(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ରେଗେଡ଼ା ସ୍ଥିତ ଗାୟତ୍ରୀ ବୈଷୟିକ ମହା ବିଦ୍ୟାଳୟ ପରିସର ରେ ନାକ "ଜାତୀୟ ମୂଲ୍ୟାଙ୍କନ ଏବଂ ସ୍ୱୀକୃତି ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ନାକ ପରିଷଦ" ଓଡ଼ିଶା ସଖା ର ସଂଯୋଜକ ଶ୍ରୀ ଦିଲୀପ ମଙ୍ଗରାଜ ଏବଂ ବିଶିଷ୍ଟ ଅତିଥି ଭାବେ ଶିକ୍ଷା ବିଭାଗର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗର ରାଜ୍ୟ ପ୍ରକଳ୍ପ ପରିଚାଳକ ପ୍ରଫେସର ଡ.ଅଶୋକ କୁମାର ମିଶ୍ର ଯୋଗ ଦେଇ ନାକ ଅନୁବନ୍ଧନ ବିଷୟରେ ଆଲୋକ ପlତ କରିଥିଲେ
ଏଥିରେ ଅନୁଷ୍ଠାନ ର ଚେୟାରମେନ ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାଶ, ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ ସାହୁ, ପ୍ରିନସିପଲ୍ ଡକ୍ଟର କାହ୍ନୁ ଚରଣ ପାଣିଗ୍ରାହୀ, ବିଭାଗୀୟ ମୁଖ୍ୟ ଶ୍ରୀ ଜଗଦୀଶ ଖୁଣ୍ଟିଆ, ଗୁଡ଼ାରୀ କଲେଜ ର ଅବସର ପ୍ରାପ୍ତ ପ୍ରିଂଶିପଲ୍ ଜଳନ୍ଧର ଗୌଡ଼ , ଅଧ୍ୟାପିକା ପ୍ରିୟଙ୍କା ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ ରାୟଗଡ଼ା, ଗଜପତି, ଏବଂ କୋରାପୁଟ ର ବିଭିନ୍ନ ଡ଼ିଗ୍ରୀ ଓ ବୈଷୟିକ ଶିକ୍ଷାନୁଷ୍ଠାନ ର ପ୍ରତିନିଧି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଅଧ୍ୟାପିକା ରଶ୍ମିତା ଦାସ ଏବଂ ଅର୍ଚନା ପ୍ରିୟଦର୍ଶିନୀ ଚାନ୍ଦ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ରାଜେଶ ଗଙ୍ଗା ଧନ୍ୟବାଦ୍ ଅର୍ପଣ କରିଥିଲା ।
ଏହି କର୍ମଶାଳାରେ ଅନୁଷ୍ଠାନ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
ରାଜ୍ୟ
NAAC ସମ୍ପର୍କିତ ଏକ ଦିବାସୀୟ କର୍ମଶାଳା
- Hits: 74












