ହେଡଲାଇନସ୍:

ପାରଳାଖେମୁଣ୍ଡି ସହରକୁ ସମ୍ପୁର୍ଣ୍ଣ ବାହ୍ୟ ଶୌଚମୁକ୍ତ ସହର ଭାବେ ଘୋଷିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ 

ପାରଳାଖେମୁଣ୍ଡି ସହରକୁ ଗତକାଲି ରାତିରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପୌରପରିଷଦ ପକ୍ଷରୁ ଆୟୋଜିତ ବର୍ଣ୍ଣାଢ୍ୟ ପୂର୍ଣ୍ଣ ଏକ ସାଧାରଣ ସଭାରେ ସମ୍ପୁର୍ଣ୍ଣ ବାହ୍ୟ ଶୌଚମୁକ୍ତ ସହର ଭାବେ ଘୋଷଣା କରାଯାଇଛି । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସ୍ୱତନ୍ତ୍ର ବିକାଶ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ବିଧାୟକ କେ. ସୁର୍ଯ୍ୟାରାଓ ଏବଂ ଜିଲ୍ଲାପାଳ ଅନୁପମ ସାହା ଏହି କାର୍ଯ୍ୟକ୍ରମରେ  ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ପୌରପରିଷଦ ପକ୍ଷରୁ ପାରଳାଖେମୁଣ୍ଡି ସହରକୁ ସମ୍ପୁର୍ଣ୍ଣ ବାହ୍ୟଶୌଚମୁକ୍ତ ସହର ଭାବେ ଘୋଷଣା କଲେ ।

ସମସ୍ତଙ୍କ ଘରେ ଶୌଚାଳୟ ବ୍ୟବହାର ଉପରେ ଗୁରୁତ୍ୱାରୋପ କରି ପରିବେଶ ସ୍ୱଚ୍ଛତା, ସୁସ୍ଥ ଜୀବନ ଓ ସୁସ୍ଥ ସମାଜ ଗଠନ ଦିଗରେ ଶୌଚାଳୟ ବ୍ୟବହାର ଆବଶ୍ୟକୀୟ ଓ ନିରୋଗ ଜୀବନ ଯାପନ କରିବାରେ କିଭଳି ସହାୟକ ହୋଇପାରିବ ତାହା କହି ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇଥିଲେ ।

ମୁଖ୍ୟ ଅତିଥି ଶ୍ରୀ ଗମାଙ୍ଗ ସହରର ବିଭିନ୍ନ ସ୍ଥାନରେ ପରିସ୍ରାଗାର ଓ ଶୌଚାଳୟ ସ୍ଥାପନ କରିପାରିଲେ ପ୍ରତିଦିନ ବିଭିନ୍ନ ସହର ଓ ଗ୍ରାମାଞ୍ଚଳର ଆସୁଥିବା ଲୋକ ଏହା ଦ୍ୱାରା ବେଶ ଉପକୃତ ହୋଇପାରନ୍ତେ ଏବଂ ସୁନ୍ଦର ସହରରେ ପାରଳାଖେମୁଣ୍ଡି ଆହୁରି ଲୋକାଭିମୁଖୀ ହୋଇପାରନ୍ତା ବୋଲି କହିଥିଲେ ।

କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ରାଉତ ସଭାପତିତ୍ୱ କରି ସ୍ୱଚ୍ଛଭାରତ ଯୋଜନାରେ ଶୌଚାଳୟ ନିର୍ମାଣ ପାଇଁ  ସାଧାରଣ ଲୋକଙ୍କ ପାଇଁ ୬,୬୭ ଟଙ୍କା ଏବଂ ବିପିଏଲ ଲୋକଙ୍କ ଶୌଚାଳୟ ପାଇଁ ୮୦୦୦ଟଙ୍କା ଦିଆଯାଇଥିଲାଏବଂ ଏଭଳି ସହରରେ ପୌରପରିଷଦ ପକ୍ଷରୁ ୧୦୭୪ଟି ଶୋଚାଳୟ ନିର୍ମାଣ କରାଯାଇଥିଲା ଏବଂ ମହିଳା ପୁରୁଷଙ୍କ ପାଇଁ ୩ଟି ଲେଖାଏଁ ଗୋଷ୍ଠି ଶୌଚାଳୟ ନିର୍ମାଣ ହୋଇଥିବା ସୂଚନା ଦେଇଥିଲେ ।

ଏହି ଅବସରରେ ଶୌଚାଳୟ ବ୍ୟବହାର ପାଇଁ ସାନିଟେରୀ ଏକ୍ସପର୍ଟ  ଅଭିପସା ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ ।  ସ୍ୱଚ୍ଛଭାରତ ସମ୍ପର୍କିତ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ ଓ ଶେଷରେ ବିଭିନ୍ନ ଅନୁଷ୍ଠାନର ପକ୍ଷରୁ ରଙ୍ଗାରଙ୍ଗ ନୃତ୍ୟ ପରି ବେଷଣ କରାଯାଇଥିଲା ।

0
0
0
s2sdefault