କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ସଂଚୟ ପକ୍ଷ -୨୦୨୫ ପାଳନ ଅବସରରେ ଆର୍ଥିକ ସେବା ଓ ସଞ୍ଚୟ ବିଭାଗ ପକ୍ଷରୁ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି | ଆଜି ମଧ୍ୟାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ରଘୁରାମ ଆର ଆୟର ଯୋଗଦେଇଥିଲେ | ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଡାକମଣ୍ଡଳ ଅଧିକ୍ଷକ ଦେବୀ ପ୍ରସାଦ ଶତପଥୀ ଏବଂ ଆରଏସଇଟିଆଇ ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ଦାସ ଯୋଗ ଦେଇଥିଲେ | ଆଲୋଚନାଚକ୍ରରେ ଆର୍ଥିକ ସାକ୍ଷରତା ଏବଂ ସୁରକ୍ଷିତ ସଞ୍ଚୟ ଉପରେ ବକ୍ତାମାନେ ଆଲୋକପାତ କରିଥିଲେ | ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଅମ୍ବରିଶ ସାମଲ ସ୍ୱାଗତ ଭାଷଣ ପ୍ରଦାନ ସହିତ ବିଷୟବିସ୍ତୁ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ | ଡାକମଣ୍ଡଳ ଅଧିକ୍ଷକ ଡାକଘରର ଥିବା ବିଭିନ୍ନ ଯୋଜନା, ଜୀବନବୀମା ଇତ୍ୟାଦି ଆଲୋକପାତ କରିଥିଲେ | ଏହି ବିଷୟରେ ସ୍ୱତନ୍ତ୍ର ଭାବେ ବିଭିନ୍ନ ବିଭାଗ ସହିତ ସମନ୍ଵୟ ରଖି ବିଭିନ୍ନ କାର୍ଯ୍ୟକ୍ରମରେ ଲୋକଙ୍କୁ ବ୍ୟାପକ ସଚେତନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି | ଏହା ସହିତ କଲେଜ ମାନଙ୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି | ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରୟ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଆସିଷ୍ଟାଣ୍ଟ କଲେକ୍ଟର ସୋରଜ ଖିଲାର,କାର୍ଯ୍ୟାଳୟ କର୍ମଚାରୀ ସମେତ ନିବେଶ ମାନେ, ଛାତ୍ରଛାତ୍ରୀ, ଅଵିଭାବକ ପ୍ରମୁଖ ଉପସ୍ଥିତ ଥିଲେ | ଶେଷରେ ପୂର୍ବରୁ ଆୟୋଜିତ ବିତର୍କ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ | କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ପରିଚାଳନା କରିଥିଲେ |
ରାଜ୍ୟ
ସଞ୍ଚୟପକ୍ଷ -୨୦୨୫ ପାଳନ ଅବସରରେ ଆଲୋଚନାଚକ୍ର ଅନୁଷ୍ଠିତ ।
- Hits: 8











