ହେଡଲାଇନସ୍:

ବାଲ୍ୟବିବାହ ଅଟକାଇଲା ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନ : ଚାଇଲ୍ଡ ହେଲ୍ପ ଲାଇନ ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ବୈଶାଳୀ ପଟ୍ଟନାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ଵସ୍ତ ସୂତ୍ରରୁ ଖବର ପାଇଲେ ଯେ ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ଏନ.ଏସି.ର ୱାର୍ଡ ନଂ ୭ ରେ ବାଲ୍ୟ ବିବାହ ହେବାକୁ ଅଛି। ପରେ ଏହି ଖବରକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସଙ୍ଗେ ସଙ୍ଗେ କାଶୀନଗର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କୁ ଜଣାଇଥିଲେ । ପରବର୍ତ୍ତୀ ସମୟରେ କାଶୀନଗର ଆଇସିଡିଏସ୍ ର ସୁପରଭାଇଜର୍ ଶ୍ରୀମତୀ ପଦ୍ମାବତୀ ନାଗବଂଶ , କାଶୀନଗର ଥାନା ଏସ୍ ଆଇ ଶ୍ରୀ ଆଲୋକରଞ୍ଜନ ଜଗଦଳ , ସଖୀ କେନ୍ଦ୍ରର ସଦସ୍ୟା , ଆଭା ଏନ ଜି ଓ ସଦସ୍ୟାର ପ୍ରିୟଙ୍କା ପରିଡ଼ା ଏବଂ women hub ର ସଦସ୍ୟଙ୍କୁ ନେଇ ମିଳିତ ଭାବରେ ଏକଟିମ୍ ଗଠନ କରାଯାଇଥିଲା , ପରେ ସେ ଗ୍ରାମକୁ ଯାଇ ବାଲ୍ୟ ବିବାହ କରିବାକୁ ଥିବା ପ୍ରସ୍ତାବିତ ପରିବାରକୁ ବାଲ୍ୟ ବିବାହ ନିରୋଧ ଆଇନ ଓ ତାର ଦଣ୍ଡ ବିଧାନ ବିଷୟରେ ବୁଝାଯାଇଥିଲା ଏବଂ ଝିଅଟିର ବୟସ ୧୫ ବର୍ଷ ୮ ମାସ ହୋଇଥିବାରୁ ଝିଅକୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି ଗଜପତିଙ୍କ ଠାରେ ଉପସ୍ଥାପନା କରାଯାଇଥିଲା।
ଶିଶୁଟିର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ପରିବାରର ସଦସ୍ୟ ଆଗାମୀ ଦିନରେ ଶିଶୁକୁ ପାଠ ପଢାଇବେ ଏବଂ ବୟସ ନହେବା ପର୍ଯ୍ୟନ୍ତ ବିବାହ କରିବୁ ନାହିଁ ବୋଲି ଲିଖିତ ଦେଇଥିଲେ। ଆଗାମୀ ଦିନରେ ଶିଶୁଟିର ଭବିଷ୍ୟତ ପାଇଁ ବାଲ୍ୟ ବିବାହ ନିଷେଧକାରିଣୀ ଅଧିକାରିଣୀ ଝିଅଟିକୁ ପରାମର୍ଶ ଦେବା ସହ ଶିକ୍ଷାକୁ ସୁନିଶ୍ଚିତ କରିବେ ବୋଲି ଜଣାପଡିଛି।

0
0
0
s2sdefault