ଭିଜିଲାନ୍ସ ଜାଲରେ ବଙ୍ଗିରିପୋଷି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଏକାଉଣ୍ଟେଣ୍ଟ
ବାରିପଦା(ଦିଲ୍ଲୀପ ମହାନ୍ତି) ମୟୁରଭଞ ଜିଲା ବାଙ୍ଗିରିପୋଷୀ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଏକାଉଣ୍ଟେଣ୍ଟ ମନୋରଞନ ବେହେରା ଆଜି ଶୁକ୍ରବାର ଅପରାହ୍ନ ୩ ଟା ପାଖାପାଖି ସମୟରେ କାର୍ଯ୍ୟାଳୟରେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଖବର ନେବାରୁ ଜଣା ପଡିଅଛି ଯେ ଏକାଉଣ୍ଟେଣ୍ଟ ମନୋରଞନ ବାଙ୍ଗିରିପୋଷି ବ୍ଲକ ର ୯୪ ଜଣ ଶିକ୍ଷକଙ୍କ ବଢା ଦରମାର ଫାଇନାଲ କାଗଜପତ୍ର କରାଇବା ପାଇଁ ୧୫ ହଜାର ଟଙ୍କା ସଂପୃକ୍ତ ଶିକ୍ଷକ ମାନଙ୍କ ପାଖରୁ ଦାବୀ କରିଥିଲେ । ଏ ବାବଦରେ ଶିକ୍ଷକ ଲକ୍ଷ୍ମଣ ବିଶନ ମୁର୍ମୁ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଜି ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଲାଞ୍ଚ ଟଙ୍କା ନେଉଥିବା ସମୟରେ ମନୋରଞନ ବେହେରା ଙ୍କୁ ରଙ୍ଗେ ହାତରେ ଧରି ଗିରଫ କରି କୋର୍ଟ ଚାଲାଣ କରାଯାଇଅଛିା । ବାରିପଦା ୟୁନିଟ ଭିଜିଲାନ୍ସ ଡିଏସପି ଶରତ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଇନସପେକ୍ଟର ପ୍ରଦୀପ ସାମଲ , କବିତା ବେହେରା , କନେଷ୍ଟବଳ ତରୁଣ ପାଲବାବୁ ପ୍ରମୁଖ ଏହି ଚଢାଉରେ ସାମିଲଥିଲେ ।