ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆଜି (ଶନିବାର) ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ର ଅଡିଟରିଅମ ହଲ ଠାରେ ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ “ସାଇବର ଅପରାଧ ସମ୍ପର୍କିତ ସଚେତନତା ଅଭିଯାନ” ଶୁଭାରମ୍ଭ ର ସିଧା ପ୍ରସାରଣ ପ୍ରଦର୍ଶନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଏହି “ସାଇବର ଅପରାଧ ସଚେତନତା ଅଭିଯାନ” ଶୁଭାରମ୍ଭ ର ସିଧାପ୍ରସାରଣ ପ୍ରଦର୍ଶନ କାର୍ଯ୍ୟକ୍ରମରେ
ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ଙ୍କ ସମେତ ଡିଏଫ୍ଓ ଶ୍ରୀ କେ.ନଗରାଜୁ , ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର ଉପ କୁଳପତି ଡ଼ଃ ସୁପ୍ରିୟା ପଟ୍ଟନାୟକ , ରେଜିଷ୍ଟ୍ରାର ପ୍ରଫେସର ଡ଼ଃ ଅନିତା ପାତ୍ର , ପ୍ରଶାସନ ମୁଖ୍ୟ ଡ଼ଃ ଦୁର୍ଗା ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ସାଇବର ଅପରାଧ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମରେ ଅତିଥିମାନେ ମୁଖ୍ୟତଃ ସାଇବର ଅପରାଧ ମାନେ ଏ ସମ୍ପର୍କରେ ସଚେତନ ନ ଥିବା ଯୁବପିଢି ଏବଂ ବୟସ୍କ ବ୍ୟକ୍ତି ମାନଙ୍କୁ ଟାର୍ଗେଟ କରିବା ସହ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଷ୍ଟଡି କରି ସାଇବର ଅପରାଧୀ ମାନେ କିଭଳି ଅତ୍ୟନ୍ତ ଚତୁରତାର ସହ ଠକି ନେଇଥାନ୍ତି , ଅନ୍ୟପକ୍ଷରେ ଆଜିକା ଯୁଗର ଟେକ୍ନୋଲୋଜି ଜ୍ଞାନରେ ସାଇବର ଅପରାଧୀ ମାନେ ବେଶ ଆଗରେ ଥିବା ବେଳେ ସେମାନେ ଯୁବପିଢି ଓ ବୟସ୍କ ବ୍ୟକ୍ତି ମାନଙ୍କୁ ମିଥ୍ୟା ପ୍ରଲୋଭିତରେ ପ୍ରୋତ୍ସାହିତ କରି ଏବଂ ବିଭିନ୍ନ ଆଳ ଦେଖାଇ ସେମାନଙ୍କୁ ପ୍ରୋତ୍ସାହିତ କରିବା ସହ ସାଇବର ଅପରାଧୀ ମାନେ ସେମାନଙ୍କ ସାଇବର ଜାଲରେ ପକାଇ ଅପରାଧ ଘଟାଇବା ପାଇଁ ପଛାଇ ନ ଥାନ୍ତି।ତେଣୁ କିଭଳି ଜନସାଧାରଣ ସେମାନଙ୍କ କଷ୍ଟ ଉପାର୍ଜିତ ଧନ ସଂପତ୍ତି ସୁରକ୍ଷିତ ରଖିବେ , ସାଇବର ଅପରାଧୀଙ୍କ ଜାଲରେ ନ ପଡ଼ି ଏ ଦିଗରେ ସତର୍କ ରହିବେ , ସେ ସବୁର ବିଭିନ୍ନ ଉପାୟ ବତାଇ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇଥିଲେ।
ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ନେଇ ଏକ ସଂକଳ୍ପ ତଥା ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଆଦର୍ଶ ଥାନାଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଭୂପତି ଏବଂ ଏସଡିପିଓ ଶ୍ରୀ ମାଧବାନନ୍ଦ ନାୟକଙ୍କ ସମେତ ଜିଲ୍ଲାର ବିଭିନ୍ନ ଥାନାର ଥାନାଧିକାରୀ , ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟର ଅଧିକାରୀ , ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।
ରାଜ୍ୟ
ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ “ସାଇବର ଅପରାଧ ସଚେତନତା ଅଭିଯାନ” ଶୁଭାରମ୍ଭ ର ସିଧାପ୍ରସାରଣ ପ୍ରଦର୍ଶନ କାର୍ଯ୍ୟକ୍ରମ
- Hits: 18