ହେଡଲାଇନସ୍:

ଏଠି ଭାଷଣବାଜିରେ ସୀମିତ ରହିଯାଇଛି ଆମ ଗାଁ ଆମ ଵିକାଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡଚଣାରୁ ପ୍ରଫୁଲ୍ଲକୁମାର ସାହୁ : ସାରା ରାଜ୍ୟରେ ଚାଲିଛି ଆମ ଗାଁ ଆମ ଵିକାଶ | ହେଲେ ସୀହା ପଚାଂୟତରେ ଚାଲିଛି ୟା ର ବିପରିତ | ଏଠାରେ  ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଆଲୋକକୀକରଣ, ଗ୍ରାମ୍ୟ ଜଗଂଲର ଅବକ୍ଷୟ ରୋକିବା ଠାରୁ ଆରମ୍ଭ କରି ,ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ଏହିସବୁ ଚାଲିଛି ଭାଷଣ ଵାଜିରେ | ସୀହା ପଚାଂୟତକୁ ସଂଯୋଗ କରୁଥିବା ରାସ୍ତାକୁ ପ୍ରୟ ପ୍ରତି ବର୍ଷ କାମ କରାଯାଏ,କିନ୍ତୁ ତିନି ମାସରୁ ଚାରି ମାସ ଭିତରେ ରାସ୍ତାର ଅବସ୍ନା  ନକହିବା ଭଲ | ଏହି ପଚାଂୟତର ଗାଁରେ ନାଁ ହୁଏ ପଲ୍ଲୀ ସଭା ନା ଗ୍ରାମ ସଭା ,ଏଠି ସବୁ ହୁଏ  କାଗଜ କଲମରେ ,ଏ ପଂଚାୟତରେ ସ୍ଵଛଳ ଲୋକେ ନିଅନ୍ତି  ସରକାରୀ ସୁବିଧା,ରାସନ ,ଇନ୍ଦିରାଆଵାସ ମୋ କୁଡିଆ ବାର୍ଦ୍ଧକ୍ୟ ଭତ୍ତା  ଠୁ ଆରମ୍ଭ କରି  ପ୍ରତ୍ୟେକ ସରକାରି ଯୋଜନା ସେଇମାନଙ୍କ ପାଇଁ |  ଯେମିତି ତେଲିଆ ମୁଣ୍ଡରେ ତେଲ | ପ୍ରଥମେ ଗ୍ରାମ୍ୟ ସ୍ଵାସ୍ଥ୍ୟ କେନ୍ଦ୍ର କଥା , ଯେତେବେଲେ  ଵି ଦେଖ ଡାକ୍ତର ନାହାନ୍ତି , ଆଶା ଆଉ ଫାର୍ମାସିଷ୍ଟରେ ଦୁଇ ଘଣ୍ଟାରୁ  ତିନି ଘଣ୍ଟା ଚାଲେ ରୋଗିସେଵା | ସ୍ୱାସ୍ଥ୍ୟକେନ୍ଦ୍ରର ଚାରିପାଖ ଆର୍ଵଜନା ମୟ , ଅତ୍ୟାଵଶ୍ୟକ ଯନ୍ତ୍ରପାତିର ଅଭାବ , ସ୍ୱାସ୍ଥ୍ୟ କର୍ମୀ  ରହିବାର ସୁବିଧା ସ୍ଥାୟୀ ଵିଦୁତ ଵ୍ୟଵସ୍ନା ଓ ଜରୁରୀକାଳୀନ  ରୋଗିଙ୍କ ପାଇଁ ଅତି ଆଵଶ୍ୟକ ବ୍ୟବସ୍ଥା ସଂପୂଣ୍ଣ ବିଫଳ |  ସାଧାରଣରେ ଆଲୋଚନା ହୁଏ , କି ଵର୍ଷ ଵର୍ଷ ଧରି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆସୁଥିଵା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ନ ହୋଇ ପଡି ରହିଛି,ତା ଭିତରେ ଵି ବହୁତ କଥା ଅଛି ଯାହା କି ସାଧାରଣ ଲୋକ ମୁହଁ ଖୋଲିବାକୁ ଭୟ କରୁଛନ୍ତି,ଘରର କାନ୍ଥ  କେବେ ରଙ୍ଗ ହୋଇଥିଲା ତାହା ସଂପ୍ରୁକ୍ତ ଵିଭାଗକୁ ଜଣା | ସାଧାରଣରେ ଆଲୋଚନା ହୁଏ ଆମ ଗାଁ ଆମ ଵିକାଶ ପାଇଁ ଆସିଥିଵା ଲକ୍ଷ୍ୟାଧିକ ଟଂକାର ଭାଗଛିଡୁନି କାଳେ,ସେଇଥି ପାଇଁ ପଂଚାୟତ ସାରା ଯୋଜନା ଫଳକ ଦେଖିବାକୁ ମିଳୁନି | କୋହ୍ଲାସିଂହ ଗ୍ରାମର କିଛି, ଲୋକ କହନ୍ତି କୋହ୍ଲାସିଂହବି କୁଆଡେ ବିକାଶର ଉପରେ,ତାଂଙ୍କର ବିକାଶ ଟଂକା ଦରକାର ନାହିଁ,ସେଇଥିପାଇଁ କୋହ୍ଲାସିଂହକୁ କୁଆଡ଼େ ଆମ ଗାଁଆମ ଵିକାଶ ଟଂକା ମିଳିଲା ନାହିଁ, ଲାଇଟ ପାନୀୟ ଜଳର ଆଵଶ୍ୟକତା ଥିଲେ ଵି ,ଏ ପର୍ଯ୍ୟନ୍ତ  ଏହାର ସମାଧାନ ହୋଇନାହିଁ ,ପାଣି ଆଉ ଆଲୋକ ସ୍ଵାସ୍ଥ୍ୟ ଶିକ୍ଷ୍ୟାରେ , ଗୋଢିମାଗୁରାଏକପଛୁଆ ଅଂଚଳ ଭାଵେ ସମସ୍ତଙ୍କୁ ଜଣା ,ଏଠାକାର ଅଧିକାଂଶ ଲୋକ ଆଦିବାସୀ,ଏଠି ପ୍ରତି ଘରେ ଛୋଟ ଛୋଟ କୋମଳମତି ଶିଶୁ ଅପପୁଷ୍ଟି  ଶୀକାର ହେଉଥିଲେ ବି , ଏହା ପ୍ରତି କାହାର ନଜର ନଥିଲା ଭଳି ଲାଗୁଛି, ହେଲ ଏଠି ଵି ସେହି ଅବସ୍ଥା, ଵହୁତ ଗ୍ରାମ୍ୟ ରାସ୍ତା କାମ ହୋଇପାରୁନି, ସବୁଠି ଭିଡଭିଡି ,ଏଇ ଗୋଡିମାଗୁରା ଚାରିଛକି ଦେଇ ପ୍ରତ୍ୟେକ ଦିନ ଶହ ଶହ ମାଙ୍କଡା ଗାଡି ଯାଏ , ନା ତହସିଲଦାର ନା ଫରେଷ୍ଟ ବିଭାଗ,କାହା ନଜରରେ ପଡ଼େନି | ସିହା ପଚାଂୟତରେ ବିକାଶ  ପାଇଁ ,ଆସିଥିଵା ଅର୍ଥ ଲୋକେ କହୁଛନ୍ତି ,କୁଆଡ଼େ ଲକ୍ଷ ଲକ୍ଷ ଟଙ୍କା ଫେରିଯିଵ ଵୋଲି |  ଯଦି ଫେରିଯାଏ କ୍ଷତି କାହାର ଓ ଏଥିପାଇଁ କିଏ ଦାୟୀ ?? ଗ୍ରାମ୍ୟଜଂଗଲ କଥା କହିଲେ ନସରେ,ଶହ ଶହ ଏକର ଜଂଗଲ ଆସ୍ତେ ଆସ୍ତେ ଅବକ୍ଷୟ ହେବାକୁ ବସିଲାଣି  | କିଛିଲୋକ ପ୍ରତ୍ୟେକ ଦିନ  ଗଛ କାଟି ଚାଲିଛନ୍ତି  | କିଛି ଦିନ ତଳେ ହୋଇଥିବା ପଵନରେ ଗଛ ଉପୁଡି ପଢିଥିଵା ଦେଖିବାକୁ ମିଳିଥିଲା , ସେଗଛ କୁଆଡେ  ଗଲା ତାହା ଗ୍ରାମ୍ୟ ଜଂଗଲ ଵିଭାଗକୁ ଜଣା  | ଏପରିକି କିଛି ଭାଂଗିନଥିବା ଗଛକୁ ବି କେହି ଦୁବୃତ କାଟି ନେଇଛି ଏଇ ଆଳରେ |  ଯଦି ଵିଭାଗ ଏଇ ଗ୍ରାମ୍ୟ ଜଂଗଲକୁ ନଜର ନଦିଏ , ତାହାଲେ ଖୁବୁ କମ୍  ଦିନ ଭିତରେ  ଶହ ଶହ ଏକର ଜଂଗଲ  ପଡିଆରେ ରୁପାନ୍ତରିତ ହୋଇଯିବ  | ଜଂଗଲ ଜମିରୁ କିଛି ମୁଷ୍ଟିମେୟ ଲୋକ ୨୦.ଏକରରୁ ଉର୍ଦ୍ଧ୍ବ  ମାଡିଵସିଲେଣି |  ଏହି ଗାଁରେ ବହୁ ଭୁମିହୀନ ଲୋକଙ୍କୁ  , ଘର ଡିହ ପାଇଁ ଗୁଣ୍ଠେ ଜମି  ମିଳୁନଥିଵା ଵେଳେ,ଏହି ପ୍ରଭାବଶାଳି ଲୋକ ମାଡି ବସିଥିବା ଜଂଗଲ, ଜମି କହା ସ୍ବାର୍ଥରେ ? ଏମାନଙ୍କୁ ନା ପ୍ରଶାସନ ନା ସ୍ଥାନୀୟ  ନେତା କେହିବି  ମୁଁହ ଖୋଲୁନାହାନ୍ତି | ଏ ଦିଗରେ ସରକାରୀ ତଦନ୍ତ ହେଲେ , ପ୍ରକୃତ  ସତ୍ୟ ପଦାକୁ ଆସିବ ବୋଲି ,ସାଧାରଣରେ ଆଲୋଚନା ହେଉଛି |

0
0
0
s2sdefault