିନ୍ନ ବିଭିନ୍ନ ବିଦ୍ୟାଳୟର ୭ ଜଣ ଦେବକୀ ସୁସ୍ମିତା ଓଝା, ଛାତ୍ରୀଛାତ୍ର ଯଥା ମୁସ୍କାନ ମୁସ୍କାନ ବାଗ୍, ନନ୍ଦନ, ଆଦିତ୍ୟ ପ୍ରଦୀପ, ସୁସ୍ମି ମୃଣ୍ମୟୀ ମୃଣାଳିନୀ, ରୋହିତ ଏକ୍କା ও ନୟନ ସାହୁ କୃତିତ୍ୱ ଅର୍ଜନ କରିଛନ୍ତି।
ରାଜ୍ୟ
ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ, ୩୯୦ ଛାତ୍ରୀଛାତ୍ରଙ୍କ ଅଂଶଗ୍ରହଣ
- Hits: 3











