ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ଗୋବରା ମୁଖ୍ୟ ସଡ଼କ ପାର୍ଶ୍ବରେ ଶ୍ରୀ ଶ୍ରୀ କପିଳେଶ୍ଵର ଯୁବକ ସଂଘ ତରଫରୁ ମାଆ ଶ୍ୟାମାକାଳୀଙ୍କ ପୂଜା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଆଜି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗଙ୍ଗା ଆବାହନ, ମଣ୍ଡଳ ଅଧିବାସ,ବରୁଣ ପୂଜା, ମହାବାକ୍ଯ ସଂକଳ୍ପ, ସୂର୍ଯ୍ୟ ପୂଜା, ଘଟ ସ୍ଥାପନ ଏବଂ ଦେବୀଙ୍କ ମୁଖ ଉନ୍ମୋଚନ କରାଯାଇଥିଲା I ସନ୍ଧ୍ୟାରେ ଦେବୀଙ୍କ ସନ୍ଧ୍ୟା ପୂଜା, ଷୋଡ଼ଶ ଉପଚାର ପୂଜା, ମୃତ୍ୟୁଞ୍ଜୟ ପୂଜା, ମହା ଆଳତି, ପୁଷ୍ପାଞ୍ଜଳି, ପଦ୍ମ ଫୁଲ ଏବଂ ବେଲ ପତ୍ର ଅର୍ପଣ କରାଯାଇଥିଲା I କଳସ଼ ଶୋଭାଯାତ୍ରାରେ ଅଞ୍ଚଳର ବହୁ ମହିଳା ଅଂଶଗ୍ରହଣ କରି ବାସୁଦେବପୁର ଏବଂ ଗୋବରା ମୁଖ୍ୟ ସଡକ ପରିକ୍ରମା କରିଥିଲେ I ଗୋବରା ଏବଂ ବାସୁଦେବପୁର ସଂକୀର୍ତ୍ତନ ମଣ୍ଡଳୀ ଏବଂ ଗୋବରା ସଂକୀର୍ତ୍ତନ ମଣ୍ଡଳୀ ସମେତ ପାରମ୍ପରିକ ବାଦ୍ୟରେ ଅଞ୍ଚଳ ଦୁଲୁକି ଉଠିଥିବା ବେଳେ ହୁଳହୁଳି ଏବଂ ହରିବୋଲ ଶବ୍ଦରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା I
ରାଜ୍ୟ
କପିଳେଶ୍ଵର ଯୁବକ ସଂଘ ତରଫରୁ ମାଆ ଶ୍ୟାମାକାଳୀଙ୍କ ପୂଜା ନିମନ୍ତେ କଳସ ଯାତ୍ରା
- Hits: 7