ବାରିପଦା(ଦିଲ୍ଲୀପ ମହାନ୍ତି)
ଜାନୁଆରି ୫ ତାରିଖ ପ୍ରଧାନମନ୍ତ୍ରୀ ଙ୍କ ବାରିପଦା ଗସ୍ତ ରେ ଆସି ସରକାରୀ କାର୍ଯ୍ୟକ୍ରମ ରେ ଯୋଗଦେବାପରେ ସ୍ଥାନୀୟ ଛଉ ପଡିଆଠାରେ ଏକ ବିଶାଳ ଜନସମାବେଶରେ ଉଦ୍ବୋଧନ ଦେବେ । ତାଙ୍କର ଏହି କାର୍ଯ୍ୟକ୍ରମରେ ଅନ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଜୁଏଲ ଓରାମ ଓ ଅନ୍ୟାନ୍ୟ ମନ୍ତ୍ରୀ ଏବଂ ରାଜ୍ୟସ୍ତରୀୟ ନେତୃବୃନ୍ଦ ମାନେ ଯୋଗଦେବା ସହିତ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ମଧ୍ୟ ଯୋଗଦେବାର ସ୍ତିରିକୃତ ହୋଇଅଛି । ତେଣୁ ପ୍ରବଳ ଜନସମାବେଶ କୁ ଆଖି ଆଗରେ ରଖି ବାରିପଦା ସହର ଭିତରେ ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରାଯାଇଅଛି । ଏ ନେଇ ଆଜି ଜିଲା ପୋଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମୀଳନୀରେ ମୟୁରଭଞ ଜିଲା ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର ଅଧିକ ସୂଚନା ଦେଇ କହିଛନ୍ତି ଯେ ବାରିପଦା ସହର ଭିତରେ ସକାଳ ୬ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ସବୁ ପ୍ରକାର ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରାଯାଇଅଛି । ଏଥି ସହିତ ଟ୍ରାଫିକ ବ୍ୟବସ୍ଥା କୁ ମଧ୍ୟ କଡାକଡି କରାଯାଇଅଛି । ପାର୍କିଂସ୍ଥଳ ସହରର ବାହାରେ କରାଯିବାର ବ୍ୟବସ୍ଥା କରାଯାଇଅଛି । ବ୍ୟବସ୍ଥା ଅନୁଯାୟୀ ଉଦଳା ପଟୁ ଆସୁଥିବା ଲୋକ ମାନଙ୍କ ପାଇଁ ମଧୁବନ ପଡିଆ ଠାରେ , ବାଲେଶ୍ୱର ପଟୁ ଆସୁଥିବା ଲୋକମାନଙ୍କ ପାଇଁ ଷ୍ଟେସନ ଆଥଲେଟିକ ପଡିଆ , କୋଷ୍ଟା ପଟୁ ଆସୁଥିôବା ଲୋକମାନଙ୍କ ପାଇଁ ପାର୍କିଂ ଦାରୋଗାଡାହି ନିକଟସ୍ଥ ଅମ୍ବିକା ପେଟ୍ରୋଲ ପମ୍ପ ସମ୍ମୁଖ ଏବଂ ବାଙ୍ଗିରିପୋଷି ଓ ଦେଉଳି ପଟୁ ଆସୁଥିବା ଲୋକମାନଙ୍କ ପାଇଁ ଭଞପୁର ସ୍ଥିତ ଜଗଧାତ୍ରୀ ପଡିଆଠାରେ ପାର୍କିଂ ବ୍ୟବସ୍ଥା କରାଯାଇଅଛି । ସେହିପରି ସମସ୍ତ ବାଲେଶ୍ୱର , ବାଙ୍ଗିରିପୋଷି ଏବଂ କୋଷ୍ଟା ପଟୁ ଆସୁଥିବା ବସ ଗୁଡିକ ଦାରୋଗାଡାହି ଦେଇ ଯିବାଆସିବା କରିବ ଏବଂ ଉଦଳା ପଟୁ ଆସୁଥିବା ବସ ପୋଡାଅସ୍ତିଆ ପର୍ଯ୍ୟନ୍ତ ଆସିବ । ଏହାବ୍ୟତୀତ ସହରର ବାଲେଶ୍ୱର ଗୋଲେଇ ଠାରୁ କଚେରିରୋଡ, ଦମକଳକେନ୍ଦ୍ର ଠାରୁ ଜିଲା ଜଜ୍ ଙ୍କ କାର୍ଯ୍ୟାଳୟ , ରେଡଓଷ୍ଟେସନ ଠାରୁ ଅରବିନ୍ଦ ସ୍କୁଲ ପର୍ଯ୍ୟନ୍ତ ନୋ ଏନ୍ଟ୍ରି ଜୋନ ଏବଂ ନୋ ଭେଇକେଲ ଜୋନ ଭାବେ ଘୋଷଣା କରାଯାଇଅଛି । କେବଳ ହସପିଟାଲ କୁ ଆସୁଥିବା ଲୋକମାନଙ୍କ ପାଇଁ ଏହି ନିୟମ କୋହଳ କରାଯିବ । ଟାଉନ ଭିତର ଗାଡି ଚଳଚଳ ପାଇଁ ମଧୁସୂଦନ ଗୋଲେଇ , ଟ୍ରାଫିକ ଛକ , ବିଜୁପଟ୍ଟନାୟକ ଗୋଲେଇ ଦେଇ ସତ୍ୟସାୟୀ ଛକ ପର୍ଯ୍ୟନ୍ତ ଯାଇ ଦାରୋଗାଡାହି ପଟେ ଯିବ । ଉଦଳା ପଟୁ ଆସୁଥିବା ଲୋକାମାନେ ମଧୁବନଠାରେ ଗାଡି ପାର୍କିଂ ପରେ ଚାଲି ଚାଲି ବାଲେଶ୍ୱର ଗୋଲେଇ , ଜଗନ୍ନାଥ ମନ୍ଦିର , ଏମପିସି କଲେଜ , ଟ୍ରାଫିକ ଛକ ଦେଇ ବିଜୁପଟ୍ଟନାୟକ ଗୋଲେଇ , ସତ୍ୟସାୟୀ ଛକ ଦେଇ ସଭାସ୍ଥଳୀକୁ ଯିବେ । ସେହିପରି ପାଲବଣୀ ପାଖରୁ ବାଲେଶ୍ୱର ଗୋଲେଇ , ଟ୍ରାଫିକ ଛକ , ଏମକେସି ପେଟ୍ରେଲ ପମ୍ପ , ସତ୍ୟସାୟୀ ଛକ ଦେଇ ସଭାସ୍ଥଳୀକୁ ଯିବେ । ମୂର୍ଗାବାଡିପଟୁ ଭଞପୁର ,ପୋଲିସ ହସପିଟାଲ ଦେଇ ସଭାସ୍ଥଳୀକୁ ଯିବେ । ଦାରୋଗାଡାହି ପଟୁ ସତ୍ୟସାୟୀ ଛକଦେଇ ସଭାସ୍ଥଳୀ କୁ ଯିବେ । ତେବେ ସ୍କୁଲ , କଲେଜ କୁ ଯାଉଥିବା ଛାତ୍ର ଛାତ୍ର ମାନଙ୍କୁ ସେମାନଙ୍କର ପରିଚୟପତ୍ର ଦେଖି ପୋଲିସ ଗାଡିରେ ଶିକ୍ଷାନୁଷ୍ଠାନରେ ଛଡାଯିବାର ବ୍ୟବସ୍ଥା କରାଯିବ । ଆୟୋଜିତ ଉକ୍ତ ସାମ୍ବାଦିକ ସମ୍ମୀଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡିଏସପି , ଡିଆଇବି ଡିଏସପି , ଟାଉନଥାନା ଅଧିକାରୀ ପ୍ରମୁଖ ଉପସ୍ଥିତଥିଲେ ।