ଏକ ଜିମାଲି ଜମିକୁ ଏକାକୀ ହାତେଇବା ବିଷୟକୁ ବିରୋଧ କରିବାରୁ ଜଙ୍ଗଲ ମାଫିଆ ଆଖ୍ୟା ଦେଲେ ଜମି ହଡ଼ପ କାରୀ ଜଙ୍ଗଲ ସୁରକ୍ଷା କର୍ମୀ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ )- ଏକ ଜିମାଲି ଜମି ଏକାକୀ ହାତେଇବା ବିଷୟକୁ ବିରୋଧ କରିବାରୁ ଜଙ୍ଗଲ ମାଫିଆ ଆଖ୍ୟା ଦେଲେ ଜମି ହଡପ କାରୀ ଜଙ୍ଗଲ ସୁରକ୍ଷା କର୍ମୀ। ପ୍ରକାଶ ଥାଉକି ରାଜିନ୍ଦ୍ର ଦଣ୍ଡସେନା (୩୮)ପିତା -ଗୋକୁଳ ଦଣ୍ଡସେନା ନିବାସୀ -ପଣ୍ଡରିପାଣୀ, ପୋଷ୍ଟ -ଦମକିପାଲି, ଥାନା -ଲରମ୍ଭା, ଜିଲ୍ଲା -ବଲାଙ୍ଗୀର ଓ ବୀର ଦଣ୍ଡସେନା, ଶଙ୍କରୁ ଦଣ୍ଡସେନା, ନିବାସୀ -ପଣ୍ଡରିପାଣୀ, ପୋଷ୍ଟ -ଦମକିପାଲି, ଥାନା -ଲରମ୍ଭା, ଜିଲ୍ଲା -ବଲାଙ୍ଗୀର ଦୁହି ପରିବାର ମଧ୍ୟରେ ଜମିବାଡ଼ି ସିଭିଲ କେସ ବିଚରାଧୀନ ଅଛି। ପ୍ରାପ୍ତ ସୂଚନା ମତେ ପ୍ରକାଶ,ବୀର ଦଣ୍ଡସେନା ଏକ ସଂଯୁକ୍ତ ସମ୍ପତ୍ତି କୁ ଏକା ଏକା ନିଜ ନାମରେ ଧାନ ବିକା କାର୍ଡ ଓ ଇନ୍ସ୍ୟୁରାନ୍ସ କରିଆସୁଥିଲେ। ଏହାକୁ ତାଙ୍କ ସମ୍ପର୍କିୟ ବିରୋଧ କରିଲେ। ବିର ଦଣ୍ଡସେନା ତାଙ୍କ ଅଞ୍ଚଳରେ ଜଙ୍ଗଲ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି। ଏହାର ସୁଯୋଗ ନେଇ ସେ ନିଜ ଅପର ପକ୍ଷଙ୍କୁ ଜଙ୍ଗଲ ସହ ମାଫିଆ ସଜାଇ ଲରମ୍ଭା ଥାନା ରେ କେସ କରିବାକୁ ଗଲେ। ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଲେ ଯେ ଜମି ବିବାଦକୁ ଜଙ୍ଗଲ ସାଙ୍ଗରେ ଯୋଡ଼ି ଫାଇଦା ନେବାକୁ ବିର ଦଣ୍ଡସେନା ଚେଷ୍ଟା କରୁଛନ୍ତି, ତେଣୁ ତାଙ୍କ ଅଭିଯୋଗ ଶୁଣିବାକୁ ଟିକେ ବିଳମ୍ବ କରି ଏକ ଗୁରୁତ୍ୱପୂର୍ଣ୍ଣ ତଦନ୍ତରେ ଯାଇଥିଲେ। ଏହାକୁ ବିର ଦଣ୍ଡସେନା ଗଣ ମାଧ୍ୟମକୁ ଭ୍ରମିତ କରି ଉଭୟ ପୋଲିସ ଓ ନିଜର ଅପର ପକ୍ଷଙ୍କୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି। ଏହା ବିରୁଦ୍ଧରେ ରାଜେନ୍ଦ୍ର ଦଣ୍ଡସେନା ମଧ୍ୟ ଏକ ଅଭିଯୋଗ କରିଥିଲେ ଥାନାରେ।

0
0
0
s2sdefault