ହେଡଲାଇନସ୍:

ବେଆଇନ୍ ମଦକାରବାର ବିରୋଧରେ ,ଜାନୁଆରୀ ୩୦ ରେ ଥାନା ଘେରାଉ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ରେଢ଼ାଖୋଲ (ଯଶୋବନ୍ତ ନରାୟଣ ସାହୁ ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଅଞ୍ଚଳରେ ଦିନକୁ ଦିନ ବେଆଇନ୍ ମଦ କାରବାର ବୃଦ୍ଧି  ପାଇବାରେ ଲାଗିଛି l ହେଲେ ପୋଲିସ ଓ ଅବକାରୀ ବିଭାଗର ଅପାରଗତା କାରଣରୁ  ଏହା ବେଆଇନ୍ କାରବାର ଥମିବାର ନାଁ ନେଉନାହିଁ l ଉପଖଣ୍ଡ ଅଞ୍ଚଳରେ ଏହି ବେଆଇନ୍ ମଦ କାରବାର ବିରୋଧ ଆନ୍ଦୋଳନ  କରାଯାଉଥିଲେ ପ୍ରଶାସନ ପକ୍ଷରୁ ଠୋସ୍ ପଦକ୍ଷେପ ନିଆଯାଉନାହିଁ l ଫଳରେ ଦିନକୁ ଦିନ  ଏହି ବେଆଇନ୍ ମଦ କାରବାର ବୁଦ୍ଧି ପାଇଁ ଧନ ଜୀବନ ହାନୀ ହେବାରେ ଲାଗିଛି l ଏହି ପରିପ୍ରେକ୍ଷୀରେ  ରେଢ଼ାଖୋଲ ବିକାଶ ମଞ୍ଚ ପକ୍ଷରୁ ଲୁହାପଙ୍କ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବିକାଶ ମଞ୍ଚର ସଭାପତି ଲକ୍ଷ୍ମୀ ନାରାୟଣ ଖିଲାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ବିଭିନ୍ନ ମହିଳା ସଂଗଠନର ସଭ୍ୟାମାନେ ଯୋଗ ଦେଇଥିଲେ l ଏହି ବୈଠକରେ ଆଗାମୀ ଜାନୁଆରୀ ୩୦ ତାରିଖରେ ରେଢ଼ାଖୋଲ ଥାନା ଘେରାଉ କରାଯାଇ ବିକ୍ଷୋଭ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା

 

 

0
0
0
s2sdefault