ଜିଲ୍ଲା ସ୍ତରୀୟ ସାଇବର ସିକ୍ୟୁରିଟି ଅଭିଯାନ ୨୦୨୫ ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଜଗତସିଂହପୁର, ତା ୧୮/୧୦/୨୫ ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ଭୁବନେଶ୍ଵର ର କଳିଙ୍ଗ ଷ୍ଟାଡିୟମ୍ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାଇବର ସିକ୍ୟୁରିଟି ଅଭିଯାନ ୨୦୨୫ ର ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ସାଇବର ସିକ୍ୟୁରିଟି ଅଭିଯାନ ୨୦୨୫ ପାଳନ ର ସିଧା ପ୍ରସାରଣ କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସତ୍ୟବ୍ରତ ଦାଶ , ଏସ ଡି ପି ଓ ଶ୍ରୀ ଅଜିଙ୍କ୍ୟା ମାଣେ ଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ,ବିଦ୍ୟାଳୟ ମହାବିଦ୍ୟାଳୟ ର ଅଧ୍ୟକ୍ଷ , ସିଭିଲ ସୋସାଇଟି, ବ୍ୟାଙ୍କ ଅଧିକାରୀ, ଶିଳ୍ପାନୁଷ୍ଠାନ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଆଭାସି ମାଧ୍ୟମ ରେ ମୁଖ୍ୟମନ୍ତ୍ରୀ ଙ୍କ ସହ ସାଇବର ସଚେତନତା ଶପଥ ପାଠ କରିଥିଲେ। ସାଇବର ଠକାମୀ ର ଶିକାର ହେଲେ ସର୍ବ ପ୍ରଥମେ ହେଲ୍ପ ଲାଇନ ନମ୍ବର ୧୯୩୦ କୁ କଲ ଏବଂ ସାଇବର ପୋର୍ଟାଲ ରେ ରେଜିଷ୍ଟ୍ରେସନ୍ କରିବାକୁ ମୁଖ୍ୟମନ୍ତ୍ରୀ ଉପଦେଶ ଦେଇଥିଲେ। ସାଇବର ସଚେତନତା ସମ୍ବନ୍ଧୀୟ ବିଭିନ୍ନ ଭିଡିଓ ପ୍ରଦର୍ଶିତ ହୋଇଥିଲା। ଆଜି ଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଏକମାସ ପର୍ଯ୍ୟନ୍ତ ଚାଲିବ।ବର୍ତ୍ତମାନ ସମୟ ରେ ସାଇବର ଅପରାଧ ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। ଜାଣତ ବା ଅଜାଣତ ରେ ହେଉ ଲୋକମାନେ ଏହି ଠକାମୀ ର ଶିକାର ହୋଇ ନିଜର ଧନ, ମାନ ହରାଇବସୁଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ସଚେତନତା ହିଁ ଏକମାତ୍ର ଉପାୟ। ଏହି ଅଭିଯାନ ରେ ଥିମ ରହିଛି ଷ୍ଟପ, ଭେରିଫାଏ, ବି ସିକ୍ୟୋର ବା ରୁହ, ଯାଞ୍ଚ୍ କର, ସୁରକ୍ଷିତ ରୁହ। ଅଭିଯାନ ରେ ମାସ୍କଟ ' ସାଇରା ' ସଚେତନତା ର ବାର୍ତ୍ତା ଦେବା ସହ ସମସ୍ତଙ୍କୁ ସାଇବର ଠକେଇ ସମ୍ପର୍କ ରେ ଅବଗତ କରାଇବ। ଅନଲାଇନ୍ ଓ ଅଫ ଲାଇନ୍ ଉଭୟ ଭାବେ ସଚେତନତା କାର୍ଯ୍ୟକ୍ରମ ଚାଲିବ। ସଚେତନତା ରଥ ଜିଲ୍ଲା ର ସମସ୍ତ ବ୍ଲକ୍ ଓ ମ୍ୟୁନିସପାଲିଟି ବୁଲି ଲୋକଙ୍କୁ ସାଇବର ଅପରାଧ ବିଷୟ ରେ ସଚେତନ କରାଇବ। ସୋସିଆଲ ମିଡିଆରେ ଘୁ ରୁଥିବା କୌଣସି ମେସେଜ କୁ ଫରୱାର୍ଡ କରିବା ପୂର୍ବରୁ ଭେରିଫାଏ କରିବା, ନିଜର ଓ ଟି ପି ସେୟାର ନ କରିବା, ବ୍ୟକ୍ତିଗତ ତଥ୍ଯ ବା ଫୋଟୋ କୁ ଅନ୍ୟକୁ ସେୟାର ନ କରିବା, ଅଜଣା ଭିଡ଼ିଓ କଲ୍ ରେ କଥା ହେବା ସମୟରେ ସତର୍କତା ଅବଲମ୍ବନ କରିବା ଆଦି ବିଷୟ ରେ ପରାମର୍ଶ ଦିଆ ଯାଇଥିଲା।ଏହି ଅଭିଯାନ ସମସ୍ତ ଜନ ସାଧାରଣ ଙ୍କୁ ସାଇବର ଅପରାଧ ବିଷୟ ରେ ସଚେତନ କରାଇବା ସହ ଏହା କବଳରୁ ରକ୍ଷା ପାଇବା ପାଇଁ ଉପାୟ ଦେଖାଇବ।

0
0
0
s2sdefault