ବେଲଗୁଣ୍ଠା-(ଶିବରାମ ଚୌଧୁରୀ ): ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା କୋ ୟୁନିଟ୍ ତରଫରୁ ଦୁନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକ ଯୋଗଦେଇ ଦୁର୍ନୀତି ନିବାରଣ ସଂପର୍କରେ ମତ ରଖିିଥିଲେ । ପ୍ରୋଗ୍ରାମ ଅଫିସର ପିଙ୍କି ପାତ୍ର ଙ୍କ ତତ୍ତ୍ଵବଧାନରେ ଏହି କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇଥିଲା।ସମ୍ମାନୀତ ଅତିଥିଭାବେ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ, ଅଜୟ କୁମାର ବିଶ୍ଵାଳ, ସପନ କୁମାର ପ୍ରଧାନ, ସୁଶ୍ରୀ ଲକ୍ଷ୍ମୀ ଗୌଡ଼, ବିଶ୍ଵରଂଜନ ସ୍ଵାଇଁ ଯୋଗ ଦେଇଥିଲେ । ଅଧ୍ୟାପକ ଅଶୋକ କୁମାର ସ୍ଵାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବହୁ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦୁର୍ନୀତି ନିବାରଣ ର ଶପଥ ପାଠ କରିଥିଲେ । ଶେଷରେ ପିଙ୍କି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ଦୁର୍ନୀତି ନିବାରଣ ସଚ଼େତନତା କାର୍ଯ୍ୟକ୍ରମ
- Hits: 10
 






 




 