ଓଡ଼ଗାଁ,୩୦।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ଚଣ୍ଡୀ ଛକ ଠାରେ ଗୃହ ନିର୍ମାଣରେ ନିୟୋଜିତ ଶ୍ରମିକର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସ୍ଥାନୀୟ ପିଣ୍ଡେରିପଡା ପଞ୍ଚାୟତ ମଦନପୁର ଗ୍ରାମର ବିଶ୍ବନାଥ ବେହେରା(୪୩)। ମଦନପୁର ଗ୍ରାମର ଗଙ୍ଗାଧର ସାହୁଙ୍କ କୁରାଳ ଠାରେ ଗୃହ ନିର୍ମାଣ ପାଇଁ ଜଣେ ମିସ୍ତ୍ରୀଙ୍କୁ ଦାୟିତ୍ୱ ଦେଇଥିଲେ । ପ୍ରତିଦିନ ପରି ଆଜି ଗୁରୁବାର ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିଲା । ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ବିଶ୍ବନାଥ ଗୃହକାର୍ଯ୍ୟକୁ ପାଣି ଯୋଗାଇବା ପାଇଁ ପାଣିପମ୍ପ ଚାଳନା କରୁଥିବା ବେଳେ ଅସାବଧାନତା ଯୋଗୁଁ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ଗୁରୁତର ଅବସ୍ଥାରେ ବିଶ୍ବନାଥଙ୍କୁ ଓଡ଼ଗାଁ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବିଶ୍ଵନାଥଙ୍କ ବାପା ଏନେଇ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ଓଡ଼ଗାଁ ପୋଲିସ ଏକ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।
ରାଜ୍ୟ
ଗୃହ ନିର୍ମାଣରେ ନିୟୋଜିତ ଶ୍ରମିକର ବିଦ୍ୟୁତ୍ ଆଘାତରେ ଜଣେ ମୃତ
- Hits: 7











