ପାଇକମାଳ ହାଇସ୍କୁଲ ରେ ଅଭିଭାବକ ବୈଠକ ଅନୁଷ୍ଠିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର:- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ଅଭିଭାବକ ବୈଠକ ପ୍ରଧାନ ଶିକ୍ଷକ ଡ଼ ଦ୍ଵାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ବବିତା ବେହେରା,ଟାଇଲ ଚନ୍ଦ୍ର ଭୋଇ ଓ ଅବସର ପ୍ରାପ୍ତ ଅଧ୍ୟାପକ ମୀନକେତନ ବେହେରା ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ବୈଠକରେ ୮୫ ଜଣ ଅଭିଭାବକ ଅଭିଭାବିକା ଯୋଗଦାନ କରି ଜ୍ୟୋତିର୍ମୟୀ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ l ପ୍ରଧାନ ଶିକ୍ଷକ ନବମ ଓ ଦଶମ ଶ୍ରେଣୀ ର ଅର୍ଦ୍ଧବାର୍ଷିକ ପରୀକ୍ଷା ଫଳାଫଳ ଘୋଷଣା କରି,ଛାତ୍ରଛାତ୍ରୀ ଙ୍କ ଆସନ୍ତା ବାର୍ଷିକ ପରୀକ୍ଷା ନିମନ୍ତେ ପାଠ ପଢ଼ା ଉନ୍ନତି କିପରି ହେଇପାରିବ ତା ବିଷୟରେ ଆଲୋକପାତ କରିଥିଲେ l ଅଭିଭାବକ ମାନେ ବିଭିନ୍ନ ଗଠନ ମୂଳକ ମତାମତ ପ୍ରଦାନ କରିଥିଲେ l ସୁଦାମ ପାଣ୍ଡେ, ଲଲିତ କୁମାର ବିଶ୍ଵାଳ,ରଜତ କୁମାର ସାହୁ,ନିରୁପମା ସାହୁ,ଛବିଳ ସେଠ୍, ଶିବମ ନାୟକ,ମନୋଜ କୁମାର ସାହୁ,ସ୍ଵାଧୀନ ସହଯୋଗ କରିଥିଲେ ଏବଂ ୟଶୋବନ୍ତ ସାହା ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault